ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଅଧିରାଜ ମୋହନ ପାଣିଗ୍ରାହୀ ନିର୍ବାଚନ ଅଧିକାରୀଙ୍କ ଠାରେ ନାମାଙ୍କନ ପତ୍ର କଲେ ଦାଖଲ

ଅଧିରାଜ ମୋହନ ପାଣିଗ୍ରାହୀ ନିର୍ବାଚନ ଅଧିକାରୀଙ୍କ ଠାରେ ନାମାଙ୍କନ ପତ୍ର କଲେ ଦାଖଲ

ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥି ଅଧିରାଜ ମୋହନ ପାଣିଗ୍ରାହୀ ବୁଧୁବାର ନୁଆପଡା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହିତ ବିଜେଡ଼ି ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ସହ ହଜାର ହଜାର ବରିଷ୍ଠ ବିଜେଡି ନେତା ଓ ସମର୍ଥକ ମାନେ ଏକ ବିରାଟ ରାଲି ରେ ଆସି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ରାଜ୍ୟ ସରକାର ଯେପରି ଭାବରେ ରାଜ୍ୟର ବିକାଶ କରିଛନ୍ତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଖଡ଼ିଆଳ ଅଞ୍ଚଳର ଯେପରି ବିକାଶ କରାଯାଇଛି ତାକୁ ଦେଖି ଲୋକେ ସନ୍ତୋଷ ଅଛନ୍ତି ଓ ଏଥର ସେ ପ୍ରବଳ ଜନମତରେ ବିଜୟୀ ହେବେ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ। ଏହା ପୂର୍ବରୁ ବିଧାୟକ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଖଡ଼ିଆଳ ସ୍ଥିତ ମାଆ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ସେଠାରେ ଖଡ଼ିଆଳ, ବୋଡ଼େନ ଓ ସିନାପାଲି ବ୍ଲକର ହଜାର ହଜାର ସମର୍ଥକ ପହଞ୍ଚି ତାଙ୍କୁ ସମର୍ଥନ କରିଥିଲେ ଓ ଏଥର ବିପୁଳ ସଂଖ୍ୟାରେ ତାଙ୍କୁ ବିଜୟୀ କରାଇବେ ବୋଲି କହିଥିଲେ। ପରେ ଏକ ବିରାଟ ଶୋଭାଯାତ୍ରା ମାଆ ଠାକୁରାଣୀ ମନ୍ଦିର ଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ପାଣିଗ୍ରାହୀ ଗତ ନିର୍ବାଚନରେ କଂଗ୍ରେସ ଦଳରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ବେଳେ ଏଥର ବିଜେଡ଼ି ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତାଙ୍କର ବହୁତ୍ ଲୋକପ୍ରିୟତା ଥିବାରୁ ସେ ସହଜରେ ଏଥର ନିର୍ବାଚିତ ହୋଇଯିବେ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଡାବୁଗାଁ ବ୍ଲକ କଂଗ୍ରେସ ତରଫରୁ ବ୍ଲକ କାର୍ଯ୍ୟ|ଳୟ ଘେରାଉ

masiha

ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀ ୩୪ତମ ବଳିଦାନ ଦିବସ ପାଳିତ

masiha

ଚନ୍ଦାହାଣ୍ଡି ରେ ବଜରଙ୍ଗ ଦଳ ଗଠିତ

Sunil Chandra Nayak

Leave a Comment

error: Content is protected !!