ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରିୟ ସଦସ୍ୟ ସମ୍ମିଳନୀ

ରାଇରଙ୍ଗପୁର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରିୟ ସଦସ୍ୟ ସମ୍ମିଳନୀ

 ମୟୂରଭଞ୍ଜ – ୨୦/୦୪ // ରାଜ୍ୟରେ ବିଜେପି ସରକାର ଆସିବାପରେ ଦଳ ତାର ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନେଉଛି ।ଦଳର ମେରୁଦଣ୍ଡ ହେଉଛନ୍ତି ତୃଣମୂଳ ସ୍ତରର କର୍ମୀ । ଯେଉଁ ଦଳ ତୃଣମୂଳ ସ୍ତରରେ ସୁଦୃଢ ,ସେହି ଦଳ ସେତେ ସଶକ୍ତ ।ଆଜି ରାଇରଙ୍ଗପୁର ସହରର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ପ୍ରାକ୍ତନ ପଶ୍ଚିମ ମୟୂରଭଞ୍ଜ ବିଜେପି ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ,ଜିଲ୍ଲା ବିଜେପି ସମ୍ପାଦକ ମନୋଜ ଦାସ,ନଗର ବିଜେପି ସଭାପତି ସୁରଥ ପଟ୍ଟନାୟକ ,ଶିବୁ ଅଗ୍ରୱାଲ ,: ବିକାଶ ମହାନ୍ତ,ମହିଳା ବିଜେପି ଉପ ସଭାନେତ୍ରୀ ମିନତୀ ବସା,ଓବିସି ମୋର୍ଚା ଜିଲ୍ଲା ସଭାପତି ବିଜୁ ଗୋପାଲ ଗୋପ,ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଆଲୋକ ରଂଜନ ମହାନ୍ତ,ଆଇଟି ସେଲ ଶଶାଙ୍କ କୁମାର ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଭାରତମାତା ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଆଶୀର୍ବାଦ ନେଇଥିଲେ ।ନିକଟରେ ଦିବଂଗତ ସାଥୀ ତଥା ଓଡ଼ିଶା କୃଷକ ମୋର୍ଚ୍ଚା ନେତା ପାରାଉ ହେମ୍ବ୍ରମ ଙ୍କ ନିଧନ ଯୋଗୁଁ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ୩୦୦ ପୁରୁଷ ଓ ମହିଳା ସକ୍ରିୟ ସଦସ୍ୟ ଓ ସଦସ୍ଯାଙ୍କୁ ଦଳର ନେତୃବୃନ୍ଦ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ।ତଦସହ ନୂତନ ଭାବେ ନିର୍ବାଚିତ ଵହଳଦା ମଣ୍ଡଳ ସଭାପତି ସୁନିଲ ମହାନ୍ତ ,ଝରାଡିହିର ସମୀର ମହାକୁଡ଼,, ରାଇରଙ୍ଗପୁର ଗ୍ରାମୀଣ ମଣ୍ଡଳର ଲକ୍ଷ୍ମଣ ମହାନ୍ତି,ଜାମଦା ମଣ୍ଡଳର ଅଜିତ ବାରିକ,ପାସନା ମଣ୍ଡଳର ଭୀମ ପୂର୍ତିଙ୍କୁ ନେତୃବୃନ୍ଦ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ବିଧାୟକ ଜଲେନ ନାଏକ ସମସ୍ତଙ୍କୁ ଓଡ଼ିଆ ନବ ବର୍ଷର ଅଭିନନ୍ଦନ ଜଣାଇବା ସହ ମୋହନ ସରକାରଙ୍କ ୧୦ ମାସର ସଫଳତା ଉପରେ ଉପସ୍ଥିତ ଦଳୀୟ କର୍ମୀଙ୍କୁ ଅବଗତ କରାଇଥିଲେ ।ତଦସହ ରାଜ୍ୟ ବିଜେପି ଉପସଭାପତି ନବୀନ ରାମ କହିଥିଲେ ବିଜେପି ହେଉଛି ଲୋକଙ୍କ ଦଳ । ତେଣୁ ସମସ୍ତ ସକ୍ରିୟ ସଦସ୍ୟ / ସଦସ୍ୟା ଘରକୁ ଯାଇ ଲୋକଙ୍କ ସହ‌ଯୋଡି ହୋଇ ସେମାନଙ୍କ ଦୁଖସୁଖର ସାଥି ହେଲେ ଲୋକେ ବିଜେପି ପ୍ରତି ଆସ୍ଥା ରଖିବେ ।ଆଗକୁ ତ୍ରିସ୍ତରୀୟ ଓ ପୌର ନିର୍ବାଚନ ହେବ । ତେଣୁ ସଂଗଠନକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ ।ଯଶ୍ବଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧ବର୍ଷର ସୁଶାସନ ଓ ଯୁଗାନ୍ତକାରୀ ଲୋକକଲ୍ଯାଣ ଯୋଜନା ଉପରେ ନିଜେ ଭଲ କରି ବୁଝି ଘରକୁ ଘର ବୁଲି ଦଳମତ ନିର୍ବିଶେଷରେ ସାଧାରଣ ଜନତାଙ୍କୁ ଵୁଝାଅ । ସେହିଭଳି ପ୍ରାକ୍ତନ ଜିଲ୍ଲା ସଭାପତି ଵିକୃପାସିନ୍ଧୁ ମହାନ୍ତ ୧୯୧୩ ମସିହାରୁ ଜନସଂଘରୁ ବିଜେପି ଗଠନ ଓ ବିଜେପିର ଇତିହାସ ଉପରେ ବକ୍ତବ୍ୟ ରଖିବା ଓ ସାଂଗଠନିକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ସେହିଭଳି ନଗର ସଭାପତି ସୁରଥ ପଟନାୟକ କୃଷି ଓ ଉଦ୍ଯୋଗଭିତିକ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନୂଆପଡ଼ା ଜିଲ୍ଲା କୋମନା ଏବଂ ଖରୀଆର ରୋଡ ରେ ବିଜେପି କଳାହାଣ୍ଡି ସାଂସଦ ପ୍ରାର୍ଥୀ ମାଳବିକା ଦେବୀଙ୍କ ମାରାଥନ ନିର୍ବାଚନ ପ୍ରଚାର 

masiha

ବିଚ୍ଛିନ୍ନାଞ୍ଚଳ ରେ ଦୁଇ ବୁଥ ସ୍ଥିତି ତଦାରଖ କଲେ ଅଧିକାରୀ

masiha

ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ

masiha

Leave a Comment

error: Content is protected !!