ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବ୍ ର ସ୍ଵତନ୍ତ୍ର କାର୍ଯ୍ୟକ୍ରମ “ଓଡ଼ିଶା ଦିବସ” ସମାରୋହରେ ପାଳିତ

ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବ୍ ର ସ୍ଵତନ୍ତ୍ର କାର୍ଯ୍ୟକ୍ରମ “ଓଡ଼ିଶା ଦିବସ” ସମାରୋହରେ ପାଳିତ

ରାଉରକେଲା ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବ୍” (ସଙ୍ଗୀତ ତରଙ୍ଗ ସାମାଜିକ ସାଂସ୍କୃତିକ ଟ୍ରଷ୍ଟ୍, ରାଉରକେଲା ର ଏକ ଅଙ୍ଗ) ର ସ୍ଵତନ୍ତ୍ର କାର୍ଯ୍ୟକ୍ରମ “ଓଡ଼ିଶା ଦିବସ” ସିଭିକ୍ ସେଣ୍ଟର୍ ଠାରେ ନିକଟରେ ସମାରୋହରେ ପାଳିତ ହୋଇଯାଇଛି । ରାଉରକେଲା ଡିଭିଜନର ଡି ଏଫ୍ ଓ ଯଶବନ୍ତ ସେଠୀ ମୁଖ୍ୟଅତିଥି ରୂପେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀ ସେଠୀ, ଅନୁଷ୍ଠାନର ଉପଦେଷ୍ଟା ଆରଏସପି ର ସିଜିଏମ ଏସ୍. ରାୟ ଚୌଧୁରୀ, ଆରଏସପିର ମହାପ୍ରବନ୍ଧକ ଡକ୍ଟର୍ ପି କେ ସାହୁ, ଆରଏସପି ର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜୟନ୍ତ ଆଚାର୍ଯ୍ୟ ସମ୍ପାଦକ ବଲ୍ଜିତ୍ ସିଂହ, ପ୍ରଶାସନିକ ସଚିବ ସନ୍ତୋଷ ଦାସ, ପ୍ରଦୀପ ମହନ୍ତ ଓ ଅନ୍ୟାନ୍ୟ କାର୍ଯ୍ୟନିର୍ବାହୀ ସଭ୍ୟ ସମୁହ ପ୍ରଦୀପ ପ୍ରଜ୍ବଳନ ସହ ଶୁଭାରମ୍ଭ କରିଥିଲେ | ଅତିଥିମାନେ ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବର ନିଆରା ଅନୁଚିନ୍ତା, ଅବଦାନ ତଥା ଉଦ୍ଦେଶ୍ୟର ଉଚ୍ଚ ପ୍ରଶଂସା କରିଥିଲେ । ସାଧାରଣ ସମ୍ପାଦକ ସନ୍ତୋଷ ଦାସ ଓଡ଼ିଶା ଦିବସର ବିଶେଷତ୍ଵ, ଓଡ଼ିଆ ଭାଷା – ସାହିତ୍ୟ – ସଂସ୍କୃତି ତଥା ଅତ୍ୟାଧୁନିକ ଯୁଗରେ ଏହା ପ୍ରତି ଆମର କର୍ତ୍ତବ୍ୟ ସହିତ ଅନୁଷ୍ଠାନର ସୃଷ୍ଟି, ଉଦ୍ଦେଶ୍ୟ, ଯୋଜନା ସମ୍ପର୍କରେ ସଂକ୍ଷେପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସଦସ୍ୟ କଳାକାର ମାନେ ଓଡ଼ିଶାର ଜାତୀୟ ଗୀତ “ବନ୍ଦେ ଉତ୍କଳ ଜନନୀ” ପରିବେଷଣ ପୂର୍ବକ ଓଡ଼ିଶା ମାଟି ମାଆ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ। ନିକଟରେ ଦେହାନ୍ତ ହୋଇଥିବା ଅନୁଷ୍ଠାନର ପୂର୍ବତନ ଟ୍ରଷ୍ଟି ତଥା କୋଷାଧ୍ୟକ୍ଷ ସ୍ବର୍ଗତ ସୁମନ୍ତ ମହାରଣାଙ୍କ ଆତ୍ମାର ସଦ୍ଗତି କାମନା କରି ନୀରବ ପ୍ରାର୍ଥନା ଓ ଚିତ୍ରପଟରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିବା ବେଳେ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା ।

