ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବଶାନ୍ତି ପ୍ରତିଷ୍ଠା ପାଇଁ ପୂଜା ଓ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମରେ ସଂଗଠନ, ସାମ୍ବାଦିକା ଓ ସାମ୍ବାଦିକ ସମ୍ବର୍ଦ୍ଧିତ

ବିଶ୍ବଶାନ୍ତି ପ୍ରତିଷ୍ଠା ପାଇଁ ପୂଜା ଓ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମରେ ସଂଗଠନ, ସାମ୍ବାଦିକା ଓ ସାମ୍ବାଦିକ ସମ୍ବର୍ଦ୍ଧିତ

ଖଇରା,୧୭/୪/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ପଞ୍ଚାୟତ ନାରାୟଣପୁର ଗ୍ରାମରେ ବିଶ୍ବଶାନ୍ତି ପ୍ରତିଷ୍ଠା ପାଇଁ ୨୨ତମ ଶ୍ରୀରାମ ଚରିତ ମାନସ ନବାନ୍ନ ପାରାୟଣ ପୂଜା ଓ ଜ୍ଞାନଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବ୍ଯାସମହାରାଜ ପ୍ରତାପ କିଶୋର ପଣ୍ଡା, ତନ୍ତ୍ରଧାରକ ପ୍ରଦୀପ କୁମାର ପାଢ଼ୀ, ଅନନ୍ତ କିଶୋର ପଣ୍ଡା, ପିତାମ୍ବର ମିଶ୍ର ଓ ଗୌତମ ପଣ୍ଡା ପୂଜା କାର୍ଯ୍ୟରେ ନିୟୋଜିତ ଥିଲେ । ପ୍ରବଚକ ଭାବେ ନୟାଗଡ଼ରୁ ପଣ୍ଡିତ ସୁଦାମ ଚରଣ ଦାଶ, ପୁରୀରୁ ପଣ୍ଡିତ ପ୍ରିୟପ୍ରସାଦ ମିଶ୍ର, କଟକରୁ ପଣ୍ଡିତ ଗତେଶ୍ବର ମିଶ୍ର ଓ ଚନ୍ଦନପୁର, ପୁରୀରୁ ହରିକଥା ସେବକ ନିରଞ୍ଜନ ମହାପାତ୍ରଙ୍କ ଦ୍ବାରା ପ୍ରବଚନ କାର୍ଯ୍ୟକ୍ରମ ଜାରି ରହିଥିଲା । ଉକ୍ତ ମହୋତ୍ସବ ଦୀର୍ଘ ୧୦ ଦିନ ଧରି ଶାନ୍ତି ଶୃଙ୍ଖଳାର ସହିତ ଚାଲିଥିଲା । ପ୍ରବଚନ ଓ ଜ୍ଞାନଯଜ୍ଞ ଦେଖିବା ପାଇଁ ଗ୍ରାମବାସୀ, ସମ୍ପୃକ୍ତ ଅଞ୍ଚଳବାସୀଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ଦିନ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ଯବସ୍ଥା ହୋଇଥିଲା । କମିଟିର ସଭାପତି ରାମଚନ୍ଦ୍ର ହାତୀ, ଉଭ-ସଭାପତି ଲକ୍ଷ୍ମଣ ସାହୁ, ସମ୍ପାଦକ କମଳାକାନ୍ତ ତିଆଡି, ଉପ-ସମ୍ପାଦକ ରମେଶ କୁମାର ଯେନା, କର୍ତ୍ତା ସୁଦର୍ଶନ ତିଆଡି, କୋଷାଧ୍ୟକ୍ଷ ବୈକୁଣ୍ଠ ତିଆଡି, ବ୍ଯବସ୍ଥାପକ ଗୟାଧର ଦାସ, ଉପ-ବ୍ଯବସ୍ଥାପକ ମହେଶ୍ବର ରାଉତ, ରମେଶ ଚନ୍ଦ୍ର ଶିଅଳ ଓ ସୁଧାକର ଯେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶୃଙ୍ଖଳିତ କାର୍ଯ୍ୟକ୍ରମରେ ସମସ୍ତେ ଆନନ୍ଦ ଉପଲବ୍ଧି କରିଥିଲେ । ଭକ୍ତ ମାନଙ୍କ ଦ୍ବାରା କଳସ ଅଣାଯାଇ ପୂଜା କାର୍ଯ୍ୟ ହୋଇଥିଲା । ମାନସ କମିଟିର ସମସ୍ତ ସଦସ୍ୟ/ସଦସ୍ଯା ଓ କର୍ତ୍ତା ସୁଦର୍ଶନ ତିଆଡିଙ୍କ ଦ୍ବାରା ଶାନ୍ତି ଶୃଙ୍ଖଳାରେ ପୂଜାକାର୍ଯ୍ୟ ଏବଂ ପୂଜା ମଣ୍ଡପ ପରିଚାଳନା ହୋଇଥିଲା । ବୀର