ଭାରତୀୟ ଷ୍ଟେଟ ବ୍ୟାଙ୍କର ମୃତ୍ୟୁ ଜନିତ ବୀମାରାଶି ପ୍ରଦାନ
ଡାବୁଗାଁ, ୨୪/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଠାରେ ହିତାଧିକାରୀ ଙ୍କୁ ମୃତ୍ୟୁ ଜନିତ ବୀମାରାଶି ବୁଧବାର ପ୍ରଦାନ କରାଯାଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର ବଡଓଲମା ପଞ୍ଚାୟତ ଅଧୀନ ବଡଓଲମା ଗ୍ରାମର ତୁଳସା ପୂଜାରୀ ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଏକ ଜମା ଖାତା ଖୋଲି ଟଙ୍କା ଦେଣନେଣ କରୁଥିଲେ | ୧୭.୦୧.୨୦୨୨ ଦିନ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୩୩୦ ଟଙ୍କା ଦେଇ ବୀମା କରାଇଥିଲେ | ୨୦୨୨ ମସିହା ଅକ୍ଟୋବର ମାସରେ ତୁଳସା ଙ୍କ ଦେହ ଅସୁସ୍ଥ ହୋଇଥିଲା | ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ | କିଛି ଦିନ ଚିକିତ୍ସା ପରେ ୨୫.୧୦.୨୦୨୨ ଦିନ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା | ଏହା ପରେ ମୃତକ ତୁଳସା ଙ୍କ ନାତି ଜୟନ୍ତ ଭତ୍ରା ବୀମାରାଶି ପାଇବା ପାଇଁ ବ୍ୟାଙ୍କରେ ଆବେଦନ କରିଥିଲେ | ଏହି ବୀମା ରାଶି ୨ ଲକ୍ଷ ଟଙ୍କା ଜୟନ୍ତ ଭତ୍ରାଙ୍କ ଜମାଖାତାରେ ବ୍ୟାଙ୍କ ପକ୍ଷରୁ ଜମା କରାଯାଇଛି | ଏଥିରେ ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ ଜୟନ୍ତ ଙ୍କୁ ଉକ୍ତ ଜମା ଖାତା ପ୍ରଦାନ କରିଛନ୍ତି | ଏଣୁ ବ୍ୟାଙ୍କରେ ଖାତା ଥିବା ଗ୍ରାହକ ମାନେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବୀମା କରାଇ ବୀମାର ସୁଯୋଗ ନିଅନ୍ତୁ | ଏଥିରେ କର୍ମଚାରୀ ସଞ୍ଜୟ ପ୍ରସାଦ ମହାଙ୍କୁଡ, ସ୍ମୃତି ସୁମନ ସିଂ, ଅଜିତ ବେରିହା ଓ ବଡଓଲମା ଗ୍ରାହକ ସେବା କେନ୍ଦ୍ର କର୍ମଚାରୀ ଜୟଚନ୍ଦ୍ର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ |