ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ପୋଲିଓ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ — ରୋଟାରି ଓ ଇଣ୍ଟରାକ୍ଟ କ୍ଲବ ର ସଫଳ ସଂଯୁକ୍ତ ପ୍ରୟାସ

ବିଶ୍ୱ ପୋଲିଓ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ — ରୋଟାରି ଓ ଇଣ୍ଟରାକ୍ଟ କ୍ଲବ ର ସଫଳ ସଂଯୁକ୍ତ ପ୍ରୟାସ

ରାଉରକେଲା: ବିବେକାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ, ଗର୍ଜନ ଠାରେ ବିଶ୍ୱ ପୋଲିଓ ଦିବସ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଇଣ୍ଟରାକ୍ଟ କ୍ଲବ ଓ ରୋଟାରି କ୍ଲବ ଅଫ ରାଉରକେଲା ଅର୍ବାନ ଦ୍ୱାରା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ହାଇଟେକ ମେଡିକାଲ କଲେଜ ଡା ଅନୁରାଗ ଏକ୍କା ମୁଖ୍ୟଅତିଥି ଭାବେ ଏବଂ ସେହିପରି ସହକର୍ମୀ ଡାକ୍ତର ମାନେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ହୋଇଥିଲେ।

ହାଇଟେକ ମେଡିକାଲ କଲେଜ ର ପ୍ରଫେସର ଓ ଅନ୍ୟାନ୍ୟ ଶିକ୍ଷକମାନେ ସହଯୋଗ କରିଥିଲେ। ସେମାନେ ତାଙ୍କ ପ୍ରୋଜେକ୍ଟର ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଭିଡିଓ ଓ ଭିଜୁଆଲ ପ୍ରଦର୍ଶନ କରିଥିଲେ, ଯାହା ଛାତ୍ରଛାତ୍ରୀ, ଇଣ୍ଟରାକ୍ଟର, ରୋଟାରିଆନ, ଏସଏସଜି ଷ୍ଟାଫ ଓ ସମସ୍ତ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା। ପୋଲିଓ କେମିତି ହୁଏ ଓ ତାର ସମ୍ପୂର୍ଣ ନିରାକରଣ ର ସବିଶେଷ ବିବରଣୀ କଥା ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ଚିତ୍ର ମାଧ୍ୟମ ରେ ବୁଝାଇ ଦିଆ ଯାଇଥିଲା । ରୋଟାରି କ୍ଲବ ଅଫ ରାଉରକେଲା ଅର୍ବାନ ର ସଭାପତି ଇଂ ଉଦିତ କୁମାର ସାହୁଙ୍କ ସଭାପତିତ୍ବ  ଇଣ୍ଟରାକ୍ଟ କ୍ଲବ ର ସଭାପତି ପ୍ରଦ୍ୟୁମ୍ନ କୁମାର ବଡାଇକ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରି କ୍ଲବ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା। ଅନ୍ୟ ରୋଟାରିଆନ ଙ୍କ ମଧ୍ୟରେ ଡି. ମୋହନ ରାଓ, ଡା. ପ୍ରଭାତ କୁମାର ମହାନ୍ତି, ଦେବବ୍ରତ ନାୟକ, ରବିକାନ୍ତ ସିଂହ, ବନାନୀ ଦାସ,ପଦ୍ମିନୀ ସାହୁ, ମିନା ମହାନ୍ତି, ସସ୍ମିତା ନାୟକ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିଶ୍ଚନ୍ଦ୍ର ପାଣିଗ୍ରାହୀ ଙ୍କ ସହଯୋଗ ଓ ସୁବିଧା ପ୍ରଦାନରୁ କାର୍ଯ୍ୟକ୍ରମ ସଫଳ ଓ ସନ୍ତୋଷଜନକ ହୋଇପାରିଥିଲା। ଶେଷରେ ଛାତ୍ରଛାତ୍ରୀମାନଙ୍କୁ ଚକୋଲେଟ ବଣ୍ଟନ କରାଯାଇଥିଲା ‌। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୁଜରାଟରୁ ଉଦ୍ଧାର ହୋଇ ଫେରିଲେ ୯ଜଣ ଶ୍ରମିକ

masiha

ଜଳକଷ୍ଟ ଦୁର କରିବାକୁ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଲେ ହଂସପଡା ଗାଁ ର ମହିଳା ଓ ଗ୍ରାମବାସୀ

ପ୍ରାକ୍ ନିଯୁକ୍ତି ପରାମର୍ଶ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!