ପୁରୁଣା-ନୂଆ ବିଭିନ୍ନ ସ୍ୱାଦର ଅନେକ ଲୋକପ୍ରିୟ ଓଡ଼ିଆ କଥାଚିତ୍ର ଗୀତ ଯଥା ହୃଦୟର ଏଇ ଶୂନ୍ୟତା କୁ, ଚନ୍ଦ୍ର ମଲ୍ଲୀ ହସେ, ଚାନ୍ଦ ନା ତୁମେ ତାରା, ତୋର ଉଡ଼ି ଉଡ଼ି ଯାଏ କାନି, ମୁଁ ପରଦେଶୀ ଚଢ଼େଇ, ଏ ଜୀବନ ନୁହେଁ, ଅଭିମାନିନୀ ଏ ଅମାନିଆ ଢେଉ, ତୋ ପାଇଁ ସାଥିରେ, ମନର ଦେଶରେ ପ୍ରେମର ସହର, ଏ ବନର ଛାଇ, ଏ ବନ ଝରଣା, ରେ ପ୍ରିୟା ମୋର, ଯାହାକୁ ମୁଁ ଏତେ ଭଲ ପାଉଛି, ଆଜି ମୋତେ ମିଳିଗଲା ମୋ ମନ ମୟୁରୀ, ହାଏ ତୋ ପ୍ରେମ ମୋତେ ମାରି ଦେଲାରେ, ଆଜି ଆକାଶେ କି ରଙ୍ଗ ଲାଗିଲା, କାଉଁ ଧାନ ଖାଇଲା ବୋଲି ଆଦି ଗୀତ ପରିବେଷଣ କରି କଳାକାର ମାନେ ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ । ଦର୍ଶକଙ୍କ ବାରମ୍ବାର ଅନୁରୋଧ କ୍ରମେ ସମ୍ବଲପୁରୀ ଲୋକପ୍ରିୟ ଗୀତ କୁଲ୍ ଫି ରାନୀ ଚୋକୋବାର୍ ଓ ରଙ୍ଗବତୀ ଆଦି ଗୀତରେ ଦର୍ଶକ ଝୁମି ଉଠିଥିଲେ | ବଂଶୀ ଓ ସେକ୍ସୋଫୋନର ଯୁଗ୍ମ ପରିବେଷଣରେ ଏଇ ଝୁମା ଝୁମା ଗୋଲାପି ବେଳାରେ ଗୀତ ର ଧୁନ୍ ପରିବେଷଣ କରି ବଲ୍ଜିତ୍ ସିଂହ୍ ଓ ଡ଼ା ଜୟନ୍ତ ଆଚାର୍ଯ୍ୟ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ | ସନ୍ଧ୍ୟାର କଳାକାର ମାନେ ଥିଲେ ଶ୍ରୀମତୀ ଜୟନ୍ତୀ ଦାସ, ସୋମା ରାୟ ଚୌଧୁରୀ, ଶୁଭସ୍ମିତା, ସଙ୍ଗୀତା, ମିନତୀ, ଝୁନୁ, ସସ୍ମିତା, ସ୍ୱେତାଲିନା, ସୋନାଲିକା ଓ ଶୁଭଶ୍ରୀ ଓ ସର୍ବଶ୍ରୀ ସନ୍ତୋଷ ଦାସ, ପ୍ରଦୀପ ମହନ୍ତ, ସବ୍ୟସାଚୀ ଦାସ, ମନୋରଞ୍ଜନ ଦାଶ,ଏସ୍. ରାୟ ଚୌଧୁରୀ , ଡକ୍ଟର୍ ପି କେ ସାହୁ, ଡକ୍ଟର୍ ଜୟନ୍ତ ଆଚାର୍ଯ୍ୟ , ବଲ୍ଜିତ୍ ସିଂହ, ଅଜିତ୍ ପୂଜାରୀ, ସୁଧାଂଶୁ ପ୍ରଧାନ, ଅଶ୍ଵିନୀ ସିଂ, ଅଶୋକ ପଟେଲ, ରାମ ମହନ୍ତ, ଜଗନ୍ନାଥ ସାହୁ, ଯୋଗୀନ୍ଦ୍ର, ପ୍ରଭାତ, ବିକାଶ, ବିଭୁଦତ୍ତ, , ଉତ୍ତମ ଓ ହଲିନ୍ଦର୍ ବଡାଇକ୍ ପ୍ରମୁଖ । ଶୁଭଶ୍ରୀ ଦାସ ଙ୍କ ମଞ୍ଚ ସଞ୍ଚାଳନ ବେଶ୍ ପ୍ରଶଂସିତ ହୋଇଥିଲା। ଅନୁଷ୍ଠାନର ପ୍ରଶାସନିକ ସଚିବ ପ୍ରଦୀପ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୁଡୁମୀ ସଂପ୍ରଦାୟ କୁ ଆଦିବାସୀ ମାନ୍ୟତା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ କୁଡୁମୀ ସେନା, ଓଡ଼ିଶା ପକ୍ଷରୁ ୫୨ ଫର୍ଦ୍ଦୀୟ ଲିଖିତ ଦାବିପତ୍ର

masiha

ଶାଳ ମଞ୍ଜିର ଅଭାବୀ ବିକ୍ରୀରେ କ୍ଷତି ସହୁଛନ୍ତି ତୋଳାଳି : ମାଲା ମାଲ ହେଉଛନ୍ତି ବେପାରୀ

୧- ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ  , – ବନ୍ଧୁଗାଁ ବ୍ଲକ ଗସ୍ତରେ ବିଧାୟକ, ନାରାୟଣ ସାଗର ପରିଦର୍ଶନ କଲେ 

Sunil Chandra Nayak

Leave a Comment

error: Content is protected !!