ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରୀନ ଭେଲି ପବ୍ଲିକ ସ୍କୁଲର 2024-25 ବାର୍ଷିକ ଉତ୍ସବ

ଗ୍ରୀନ ଭେଲି ପବ୍ଲିକ ସ୍କୁଲର 2024-25 ବାର୍ଷିକ ଉତ୍ସବ

କଳାହାଣ୍ଡି ତା16.04.2025 ରିଖ ସନ୍ଧ୍ୟା ୦୪. ୩୦ ଘଣ୍ଟା ସମୟରେ ଗ୍ରୀନ ଭେଲି ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ଦାସଙ୍କ ସଭାପତିତ୍ୱ ରେ ସ୍ଥାନୀୟ ଟାଉନହଲ ଭବାନୀପାଟଣା ଠାରେ ଷଷ୍ଠତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମାଁ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ର କୁଳପତି ଡ. ନିବେଦିତା ନାଥ ,ମୁଖ୍ୟ ବକ୍ତା ଭାବରେ ରାୟଗଡା ସ୍କୁଲ ର ଅଧ୍ୟକ୍ଷ ପ୍ରଭାକର ମିଶ୍ର,(ହାସ୍ୟ ଅଭିନେତା) ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ ଡ. ଉମେଶ ଚନ୍ଦ୍ର ଶତପଥୀ ପ୍ରମୁଖ ମଞ୍ଚସିନ ହୋଇ ଛାତ୍ର ଛାତ୍ରୀଙ୍କୁ ଭଲ ପାଠପଢି ସୁନାଗରିକ ହେବା ପାଇଁ ଉତ୍ସାହିତ ଏବଂ ମୂଲ୍ୟବୋଧ ଭିତ୍ତିକ ସମ୍ଭାଷଣ ପ୍ରଦାନ କରିବାସହ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଦେବା ସହ ଉତ୍ସାହିତ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଜନ ଗହଳିକୁ ବେଶ ମନଛୁଆଁ ହୋଇଥିଲା।ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ କ୍ରିଷ୍ଣା ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ l ଶ୍ରୀ ରବୀନ୍ଦ୍ର ମିଶ୍ର, ସୁଶ୍ରୀ ନିକିତା ପଣ୍ଡା ଓ କ୍ରିଷ୍ଣା ମହାପାତ୍ର, ଉଦଘୋଷନ କାର୍ଯ୍ୟକ୍ରମ କରିଥିଲେ l ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନେତ୍ର ବିନ୍ଦା କୁମାର, ପୁଷ୍ପିତା ମୁଣ୍ଡ, ମିଲି ଦୋରା, କିରଣ ବାଗ, ମାନିନୀ ସାଗର, ଏସ୍ କୁମାର ସର, ହରି ସାହୁ, ଶିବା ସର, ଲମ୍ବୋଦର ସାହୁ ସାର ସଭା କାର୍ଯ୍ୟ ପରିଚାଳନା ରେ ସାହାର୍ଯ୍ୟ ସହୋଯାଗ କରିଥିଲେ l ଏବଂ ଶ୍ରେଷ୍ଠ ଶିକ୍ଷୟତ୍ରୀ ସୁଶ୍ରୀ ଅଙ୍କିତା ପଲେଇ, ପୂର୍ଣ୍ଣ ଉପସ୍ଥାପନ ଭାବରେ ବଣଶ୍ରୀ ପ୍ରଧାନ, ସହଯୋଗୀ ଶିକ୍ଷୟତ୍ରୀ ଭାବରେ ନିକିତା ପଣ୍ଡା,ଶୋଛ ଟ ସୁଶ୍ରୀ ଲକ୍ଷ୍ମୀ ବିଶ୍ଵକର୍ମା, ବର୍ଷର ଶ୍ରେଷ୍ଠ କର୍ମଚାରୀ ଶ୍ରୀଯୁକ୍ତ ମନୋଜ ପଟ୍ଟନାୟକ, ଅନ୍ନପୂର୍ଣା ଭାବରେ ଶ୍ରୀମତି ଗାୟତ୍ରୀ ବଛା, ଶଛୋଟ ଏବଂ ଶ୍ରେଷ୍ଟ କର୍ମଚାରୀ ଭାବରେ ଶ୍ରୀମତୀ ପୁନମ ବାଗ, ନୃତ୍ୟ ପ୍ରତିଭା ସମ୍ମାନ ରେ ଶ୍ରୀମତୀ ସନ୍ତୋଷିଣୀ କୁମାର, ଶ୍ରେଷ୍ଟ ପ୍ରେସ ରିପୋର୍ଟର ଭାବରେ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସ୍ଵାଇଁ, ଏବଂ ଘୁମୁରା ଗୁରୁ ଭାବରେ ପ୍ରଭଞ୍ଜନ ରାଉତ, ସର ଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର ଦେବା ସହ ସମ୍ମାନିତ କରାଯାଇଥିଲା l ଏବଂ ଶ୍ରେଷ୍ଟ ଛାତ୍ର ଭାବରେ ଆର୍ଯନ୍ ପାଢୀ ପୁରସ୍କାର ପ୍ରଦାନ କରାଯାଇଥିଲା l ସଭା ଶେଷରେ ସୁଶ୍ରୀ ଅଙ୍କିତା ପଳେଇ, ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରଧାନ ଶିକ୍ଷକ ଆଦିତ୍ୟ କୁମାର ମୁଣ୍ଡ, ବିଦ୍ୟାଳୟ ର ନିର୍ଦ୍ଦେଶକ ଙ୍କ ଶ୍ରୀଯୁକ୍ତ ମନୋରଞ୍ଜନ ୟାଦବ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ପରିଚାଳିତ ହୋଇଥିଲା l ଏବଂ ଉପସ୍ଥିତ ସମସ୍ତ ଅଭିଭାବକ, ଅଭିଭାବିକା ବିଦ୍ୟାଳୟ ର ଛାତ୍ରଛାତ୍ରୀ ପ୍ରମୁଖ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ବାଇଁଙ୍କ ରିପୋର୍ଟ

Related posts

ରାୟଗଡ଼ ବ୍ଳକ ସ୍ତରୀୟ ସୁରଭି ଅନୁଷ୍ଠିତ 

Sunil Chandra Nayak

ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ 

Sunil Chandra Nayak

ଶ୍ରୀ ଯୋଗଵେଦାନ୍ତ ସମିତି ,ଭୂବନେଶ୍ବର ଆନୁକୁଲ୍ୟରେ ମହାମହିମ ରାଷ୍ଟ୍ରପତିଙ୍କ ପାହାଡପୁର ଗ୍ରାମ ଏବଂ ପୈତୃକ ଗ୍ରାମ ଉପରବେଡାରେ ତୁଳସୀ ପୂଜନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!