ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ପଟ୍ଟନାୟକ ଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ

ବିଜୁ ପଟ୍ଟନାୟକ ଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ 

ଆଜିର ଦିନକୁ ସାରା ରାଜ୍ୟ ର ବିଭିନ୍ନ ସ୍ଥାନରେ ମହାନ୍ ଜନ ନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଭାବରେ ପାଲନ କରାଯାଉ ଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ର ଛତିକୁଡ଼ା ଠାରେ ମଧ୍ୟ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି। ନର୍ଲା ବ୍ଲକ୍ ର ପୂର୍ବତନ ବ୍ଲକ୍ ଅଧକ୍ଷ ବରିଷ୍ଟ ବିଜେଡି ନେତା ଶ୍ରୀଯୁକ୍ତ ନୀଳମଣି ସାହୁ ଙ୍କ ତତ୍ବାବଧାନ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସାନ୍ତପୂର ସମିତି ସଭ୍ୟ ଶ୍ରୀଯୁକ୍ତ ଜୟ ମେହେର, ଘଣ୍ଟମାଲ୍ ସରପଞ୍ଚ ଶ୍ରୀଯୁକ୍ତ ଦେବେନ୍ଦ୍ର ସା , ବାଗପୂର ସରପଞ୍ଚ ଶ୍ରୀଯୁକ୍ତ ଗୋପାଳ ହାତୀ, ନର୍ଲା ସରପଞ୍ଚ ସଂଘ ର ସଭାପତି ଶ୍ରୀଯୁକ୍ତ ଅନ୍ତରାମ୍ ମାଝୀ, ବରିଷ୍ଟ ବିଜେଡି ନେତା ଗୌର ବିଶ୍ଵାଳ, ଗୁଣନିଧି ମେହେର, ଯୁବ ନେତା ଘାସିରାମ ସାହୁ , ଗୋବିନ୍ଦ ତାଣ୍ଡି, ପ୍ରମୁଖ ପ୍ରଥମେ ସ୍ବର୍ଗତ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ନୀରବ ପ୍ରାର୍ଥନା କରି କାର୍ଯ୍ୟ କ୍ରମ ର ଶୁଭାରମ୍ଭ କରିଥିଲେ। ବିଜୁ ବାବୁ ଙ୍କ ଓଡ଼ିଶା ପ୍ରତି ତ୍ୟାଗ ଓ ଅବଦାନ କୁ ନେଇ ଉପସ୍ଥିତ ଅତିଥି ଗଣ ନିଜ ନିଜ ବକ୍ତବ୍ୟ ରଖି ଥିବା ବେଳେ ନିକଟ ରେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି କୁ ଦୃର୍ବୁତ୍ତ ଜାଳି ଦେଇଥିବା ଘଟଣା କୁ ଘୋର ନିନ୍ଦା କରିଥିଲେ ଶ୍ରୀଯୁକ୍ତ ଚଣ୍ଡୀଦାସ୍ ସାହୁ ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ଶ୍ରୀଯୁକ୍ତ ବିଜୟ ବୁଦ୍ଧିଆ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ନର୍ଲା ବ୍ଲକ୍ ର ଶତାଧିକ ବିଜେଡି ନେତା କର୍ମୀ ଓ ବିଜେଡି ସମର୍ଥକ ଉପସ୍ଥିତ ଥିଲେ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଅଷ୍ଟମପ୍ରହରୀ ନାମ ଯଜ୍ଞରେ ଯୋଗଦେଲେ ପ୍ରାର୍ଥିନୀ

masiha

ମହିଳାଙ୍କ ଵିରୋଧରେ ଅତ୍ୟାଚାର ଵରଦାସ୍ତ କରାଯିବ ନାହିଁ- ରାଇରଙ୍ଗପୁର ବିଜୁ ମହିଳା

Sunil Chandra Nayak

ରାଜ୍ୟ ସଭାପତିଙ୍କ ଗ୍ରସ୍ତ ପରେ ଯାଜପୁର, ଦଶରଥପୁର ଓ ବିଞ୍ଝାରପୁର ହେଲା ଗେରୁଆ ମୟ

Sunil Chandra Nayak

Leave a Comment

error: Content is protected !!