ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଂଗ୍ରେସ ଦଳ ପକ୍ଷରୁ ସ୍ବର୍ଗତ କୈଳାଶ ଚନ୍ଦ୍ର ଅଗ୍ରୱାଲ ପୁର୍ବତନ କଂଗ୍ରେସ ଜିଲ୍ଲା ସଭାପତି ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା

କଂଗ୍ରେସ ଦଳ ପକ୍ଷରୁ ସ୍ବର୍ଗତ କୈଳାଶ ଚନ୍ଦ୍ର ଅଗ୍ରୱାଲ ପୁର୍ବତନ କଂଗ୍ରେସ ଜିଲ୍ଲା ସଭାପତି ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା

ମୟୂରଭଂଜ – ୨୪/୧୦ —  ଆଜି ରାଇରଙ୍ଗପୁର ମହୁଲଡିହା ଠାରେ ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ କମିଟିର ବୈଠକ ସଭାପତି ଶ୍ରୀ ଭୁବନ ବିହାରୀ ସାହୁ ଙ୍କ ସଭାପତିତ୍ୱ ରେ କରାଯାଇଥିଲା, ଏହି ବୈଠକ ରେ ସ୍ବର୍ଗତ କୈଳାଶ ଚନ୍ଦ୍ର ଅଗ୍ରୱାଲ ପୂର୍ବତନ ସଭାପତି ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ଦଳର ବିଗତ ଦିନ ମୃତ୍ୟବରଣ କରିଥିବାରୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏହି ସଭାରେ ତାଙ୍କରି ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନଟର ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ସଭାରେ ପିସିସି ଜିଲ୍ଲା ପର୍ୟାବେକ୍ଷକ ନିରୋଜ ଲୋଚନ ଦାସ ଓ ପୂର୍ବତନ ବିଧାୟକ ଲଷ୍ମଣ ମାଝୀ ତଥା ପ୍ରହ୍ଲାଦ ପୂର୍ତ୍ତି, ନୀଳ ରତନ ସାହୁ ନାରାୟଣ ମହାପାତ୍ର, ବସନ୍ତ ପଟନାୟକ, ରୂପକ କୁମାର ମହାନ୍ତି, ଅନୁପ ସୋରେନ, ହେଲେନା ବାଗେ, ମାନସିଂହ ମାଝୀ, ସନ୍ତୋଷ କୁମାର ନନ୍ଦ, ଧୀରାଇ ସୋରେନ, କିଶୋର କୁମାର ମହାନ୍ତ, ଘନଶ୍ୟାମ ମହାନ୍ତ, ନିଶାକର ପାତ୍ର, ଅମର ପ୍ରଧାନ ଦେବ ହେମ୍ବ୍ରମ, ଅମର କୁମାର ମହାନ୍ତ ଓ ବହୁ ସଂଖ୍ୟାରେ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

ଏହି ବୈଠକ ରେ କଂଗ୍ରେସ ଦଳ ପକ୍ଷରୁ “ଭୋଟ ଚୋର ଗାଦ୍ଦି ଛୋଡ ” ହସ୍ଥାକ୍ଷର ଅଭିୟାନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ଏବଂ ଆଗାମୀ ତାରିଖ -26 ନଭେମ୍ବର ସୁଦ୍ଧା ନିର୍ଦ୍ଧାରିତ ସଂଖ୍ୟାରେ ହସ୍ତାକ୍ଷର କାର୍ଯ୍ୟକ୍ରମ ଶେଷକରି ଜିଲ୍ଲା ସଭାପତିଙ୍କ ପାଖରେ ଦାଖଲ କରିବା ପାଇଁ ନିର୍ଦେଶ ଦେଇଥିଲେ। ସଭା ଶେଷରେ ରୂପକ କୁମାର ମହାନ୍ତି ସମସ୍ତଙ୍କ ଧନ୍ୟବାଦ ଜଣାଇଥିଲେ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଜିଲ୍ଲାସ୍ତର ରେ ଛାତ୍ରୀ ଙ୍କ ସଫଳତା 

masiha

୧- ମା ଅଗ୍ନି ଗଙ୍ଗାମାଠାକୁରାଣୀ ଯାତରା ଉପଲକ୍ଷେ ପ୍ରଥମ ବୈଠକ , ୨- ବନ୍ଧୁଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟରେ ‘ବିକଶିତ ‘ଗାଁ ‘ବିକଶିତ ଓଡ଼ିଶା କୁ ନେଇ ଗ୍ରାମ ସଭା ଆୟୋଜିତ 

masiha

ମୂର୍ଚ୍ଛନା ସାହିତ୍ୟ ଓ ପାଠାଗାର ର ଶୀତକାଳୀନ ଅଧିବେଶନ ,  ସାଗର ଗର୍ଭ ଉନ୍ମୋଚିତ

masiha

Leave a Comment

error: Content is protected !!