ବଜରଙ୍ଗବାଲୀ ସଙ୍ଗଠନର ସଦସ୍ୟ ଓ କର୍ମକର୍ତ୍ତା ମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସମାଜସେବା ସଂଗଠନ ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସିଦ୍ଧାନ୍ତ ନେଇଥିଲା ମାନସ କମିଟି । କମିଟିର କର୍ତ୍ତା ସୁଦର୍ଶନ ତିଆଡ଼ି ଖଇରା ସ୍ଥିତ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ର କାର୍ଯ୍ୟକାରୀ ସଭାପତି ତଥା ସାମ୍ବାଦିକା ଭଉଣୀ କୁଞ୍ଜଲତା ମାହୁଁନ୍ତ ଏବଂ ସମ୍ପାଦକ ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ବଜରଙ୍ଗବଲୀ ସ୍ବେଚ୍ଛାସେବୀ ସଂଗଠନ, ନୂଆ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ସ୍ବେଚ୍ଛାସେବୀ ସଂଗଠନ ଗୁଡ଼ିକୁ ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସମୟରେ ବୀର ବଜରଙ୍ଗବାଲୀ ଓ ବଜରଙ୍ଗବଲୀ ସ୍ବେଚ୍ଛାସେବୀ ସଂଗଠନର ସମସ୍ତ ମେମ୍ବର ଉପସ୍ଥିତ ଥିଲେ । ସମ୍ବର୍ଦ୍ଧିତ ପ୍ରତିଭା ମାନେ କମିଟିର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ଆଗାମୀ ଦିନରେ କମିଟିର ପ୍ରତ୍ୟେକ କାର୍ଯ୍ୟରେ ନିଜକୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ମାନସ କମିଟିକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଭଳି କାର୍ଯ୍ୟକ୍ରମ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଭକ୍ତ ତଥା ସମ୍ପୃକ୍ତ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ମାନସ କମିଟିର ଆଜୀବନ ସଦସ୍ୟ, ସଭ୍ୟସଭ୍ଯା ଓ ନାରାୟଣପୁର ଗ୍ରାମବାସୀ କାର୍ଯ୍ୟକ୍ରମର ସଫଳତା, ସାହାଯ୍ୟ ଓ ସହଯୋଗକୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।। 

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଏଥଲେଟିକ୍ସ ଚାମ୍ପିୟନସିପରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଶୋକ ବିଶ୍ବାଳଙ୍କୁ ଅର୍ଜିନାଲ ପାଓ୍ବାର କ୍ଲବ ପକ୍ଷରୁ ସମ୍ମାନିତ

Sunil Chandra Nayak

ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବିଳମ୍ବ ନେଇ ରାଉରକେଲା ଓକିଲ ସଂଘର ଉଦବେଗ, ପ୍ରତିକାର ଦାବିରେ ଡି ଆର୍ ଏମ୍ ଙ୍କୁ ସ୍ମାରକପତ୍ର ପ୍ରଦାନ

masiha

ପରିଚୟ ତରଫରୁ ଯୁବ କଳାକାର ସମାବେଶ

Sunil Chandra Nayak

Leave a Comment

error: Content is protected !!