ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟ ଉଦଘାଟନ

 ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟ ଉଦଘାଟନ

ନର୍ଲା/ମସିହା /30/04/24 // ନର୍ଲା ରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟ ଉଦଘାଟନ ହୋଇଜାଇଛି। ନର୍ଲାମଣ୍ଡଳ ର ବି, ଜେ,ପି ସଭାନେତ୍ରୀ ପ୍ରଣତି ମହାନନ୍ଦ ଙ୍କ ଅଧ୍ୟକ୍ଷତା ରେ ଗତକାଲି ସନ୍ଧ୍ୟା 7ଘଣ୍ଟା ସମୟରେ, ନର୍ଲା ବିଧାନ ସଭା ର ବି,ଜେ,ପି, ପ୍ରାର୍ଥୀ ଅନିରୁଦ୍ଧ ପଧାନ ବି, ଜେ, ପି, କାର୍ଯ୍ୟଲୟ କୁ ଉଦଘାଟନ କରିଛନ୍ତି, ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନହିତକର ଯୋଜନା, ମାଗଣା ଚାଉଳ, ଘରେ, ଘରେ ପାଣି, ଖାଦ୍ୟସୁରକ୍ଷା ଯୋଜନା, ଉଜଲା ଯୋଜନା, ଭଳି ବିଭିନ ଯୋଜନା ମାନେ ମୋଦି ଗ୍ୟାରେଣ୍ଟି ନେଇ ଲୋକଙ୍କ ପାଖଙ୍କୁ ଯାଇ ଭୋଟ ଭିକ୍ଷା କରୁଛନ୍ତି, ବୋଳି ବି, ଜେ, ପି, ପ୍ରାର୍ଥୀ ଅନିରୁଦ୍ଧ ପଧାନ କହିଛନ୍ତି, ଆୟୋଜିତ କାର୍ଯ୍ୟକର୍ମ ରେ ବି, ଜେ, ପି ର ବରିଷ୍ଠ ନେତା, ପର୍ଶୁ   ପଣ୍ଡା, ପୂର୍ବତନ ସଭାପତି ଆଇନଜିବି ଚନ୍ଦ୍ରଶେଖର ଚାନ୍ଦ, ନର୍ଲା ନିର୍ବାଚନ ମଣ୍ଡଳୀ ର ବୁଥ ସଂଯୋଜକ ମନ୍ମମୟ ଚାନ୍ଦ, ନିର୍ବାଚନ ମଣ୍ଡଳୀ ର ସଂଯୋଜକ ସରୋଜ କୁମାର ବୁଦ୍ଧିଆ, ପୂର୍ବତନ ସଭାପତି ତଥା ମାଣ୍ଡେଳ ସରପଞ୍ଚ ପଦ୍ମଲୋଚନ ଜାଲ, ବରିଷ୍ଟ ନେତା ଧନୁର୍ଜୟ ସେନାପତି , ଦିଲୀପ କୁମାର ଚାନ୍ଦ, ବିଷ୍ଣୁବଡ଼ ପଣ୍ଡା, କମଳ ପୂଜାରୀ, ରବି ସାହୁ, ଲକ୍ଷ୍ମଣ ଦିପ, ଦଶରଥ ସାହୁ, ଜୟ ରାମ ସାହୁ,ସମେତ ଶହେରୁ ଉର୍ଦ୍ଧ୍ବ କର୍ମି ଙ୍କ ଉପସ୍ଥିତି ରେ ନର୍ଲା ପଂଚାୟତ ଦେହେଲି ଗ୍ରାମର ସରୋଜ ନାଏକ ଓ ଡମ୍ବରୁ ବି, ଜେ, ପି, ରେ ସାମିଲ ହୋଇଥିଲେ, ବି, ଜେ, ପି ପାଟି ତରଫରୁ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ।

ଦୀପକ ଠାକୁର, ନର୍ଲା 

Related posts

ଆଗାମୀ ୨୦୨୯ ନିର୍ବାଚନ ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢ଼ିବ : 

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ବିରୋଧରେ ଭୁବନ ର ବିଜେପି ପକ୍ଷରୁ ବ୍ଲକ ଘେରାଉ

Sunil Chandra Nayak

ବିଜେଡିର ପରାଜୟ ପାଇଁ ପାଣ୍ଡିଆନ ଦାୟୀ – ସାଧାରଣରେ ଚର୍ଚ୍ଚା

masiha

Leave a Comment

error: Content is protected !!