ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସର ଦାବିପତ୍ର ପ୍ରଦାନ

ପାପଡାହାଣ୍ଡି 18/8, ମନିସ —- ପାପଡାହାଣ୍ଡି ବ୍ଲକ କଂଗ୍ରେସ କର୍ମୀଙ୍କ ତରଫରୁ ଶୁକ୍ରବାର ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ 9 ଦଫା ଦାବିପତ୍ର ବିଡ଼ିଓ ଦିବାକର ବାଗଙ୍କ ଜରିଆରେ ପ୍ରଦାନ କରାଯାଇ ବ୍ଲକ ଘେରାଉ କରାଯାଇଥିଲା | ଆଗାମୀ ଦିନରେ ଯଦି ଏହି ଦାବି ଗୁଡିକ ପୂରଣ ନହୁଏ ତାହେଲେ କଂଗ୍ରେସ କମିଟି ବ୍ଲକ ସାମ୍ନାରେ ଧାରଣାରେ ବସିବ ବୋଲି ଚେତାବନୀ ଦେଇଛି | ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ମିଶ୍ର ଙ୍କ ନେତୃତ୍ୱରେ ପାପଡାହାଣ୍ଡି ସ୍ଥିତ ସହିଦ ମିନାର ଠାରେ ଶତାଧିକ କଂଗ୍ରେଡସ କର୍ମୀ ଏକତ୍ରିତ ହୋଇଥିଲେ | ସହିଦ ସ୍ମୁତିଠାରେ ପ୍ରଥମେ ପୁଷ୍ପ ଗୁଛ ଦେଇ ବିଶାଳ ରାଲିରେ ବାହାରି ପାପଡାହାଣ୍ଡି ବ୍ଲକ ପରିସରରେ ପହଞ୍ଚି ଥିଲେ | | ପୂର୍ବତନ ଡାବୁଗାଁ ବିଧାୟକ ତଥା ପିସିସି ଉପସଭାପତି ଭୁଜବଳ ମାଝୀ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟରେ ଦେଇଥିବା 9 ଦଫା ଦାବିକୁ ବିଡ଼ିଓ ଙ୍କୁ ଜଣାଇଥିଲେ ଏବଂ ଆଗାମୀ ଦିନରେ ଦାବି ପୂରଣ ନହୁଏ ତାହେଲେ ବ୍ଲକ ସାମ୍ନାରେ ଅନିଦ୍ଧିଷ୍ଟ କାଳ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି |ଅନ୍ୟମାନଙ୍କ ମଧ୍ୟରେ ପାପଡାହାଣ୍ଡି ବ୍ଲକ ପର୍ଯ୍ୟବେକ୍ଷକ ଲୁଲୁ ମହାପାତ୍ର , ଜିଲ୍ଲାପରିଷଦ ସଭ୍ୟା ଡ଼. ଲିପିକା ମାଝୀ , କାର୍ଯ୍ୟକାରୀ ସଭାପତି ଭି ବିକାଶ ରାଓ , ଜିଲ୍ଲା ଛାତ୍ର ସଭାପତି ପବିତ୍ର ଗରଡ଼ା , ସେକ ୱାଜିର ହୁସେନ , ଶେଖ ଆକବର ହୁସେନ , ଏ. ଶ୍ରୀନିବାସ ରାଓ , ଜି. ଅନନ୍ତ ମୂର୍ତ୍ତି , ଇଶ୍ୱର ମିର୍ଗାନ , ମେଘନାଦ ବିଷୋୟୀ , ଝାଡ଼େଶ୍ୱର ରାଓ , ଶ୍ରୀପତି ହରିଜନ ପ୍ରମୁଖ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପଲାସା ଇଚ୍ଛାପୁରମକୁ ଦକ୍ଷିଣତଟ ରେଳବାଇରେ ସାମିଲ ନେଇ ବିଜ୍ଞପ୍ତି ପ୍ରକାଶ ପ୍ରସଙ୍ଗ ଡବଲ ଇଞ୍ଜିନ ସରକାର ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ବଦଳରେ ଧୋକା ପ୍ରଦାନ କରୁଛି: ବିଜେଡି

ସମ୍ପୂର୍ଣ୍ଣ ଭାବରେ ଅଘୋଷିତ ମେଣ୍ଟ

masiha

ଭାରତୀୟ ଜନତା ପାର୍ଟି ନୂଆପଡା ଜିଲ୍ଲା ର  ସାମ୍ବାଦିକ ସମ୍ମିଳନୀ, ନବୀନ ଓଡ଼ିଶା ନୂଆପଡ଼ା ଜିଲ୍ଲାର ସମସ୍ୟା ନବୀନ ବାବୁଙ୍କ ଠାରୁ ଜବାବର ଆଶା 

masiha

Leave a Comment

error: Content is protected !!