ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋଚାପଡ଼ା ବୁଥରେ ଏସ ଆଇ ଆର କାର୍ଯ୍ୟ ତଦାରଖ କରି ପରିଗଣନା ଫର୍ମ ବଣ୍ଟନ କଲେ ବ୍ରହ୍ମପୁର ଉପଜିଲ୍ଲାପାଳ 

ଲୋଚାପଡ଼ା ବୁଥରେ ଏସ ଆଇ ଆର କାର୍ଯ୍ୟ ତଦାରଖ କରି ପରିଗଣନା ଫର୍ମ ବଣ୍ଟନ କଲେ ବ୍ରହ୍ମପୁର ଉପଜିଲ୍ଲାପାଳ 

ବ୍ରହ୍ମପୁର,୩୦/୦୫ :- ୩୦ ମେ ୨୦୨୬ ଠାରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଏସ ଆଇ ଆର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟକ୍ରମ ଚାଲୁ ରହିବ । ସ୍ଵତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମ ଅଧୀନରେ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଅବିନାଶ କୁମାର (ଭା ପ୍ର ସେ) ଲୋଚାପଡ଼ା ବୁଥ୍ ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ତଦାରଖ କରିବା ସହ ଭୋଟର ମାନଙ୍କୁ ଫର୍ମ ବଣ୍ଟନ କରିଥିଲେ l ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ବି.ଏଲ.ଓ ମାନେ ଘରକୁ ଘର ଯାଇ ଭୋଟରଙ୍କୁ ପରିଗଣନ ଫର୍ମ ବିତରଣ କରିଥିଲେ ଏବଂ ଫର୍ମ ପୂରଣ ପ୍ରକ୍ରିୟା ସମ୍ପର୍କରେ ସବିଶେଷ ବୁଝାଇଥିଲେ। ଏହି ସମୟରେ ଏ.ଇ.ଆର.ଓ କୁକୁଡ଼ାଖଣ୍ଡି ଏ.ବି.ଡି.ଓ ତଥା ଅନ୍ୟ ବିଭାଗୀୟ ଅଧିକାରୀ, ବି ଏଲ ଓ ସୁପରଭାଇଜର ଓ ବୁଥ୍ ଲେଭେଲ୍ ଅଫିସର ଉପସ୍ଥିତ ଥିଲେ।ଉପଜିଲ୍ଲାପାଳ ଶ୍ରୀ କୁମାର ଭୋଟରଙ୍କ ସହ ଆଲୋଚନା କରି ଏସ ଆଇ ଆର ର ଉଦ୍ଦେଶ୍ୟ ଓ ଆବଶ୍ୟକ ପ୍ରମାଣପତ୍ର ବିଷୟରେ ଅବଗତ କରାଇଥିଲେ । ବି ଏଲ ଓ ମାନଙ୍କୁ ନିଷ୍ଠାର ସହ ଘରକୁ ଘର ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ଭୋଟରଙ୍କୁ ବିଏଲଓଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।

Related posts

ନବରଙ୍ଗପୁର ଜିଲ୍ଲା ରେ ଦୁଇ ଫଟୋ ଗ୍ରାଫର ଙ୍କୁ ପୁରସ୍କାର ପ୍ରଦାନ 

masiha

ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ର ସମୀକ୍ଷା ବୈଠକ

Sunil Chandra Nayak

କୃଷିର ବିକାଶ ପାଇଁ ଜିନ୍ଦଲ ପକ୍ଷରୁ କଷ୍ଟମ ହାୟରିଂ ସେଣ୍ଟର ଉଦଘାଟିତ -ସିଆଳିଯୋଡ଼ା କୃଷକ କ୍ଲବକୁ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ପ୍ରଦାନ

masiha

Leave a Comment

error: Content is protected !!