ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମହତାବ ଭବନ ପରୀସରରେ ଜିଲ୍ଲା ସାମ୍ବାଦିକ ୟୁନିଅନର ଏବଂ ଶିକ୍ଷକ ୟୁନିଅନ ତରଫରୁ ପବିତ୍ର “ଗୁରୁ ପୂଜନ” ଉତ୍ସବ

ରାଇରଙ୍ଗପୁର ମହତାବ ଭବନ ପରୀସରରେ ଜିଲ୍ଲା ସାମ୍ବାଦିକ ୟୁନିଅନର ଏବଂ ଶିକ୍ଷକ ୟୁନିଅନ ତରଫରୁ ପବିତ୍ର “ଗୁରୁ ପୂଜନ” ଉତ୍ସବ

ରାଇରଙ୍ଗପୁର – ୫/୦୯।ରାଇରଙ୍ଗପୁର ହରେକୃଷ୍ଣ ମହତାବ ଭବନ ପରିସରରେ ଗୁରୁ ଦିବସ ଅବସରରେ ରାଇରଙ୍ଗପୁର ଜିଲ୍ଲା ସାମ୍ବାଦିକ ୟୂନିଅନ ଏ ଶିକ୍ଷକ ୟୁନିଅନର ମିଳିତ ପ୍ରୟାସରେ ” ଗୁରୁ ପୂଜନ” ଉତ୍ସବ ମହାସମାରୋହରେ ପାଳନ କରାଯାଇଛି ।ଏହି ଦିବସ ଅବସରରେ ପ୍ରାରମ୍ଭରେ ସ୍କୁଲ କଲେଜ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ପୂର୍ବାହ୍ନ ୧୧.୪୫ ରେ ଗୁରୁ ପୂଜନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ପୋଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁରେଶ ପାତ୍ର,ସମ୍ମାନିତ ଅତିଥି ଅତିରିକ୍ତ ଉପଜିଲ୍ଲାପାଳ ବାସନ୍ତୀ ଲାକ୍ରା,ସମ୍ମାନିତ ଅତିଥି ପଦ୍ମଶ୍ରୀ ଚରଣ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ରାଇରଙ୍ଗପୁର ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀଙ୍କ ଦ୍ବାରା ବନ୍ଦେ ମାତରଂ ଗାନ ପରିବେଷଣ କରିଥିଲେ ।ତଥା ଵାମନଘାଟି ସାମ୍ବାଦିକ ସଂଘର‌ ପ୍ରାକ୍ତନ ସଭାପତି ପ୍ରଦୀପ୍ତ କବି ସଭାପତିତ୍ବ କରିଥିବାବେଳେ , ପ୍ରଧାନ ଶିକ୍ଷକ ସୁରଥ ପଟନାୟକ ମଂଚ ପରିଚାଳନା କରିଥିଲେ ।ଅତିଥି ଗଣ କହିଥିଲେ ଶିକ୍ଷା ହେଉଛି ଦେଶର ପ୍ରଗତିର ଶାସକ ।ଯେଉଁ ଦେଶର ଶିକ୍ଷାରେ ଆଗେଇଛି ସେହି ଦେଶର ଅର୍ଥନୀତିରେ ପ୍ରଗତି ସେତେ ଅଧିକ ହୋଇଛି ।ଶିକ୍ଷାର‌ବିକାଶରେ ଶିକ୍ଷକମାନଙ୍କ ତ୍ୟାଗ,ଭୁମିକା,ନିଷ୍ଠା,ପରିଶ୍ରମ ,ଅନନ୍ୟ ଓ ଅଵର୍ଣନନୀୟ ।ସେମାନଙ୍କୁ ଏ ଦେଶ ଓ ସମାଜ ସମ୍ମାନ ଜଣାଇବା ଉଚିତ ।ସେମାନଙ୍କର ଅଭିଜ୍ଞତା ସମାଜରେ ବହୁ କାମରେ ଲାଗିବ ।ପରେ ଅତିଥି ଗଣ ଵାମନଘାଟୀ ଉପଖଣ୍ଡର ୩୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ,ଛଉ ଗୁରୁ ବିଭୂତି ଭୂଷଣ ମହାନ୍ତ,ସଙ୍ଗୀତ ଗୁରୁ ନଗେନ୍ଦ୍ର ସି,ସାମାଜିକ ସେବା କ୍ଷେତ୍ରରେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ୧୯୯୮ ମେଟ୍ରିକ୍ ଵ୍ଯାଚ ସଂଗଠନ କୁ ଉତ୍ତରୀୟ,ମାନପତ୍ର ଓ ଗୋଲାପ ଫୁଲ ଦେଇ ସମ୍ବର୍ଦ୍ଧନା କରିଥିଲେ ରାଇରଙ୍ଗପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ଓ ଶିକ୍ଷକ ୟୁନିଅନର କାର୍ଯ୍ଯକର୍ତ୍ତାଙ୍କ ଏଭଳି ସାମାଜିକ କାର୍ଯ୍ୟକ୍ରମକୁ ଏସପି ସୁରେଶ ପାତ୍ର ଓ ଅତିଥିଗଣ ଭୁରି ଭୁରି ପ୍ରଶଂସା କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଧାନ ଶିକ୍ଷକ ଦିଲିପ ମହାନ୍ତି,ପ୍ରାକ୍ତନ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀକୁମାର କଵି ପରିଚାଳନାରେ ସହଯୋଗ କରିଥିଲେ ।ସାମ୍ବାଦିକ ମାନସ ରଞ୍ଜନ ମହାନ୍ତି, ସୁବାସ ପାତ୍ର, ତୁଷାରକାନ୍ତ ମହାନ୍ତ, ଅକ୍ଷୟ ବିଶ୍ବାଳ, ପ୍ରଦୀପ ମହାନ୍ତ, ରାଜେଶ ଶର୍ମା,ଛୋଟରାୟ ମୁର୍ମୁ,ମେଘନାଦ ହେମ୍ବ୍ରମ,ସୁରେନ୍ଦ୍ର ମୁଣ୍ଡା, ନିରଜ ସାହୁ , ରଞ୍ଜନ ପାତ୍ର,ଅମିୟ ମହାନ୍ତି,ପରେଶ୍ ଚନ୍ଦ୍ର ଷଡ଼ଙ୍ଗୀ,ଜିତୁ ଷଡ଼ଙ୍ଗୀ,ସେକ୍ ନାସିର, ବିକାଶ ଶର୍ମା,ଜୀତେନ୍ଦ୍ର ଅଗ୍ରଓ୍ବାଲ,ଯଶୋବନ୍ତ ବାରିକ, ଶିବଶଙ୍କର ସାମନ୍ତରାୟ,ପ୍ରମୁଖ ଉପସ୍ଥିତ ଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଆଜି ଦିବସର ଅନୁଚିନ୍ତା : ୧ ଫେବୃଆରୀ : ବିଶ୍ୱ, ଭାରତ ଓ ଓଡ଼ିଶାର ଐତିହାସିକ ସ୍ମୃତିରେ ଦିନଟିର ମହତ୍ତ୍ୱ

Sunil Chandra Nayak

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୭ ରେ ସମଗ୍ର ଓଡିଶାରେ ଆଦିବାସୀ ପ୍ରାର୍ଥୀ ପାଇଁ ସଂରକ୍ଷଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି 

Sunil Chandra Nayak

ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ ପାଇଁ କିଶୋର କିଶୋରୀ ମାନଙ୍କ ଦ୍ବାରା ବୃକ୍ଷରୋପଣ

masiha

Leave a Comment

error: Content is protected !!