ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶବ ପୋତିବାକୁ କେନ୍ଦ୍ର କରି ଉତ୍ତେଜନା

ଶବ ପୋତିବାକୁ କେନ୍ଦ୍ର କରି ଉତ୍ତେଜନା

ରାଇଘର,୧୭/ ୪ (କିରଣ ପଟ୍ଟନାୟକ ): ଶବ ପୋତିବାକୁ କେନ୍ଦ୍ର କରି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁମୁଲି ପଞ୍ଚାୟତର ମାଲବେଡ଼ା ଗାଁରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପୋତା ଯାଇଥିବା ଶବ ବାହାର କରିବାକୁ ଗ୍ରାମବାସୀ ଅଡ଼ି ବସିଛନ୍ତି। ଯାହାଫଳରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି।

କିଛି ମାସ ପୂର୍ବେ ଉପରୋକ୍ତ ଗାଁର ରାମଚନ୍ଦ୍ର ଗଣ୍ଡଙ୍କ ପୁଅ ଈଶ୍ବର ଗଣ୍ଡ (୧୮) କାମ କରିବାକୁ ମହାରାଷ୍ଟ୍ର ଯାଇ ବୋରୱେଲ ଗାଡ଼ିରେ କାମ କରୁଥିଲେ। ମଂଗଳବାର ଈଶ୍ବରଙ୍କ ମୃତ୍ୟୁ ହୋଇଥିଲା। ବୁଧବାର ସକାଳେ ମୃତଦେହ ଗାଁରେ ପହଞ୍ଚିବା ପରେ ଶେଷକୃତ୍ୟ କରିବାକୁ ପ୍ରସ୍ତୁତି ଆରମ୍ଭହୋଇଥିଲା। ତେବେ ପୂର୍ବରୁ ଈଶ୍ଵର ଧର୍ମ ପରିବର୍ତ୍ତନ କରିଥିବା କାରଣରୁ କେଉଁ ସ୍ଥାନରେ ତାଙ୍କର ଶେଷକୃତ୍ୟ ହେବ ସେଥିପାଇଁ ଗାଁରେ ବୈଠକ ହୋଇଥିଲା। କୌଣସି ନିଷ୍ପତ୍ତ ନିଆଯିବା ପୂର୍ବରୁ ପରିବାର ଲୋକ ଗାଁର ଗୋଟିଏ ସ୍ଥାନରେ ମୃତଦେହ ପୋତି ଦେଇଥିଲେ । ଯାହାକୁ ନେଇ ଉତ୍ତେଜନା ଆରମ୍ଭ ହୋଇଥିଲା । ଏପରିକି ଈଶ୍ବରଙ୍କ ପରିବାର ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଉତ୍ତେଜନା ମଧ୍ୟରେ ତୁରନ୍ତ ପୋତା ଯାଇଥିବା ସ୍ଥାନରୁ ମୃତଦେହ ବାହାର କରିବାକୁ ଗ୍ରାମବାସୀ ଜିଦ୍ କରିଥିଲେ। ପରିସ୍ଥିତି ଅଧିକ ଗୁରୁତର ହେବାରୁ କୌଣସି ପ୍ରକାର ହିଂସାର ରୂପ ନେବା ପୂର୍ବରୁ ପୋଲିସକୁ ଖବର ଦିଆଯାଇଥିଲା । ଉମରକୋଟ ଏସ୍‌ଡିପିଓ ଶୁଭେନ୍ଦୁ ଶବର, ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ସହ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ଗାଁରେ ପହଞ୍ଚିଥିଲେ। ପରିସ୍ଥିତିକୁ ଶାନ୍ତ କରିବାକୁ ପୋଲିସ ଉଦ୍ୟମ କରିଥଲେ। ଗୁରବାର ପୋଲିସ ଘଟଣା ସ୍ଥଳରେ ରହି ସମାଧାନ କରିବା ପାଇଁ ଜାରୀ ରଖିଛି।

( ମ ନି ସ ) 

Related posts

ସାହିତ୍ୟ ପତ୍ରିକା ନବକାକଳି ର ବିଷୁବ ପୁରସ୍କାର ..

Sunil Chandra Nayak

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟରେ ନୂତନ ଅଧକ୍ଷ ନିଯୁକ୍ତି

Sunil Chandra Nayak

ଜାତୀୟ ଯୁବ ଉତ୍ସବ – ୨୦୨୩ରେ ଓଡ଼ିଆ ପୁଅ ବିକ୍ରମ କେଶରୀ ନାଥ ପୁରସ୍କୃତ

Sunil Chandra Nayak

Leave a Comment

error: Content is protected !!