ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଷ୍ଟେଟ ବ୍ୟାଙ୍କର ମୃତ୍ୟୁ ଜନିତ ବୀମାରାଶି ପ୍ରଦାନ 

ଭାରତୀୟ ଷ୍ଟେଟ ବ୍ୟାଙ୍କର ମୃତ୍ୟୁ ଜନିତ ବୀମାରାଶି ପ୍ରଦାନ 

ଡାବୁଗାଁ, ୨୪/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଠାରେ ହିତାଧିକାରୀ ଙ୍କୁ ମୃତ୍ୟୁ ଜନିତ ବୀମାରାଶି ବୁଧବାର ପ୍ରଦାନ କରାଯାଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର ବଡଓଲମା ପଞ୍ଚାୟତ ଅଧୀନ ବଡଓଲମା ଗ୍ରାମର ତୁଳସା ପୂଜାରୀ ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଏକ ଜମା ଖାତା ଖୋଲି ଟଙ୍କା ଦେଣନେଣ କରୁଥିଲେ | ୧୭.୦୧.୨୦୨୨ ଦିନ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୩୩୦ ଟଙ୍କା ଦେଇ ବୀମା କରାଇଥିଲେ | ୨୦୨୨ ମସିହା ଅକ୍ଟୋବର ମାସରେ ତୁଳସା ଙ୍କ ଦେହ ଅସୁସ୍ଥ ହୋଇଥିଲା | ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ | କିଛି ଦିନ ଚିକିତ୍ସା ପରେ ୨୫.୧୦.୨୦୨୨ ଦିନ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା | ଏହା ପରେ ମୃତକ ତୁଳସା ଙ୍କ ନାତି ଜୟନ୍ତ ଭତ୍ରା ବୀମାରାଶି ପାଇବା ପାଇଁ ବ୍ୟାଙ୍କରେ ଆବେଦନ କରିଥିଲେ | ଏହି ବୀମା ରାଶି ୨ ଲକ୍ଷ ଟଙ୍କା ଜୟନ୍ତ ଭତ୍ରାଙ୍କ ଜମାଖାତାରେ ବ୍ୟାଙ୍କ ପକ୍ଷରୁ ଜମା କରାଯାଇଛି | ଏଥିରେ ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ ଜୟନ୍ତ ଙ୍କୁ ଉକ୍ତ ଜମା ଖାତା ପ୍ରଦାନ କରିଛନ୍ତି | ଏଣୁ ବ୍ୟାଙ୍କରେ ଖାତା ଥିବା ଗ୍ରାହକ ମାନେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବୀମା କରାଇ ବୀମାର ସୁଯୋଗ ନିଅନ୍ତୁ | ଏଥିରେ କର୍ମଚାରୀ ସଞ୍ଜୟ ପ୍ରସାଦ ମହାଙ୍କୁଡ, ସ୍ମୃତି ସୁମନ ସିଂ, ଅଜିତ ବେରିହା ଓ ବଡଓଲମା ଗ୍ରାହକ ସେବା କେନ୍ଦ୍ର କର୍ମଚାରୀ ଜୟଚନ୍ଦ୍ର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଘର ଭାଙ୍ଗି ଚାଉଳ ଖାଇଲା ହାତୀ

Sunil Chandra Nayak

ଜନନେତା ଗଦାଧର ଗିରିଙ୍କ ୩୬ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ଟେରାକୋଟା କ୍ରାଫ୍ଟସ ତାଲିମ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!