ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ:ଠୁଟିବର ନିକଟରେ ବାଇକ ରୁ ଖସି ଜଣକର ମୃତ୍ୟୁ

ଧର୍ମଗଡ:ଠୁଟିବର ନିକଟରେ ବାଇକ ରୁ ଖସି ଜଣକର ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କୋକସରା ଥାନା ଠୁଟିବର ନିକଟରେ ବାଇକ ରୁ ଖସି ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀ ଜଣକ କୋକସରା ଥାନା ମଙ୍ଗଳପୁର ଗ୍ରାମର କୈବଲ୍ୟ ନାଏକ ବୋଲି ଜଣାପଡିଛି। ସୂଚନା ଯେ ସେ ଠୁଟିବର କୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକ ରୁ ଖସି ଗୁରୁତର ହୋଇଥିଲେ. ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ପଠେଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଶରୀର କୁ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ପୋଲିସ ସୂଚନା ଦେଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଷଧର ସର୍ପାଘାତରେ ଜଣେ ଯୁବକ ମୃତ

masiha

୭୪ତମ ଗଣତନ୍ତ୍ର ଦିବସରେ କେଉଁ ମନ୍ତ୍ରୀ, କେଉଁ ଜିଲ୍ଲାରେ କରିବେ ପତାକା ଉତ୍ତୋଳନ ତାଲିକା ପ୍ରସ୍ତୁତ

Sunil Chandra Nayak

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ବ୍ୟବହାର ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ -୨୦୨୩ ପାଳନ 

Sunil Chandra Nayak

Leave a Comment

error: Content is protected !!