ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ତ୍ରିରଙ୍ଗା ଜାତୀୟ ପତାକା ଦିବସ ପାଳିତ

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ତ୍ରିରଙ୍ଗା ଜାତୀୟ ପତାକା ଦିବସ ପାଳିତ

ଭବାନୀପାଟଣା ତା :୨୨/୦୭/୨୦୨୬ ରିଖ ସ୍ଥାନୀୟ ତାରିଣୀ ମନ୍ଦିର ରୋଡ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ତ୍ରିରଙ୍ଗା ଜାତୀୟ ପତାକା ଦିବସ ପାଳିତ ହୋଇଯାଇଛି | ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ଆମର ଗର୍ବ “ତ୍ରିରଙ୍ଗା’ କୁ ଆମ ଦେଶର ଜାତୀୟ ପତାକା ଭାବରେ ସରକାରୀ ସ୍ୱୀକୃତି ପାଇଥିଲା | ପ୍ରଥମ କେଶରୀ ରଙ୍ଗ ଏହା ତ୍ୟାଗ ଏବଂ ବୀରତ୍ୱ ପ୍ରତୀକ | ମଧ୍ୟମ ରଙ୍ଗ ଧଳା ଶାନ୍ତି ଏବଂ ପବିତ୍ରତା ର ସୂଚକ ଅଟେ ଏବଂ ଶେଷ ରଙ୍ଗ ସବୁଜ ଦେଶର ସମୃଦ୍ଧି ଏବଂ ପ୍ରଗତିକୁ ଦର୍ଶାଏ ଓ ଅଶୋକ ଚକ୍ରରେ ଥିବା ୨୪ ଟି ଅର ଯାହା ମନୁଷ୍ୟକୁ ଜୀବନରେ ସର୍ବଦା ଆଗକୁ ବଢିବା ପାଇଁ ଏବଂ ଧର୍ମ ପଥରେ ଚାଲିବା କୁ ପ୍ରେରଣା ଦେଇଥାଏ ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ ଓ ଜାତୀୟ ପତାକା ଦିବସ ଆମକୁ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବଳିଦାନ ଏବଂ ଦେଶପ୍ରେମ କଥା ମନେ ପକାଇଥାଏ। ଏହି ଦିନ ଆମେ ଆମର ଜାତୀୟ ପତାକାକୁ ସମ୍ମାନ ଜଣାଇ ଦେଶର ଏକତା ଏବଂ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଶପଥ ନେଇଥାଉ ବୋଲି ବିଶିଷ୍ଠ ଶିଶୁ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ସମ୍ବୋଧନ ଦେଇଥିଲେ | ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ | ଜାତୀୟ ସଂଗୀତ ସହ ସଭା ସାଙ୍ଗ ହୋଇଥିଲା |

Related posts

ପାପଡ଼ାହାଣ୍ଡିରେ ଶହୀଦ ସ୍ମୃତି ଦିବସ ପାଳିତ ଅମର ଶହୀଦଙ୍କ ତ୍ୟାଗ, ବୀରତ୍ୱ ଓ ଦେଶପ୍ରେମକୁ ସ୍ମରଣ କଲା ନବରଙ୍ଗପୁର

Sunil Chandra Nayak

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ନାରୀ କବି ସମ୍ମିଳନୀ ଓ କବିତା ପାଠୋତ୍ସବ 

masiha

ବିକାଶ ମେଳା’ରେ ମହିଳା ଓ ଶିଶୁ ବିକାଶ ବିଭାଗ  ସୂଚନା, ଶିକ୍ଷା ଓ ସଂଚାର ମାଧ୍ୟମରେ ହେଉଛି ଜନସଚେତନତା

masiha

Leave a Comment

error: Content is protected !!