ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା ପକ୍ଷରୁ ସିଏସଆର ମେଳା ଉଦଘାଟିତ

ଉତ୍କଳ ଆଲୁମିନା ପକ୍ଷରୁ ସିଏସଆର ମେଳା ଉଦଘାଟିତ 

ରାୟଗଡା, ୧୭/୪; ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରଗୁଡ଼ା ସ୍ତିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ୍ ର ଏକ ସହଯୋଗୀ କମ୍ପାନୀ ତରଫରୁ ସିଏସଆର ମେଳା ଉଦ୍ଘାଟିତ ହୋଯାଇଅଛି । କମ୍ପାନୀ ପାର୍ଶ୍ୱସ୍ଥ ହସ୍ତକଳା କାରିଗର ଓ ଉଦ୍ୟମିଙ୍କୁ ଉନ୍ନତ ବଜାର ପ୍ରଦାନ ଉଦେଶ୍ୟରେ ଆୟୋଜିତ ଏହି ମେଳାରେ ବିଭିନ୍ନ ଦେଶୀୟ ଉତ୍ପାଦ ବିକ୍ରୟ ଓ ପ୍ରଦର୍ଶନ ପାଇଁ ରଖାଯାଇଅଛି । ମୁଖ୍ୟ ଅତିଥି ରୂପେ ବ୍ରିଜେଶ ଝା, ଅଧ୍ୟକ୍ଷ ଖଣି ଭଟିକାଲ ଯୋଗ ଦେଇ ଏହି ସିଏସଆର୍ ମେଳାକୁ ଉଦଘାଟିତ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବାସୁଦେବ ବନ୍ଦୋପାଧ୍ୟାୟ ଏବିଭିପି, ହିଣ୍ଡାଲକୋ ଖଣି ଗ୍ରୁପ, ବିଜୟ ଚୌହାନ, ଉତ୍କଳ ଆଲୁମିନା ଖଣି ମୁଖ୍ୟ ଓ ମିଏସଆର ବିଭାଗ ମୁଖ୍ୟ ଲୋପାମୁଦ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଉଦ୍ଘାଟନ ଉପଲକ୍ଷେ ଉଦବୋଧନ ଦେଇ ଶ୍ରୀ ବ୍ରିଜେଶ ଝା କମ୍ପାନୀ ତରଫରୁ ଚାଲୁ ରହିଥିବା ସିଏସଆର କାର୍ଯ୍ୟକ୍ରମ ଗୁଡ଼ିକୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ମେଳାରେ ଅଂଶଗ୍ରଣ କରିଥିବା ଉତ୍ପାଦ ଗ୍ରପକୁ ଉତ୍ସାହିତ କରିଥିଲେ। ଅନ୍ୟକ୍ଷରେ ଉତ୍କଳ ଆଲୁମିନା କମ୍ପାନୀ ପାର୍ଶ୍ୱସ୍ଥ ଗାଁରେ ସିଏସଆର ବିଭାଗ ଅନ୍ତର୍ଗତ ବିଭିନ୍ନ ଜୀବିକା ଉପାର୍ଜନ କାର୍ଯ୍ୟକ୍ରମ ଚାଲୁ ରହିଥିବା ସ୍ଥଳେ ଏହି ହିତାଧିକାରୀଙ୍କୁ ବଜାରିକରଣ ସୁବିଧା ପ୍ରଦାନ ସକାଶେ କମ୍ପାନୀ ପକ୍ଷରୁ ଏହି ମେଳା ଆୟୋଜିତ କରାଯାଇଅଛି । ସ୍ଥାନୀୟ ନୂଆପଡା ସ୍ଥିତ କ୍ଲବ ହାଉସ ଠାରେ ଏହି ମେଳା ଆୟୋଜିତ ହୋଇଥିବାବେଳେ ଟାଉନସିପ ବାସିନ୍ଦାଙ୍କ ମଧ୍ୟରେ ଏହି ଦେଶୀୟ ଉତ୍ପାଦର ପ୍ରବଳ ଚାହିଦା ପରିଲିକ୍ଷିତ ହୋଇଅଛି । କମ୍ପାନୀ ସିଏସଆର ବିଭାଗ ସହାୟତାରେ ସ୍ଥାନୀୟ ପାଇକ କୁପଖାଲ, ଯୋଗିପାରିତୁଣ୍ଡ, ନାରୀନଯୋଡି, କୁମ୍ଭାରଶୀଳା, ମକାପଦର, ଉପରଢ଼େସକା ,ବିଲାମାଳ, ମାଲିଗାଁ, ଟିକିରି ସମେତ ଅନ୍ୟ ମୋଟ ୧୯ଟି ପରିପାର୍ଶ୍ଵିକ ଗ୍ରାମବାସୀଙ୍କ ଦ୍ୱାରା ଗଠିତ ବିଭିନ୍ନ ଉତ୍ପାଦନକାରୀ ମହିଳା ଦଳ, କୃଷକ, ଉଦ୍ୟମି ଓ କାରିଗରଙ୍କ ଦ୍ୱାରା ତିଆରି ଏହି ଉତ୍ପାଦ ଏଠାରେ ବିକ୍ରୟ ଏବଂ ପ୍ରଦର୍ଶନ ପାଇଁ ସ୍ଥାନିତ କରାଯାଇଅଛି । ଏହି ମେଳାରେ ଉକ୍ତ କାରିଗର, କୃଷକ ଓ ମହିଳା ଗ୍ରୁପର ଦ୍ଵାରା ହାତ ତିଆରି ଯଥା ଝୁଟ ବ୍ୟାଗ୍, ଚାନ୍ଦୁଆ, ଝାଡ଼ୁ, ଲେମନ୍ ଗ୍ରାସ ତୈଳ, ସ୍ଲିପର ଚପଲ, ପେପର୍ ପ୍ଲେଟ, ଟେରାକୋଟା ସାମଗ୍ରୀ, ଅଗରବତୀ, ମଣ୍ଡିଆରୁ ତିଆରି ବିଭିନ୍ନ ଖାଦ୍ୟ ପଦାର୍ଥ, ବସ୍ତ୍ର, ଦେଶୀୟ କୃଷୀ ଉତ୍ପାଦିତ ସାମଗ୍ରୀ ଓ ମସଲା ଜାତୀୟ ଖାଦ୍ୟ ପଦାର୍ଥ ଏହି ପ୍ରଦର୍ଶନୀ ଓ ବିକ୍ରୟ ପାଇଁ ଉଦ୍ଧିଷ୍ଟ ହୋଇଅଛି । ଏହି ପ୍ରଦର୍ଶନୀରେ ସ୍ଥାନୀୟ ଉତ୍ପାଦକ ଗ୍ରୁପକୁ ନିଜ ହାତ ତିଆରି ସାମଗ୍ରୀର ବଜାରୀକରଣ ସୁବିଧା ଉପଲବ୍ଧ କରାଯିବା ସହ ସେମାନଙ୍କ ଜିନିଷର ଉପଯୁକ୍ତ ମୂଲ୍ୟ ପ୍ରଦାନ ପାଇଁ ସିଏସ୍ଆର ବିଭାଗ ପକ୍ଷରୁ ଏଭଳି ଉଦ୍ୟମ କରାଯାଇଅଛି । ତେବେ ଏହି ସ୍ଥାନୀୟ ଉତ୍ପାଦକୁ କ୍ରୟ ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଉଥିବା ସ୍ଥଳେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା କୃଷକ, ଉଦ୍ୟମି ଓ ମହିଳା ଗ୍ରୁପ୍ ମାନେ ଖୁସୀ ବ୍ୟକ୍ତ କରିଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧରାକୋଟ ରେ ଧାନ ମଣ୍ଡି ଉଦ୍ଘାଟିତ 

masiha

ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ତପିମଣି ଜାନି ଓ ସନ୍ତୋଷ କର

masiha

ଵେଲପଡା ପଞ୍ଚାୟତ ସମିତି ବୈଠକରେ ହୋହାଲ୍ଲା ସମିତି ସଭ୍ୟା ସଭ୍ୟ ଙ୍କ ଗୃହ ତ୍ୟାଗ 

masiha

Leave a Comment

error: Content is protected !!