ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ୟ ବିବାହ ପ୍ରଥା ଦୂରୀକରଣ ସଚେତନତା କାର୍ଯ୍ୟକ୍ରମ 

ବାଲ୍ୟ ବିବାହ ପ୍ରଥା ଦୂରୀକରଣ ସଚେତନତା କାର୍ଯ୍ୟକ୍ରମ 

ଜୁନାଗଡ଼(ମ ନି ସ):-ସମାଜରୁ ବାଲ୍ୟବିବାହ ପରି ଘୃଣ୍ୟ କାର୍ଯ୍ୟ ଦୂର କରିବା ପାଇଁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଂ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଗତ ଏପ୍ରିଲ ୧୬ ତାରିଖ ବୁଧବାର ଦିନ ଚାଇଲ୍ଡ ରାଇଟ୍ସ ଆଣ୍ଡ ୟୁ ଅନୁଷ୍ଠାନ ତରଫ ରୁ ଏକ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚପୁରିଆ ର ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅବନା ଭୋଇ , ମହାଲିଂ ଅଙ୍ଗନୱାଡ଼ି ସୂପର୍ଭାଇଯର ଶାନ୍ତିଲତା ମଙ୍ଗରାଜ, ଓ ବ୍ଲକ କର୍ଡିନେଟର ବିନିତା ରାଉତ, ଉକ୍ତ ବିଦ୍ୟାୟ ର ପ୍ରଧାନ ଶିକ୍ଷକ ରାଜେଶ କୁମାର ନାୟକ ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ,ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ସହ ଅଞ୍ଚଳ ର ଅଙ୍ଗନୱାଡ଼ି କର୍ମୀ ମାନେ ମଧ୍ୟ ଉଅସ୍ଥିତ ଥିଲେ । ଚାଇଲ୍ଡ ରାଇଟସ୍ ଆଣ୍ଡ ୟୁ ତରଫ ରୁ କର୍ମରତ ଥିବା ପ୍ରକଳ୍ପ ସଂଯୋଜକ ଚିନ୍ମୟ କୁମାର ପ୍ରଧାନ , ସୁପର୍ଭାଇଜର ଭୁଦେବ ଭୋଇ , ସହକର୍ମୀ ବସମତି ଭୋଇ, ଆଶ୍ରିତା କର, ବୈଦେହି ସାହୁ ଏବଂ ସୁତୟା ମାଝୀ ମଧ୍ୟ ଉସ୍ଥିତ ଥିଲେ , ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ବାଲ୍ୟବିବାହ ଦ୍ଵାରା , ଶାରୀରିକ , ମାନସିକ ଓ ସାମାଜିକ କ୍ଷେତ୍ର ରେ ହେଉଥିବା କ୍ଷତି, ମା ଓ ଶିଶୁ ଉପରେ ପଡ଼ୁଥିବା କୁପ୍ରଭାବ ସମେତ ବାଲ୍ୟବିବାହ କୁ ପ୍ରୋତ୍ସାହନ, କାର୍ଯ୍ୟକାରୀ କରୁଥିବା ଲୋକଙ୍କ ପାଇଁ ଚିଲ୍ଡ ମ୍ୟାରେଜ ପ୍ରୋହିବିସନ୍ ଆକ୍ଟରେ ଉଲ୍ଲେଖନୀୟ ଦଣ୍ଡ ବିଷୟରେ ଆଲୋଚନା ମଧ୍ୟ କରାଯାଇଥିଲା , ତଥା ବାଲ୍ୟବିବାହ ରୁ କିଭଳି ନିଜକୁ ଦୂରେଇ ରଖିବା ଓ ବଞ୍ଚିବା ସେ ବିଷୟରେ ମଧ୍ୟ ପିଲା ମାନଙ୍କୁ ସଚେତନ କରାଯାଇଥିଲା । ପରିବେଶରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ବିଜେତା ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଇଜ ବିତରଣ କରାଯାଇ ଧନ୍ୟବାଦ ଜ୍ଞାପନ ଦେଇ ସଭା ସାଙ୍ଗ କରାଯାଇଥିଲା ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ସାଇବର ସୁରକ୍ଷା ଅଭିଯାନ ସମ୍ବନ୍ଧରେ ସୂଚନା ଦେଲେ ରାୟଗଡା ଏସପି

masiha

କୋକସରା ବ୍ଲକ ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ପ୍ରଦର୍ଶିତ କଲେ ଅଗ୍ନିଶମ ବିଭାଗ କର୍ମଚାରୀ

Sunil Chandra Nayak

ନବରଙ୍ଗପୁର ଠାରେ କବି ଶ୍ରୀ ଜୟଦେବ ଙ୍କ ଜନ୍ମ ଜୟନ୍ତୀ ପାଳନ 

masiha

Leave a Comment

error: Content is protected !!