ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଯୁଡିଆ ଛକରେ ଗିରି ଗୋବର୍ଦ୍ଧନ ପୂଜା ମହାସମାରୋହରେ ପାଳିତ

ଯୁଡିଆ ଛକରେ ଗିରି ଗୋବର୍ଦ୍ଧନ ପୂଜା ମହାସମାରୋହରେ ପାଳିତ

ମୟୂରଭଂଜ – ୨୪/୧୦ — ମୟୂରଭଃଜ ଜିଲ୍ଲାର ଵିଜାତଳା ବ୍ଳକର ମୁଣ୍ଡିଆ ଛକରେ ମୁଣ୍ଡିଆ,ବଡଝରଣର ଏବଂ ଆମଡିହା ୩ ଟି ଗ୍ରାମର‌ ଯାଦବ ପରିବାର ତରଫରୁ ମିଳିତଭାଵେ ଦିର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ଵ ହେଲା ପ୍ରଭୁ ଗିରି ଗୋବର୍ଦ୍ଧନ ପୂଜା ମହାସମାରୋହରେ ପାଳନ କରାଯାଇ ଆସୁଅଛି ।ବାମନଘାଟୀ ଉପଖଣ୍ଡରେ ଯାଦବ ପରିବାର ତରଫରୁ ଏହା ବହୁ ପୁରାତନ ଧାର୍ମିକ ଅନୁଷ୍ଠାନ । ପବିତ୍ର କାର୍ତ୍ତିକ ଶୁକ୍ଳ ପ୍ରତିପାଦରେ ଆୟୋଜିତ ଏହି ଉତ୍ସବ ଅବସରରେ ଶ୍ରୀକୃଷ୍ଣଙ୍କ ଅଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଠାକୁରଙ୍କ ରୀତିନୀତି ଅନୁସାରେ କଳଶ ଯାତ୍ରା,ଚକ୍ଷୁଦାନ,ଅଦ୍ଯ ସୂର୍ଯ୍ୟପୂଜା,ଅର୍ଶ ପୂଜା,ମଣ୍ଡଳ ପୂଜା,ଷୋଡ଼ଶ ଉପଚାର ପୂଜା,ଅଗ୍ନି ସଂସ୍କାର କରାଯାଇଛି ।ମୁଖ୍ୟ ପୂଜକ ବିନାୟକ ଶରଣ ଏବଂ ତାଙ୍କ ପୁତ୍ର ମନୋଜ ଶରଣ ପୂଜା କର୍ମକାଣ୍ଡ ରୀତିନୀତି ଅନୁସାରେ କରିଥିଲେ ।କର୍ତା ଭାବରେ ସନ୍ତୋଷ ଗିରି ଏବଂ ତାଙ୍କ ସହଧର୍ମିଣୀ କବିତା ଗିରି ନିଷ୍ଠାର ସହ ଦାୟିତ୍ଵ ତୁଲାଉଛନ୍ତି ।ବୁଧବାରଠାରୁ ପୂଜା ଆରମ୍ଭ ହୋଇ ଆଜି ଶୁକ୍ରବାର ଅନ୍ତିମ ଦିନ ସଂନ୍ଧ୍ୟାରେ ପୂର୍ଣ୍ଣାହୁତି କରାଯାଇଥିଲା ।ଶହ ଶହ ଶ୍ରଦ୍ଧାଳୁ ଏବଂ ମାନସିକଧାରୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତି ଏଵଂ‌ଆଲୋକ ସଜ୍ଜା ଦେଖିବା ସହ ପୂଜାର୍ଚ୍ଚନା କରିବା ସହ ପରିବାରର ଜ୍ଵର ସମାଜର ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରିଥିଲେ ।ଗିରି ଗୋବର୍ଦ୍ଧନ ପୂଜା କମିଟି ତରଫରୁ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।କମିଟିର ଉଦ୍ଯୋକ୍ତା ସନ୍ତୋଷ ଗିରି,ଶ୍ରବଣ ଗିରି,ରାଜୁ ଗିରି,କ୍ଷିରୋଦ ଗିରି,ଭବାନୀ ଗିରି,କମଳାକାନ୍ତ ଗିରି,ଚିତ୍ତରଞ୍ଜନ ଗିରି,ଗୌରାଙ୍ଗ ଗିରି,ପ୍ରମୋଦ ଗିରି ସରୋଜ ଗିରି,ପରମାନନ୍ଦ ଗିରି,ମାଧବ ଗିରିଙ୍କ ସମେତ ତିନି ଗ୍ରାମର ସମସ୍ତ କମିଟି ସଦସ୍ୟ ଶୃଙ୍ଖଳାର ସହ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ରାଇରଙ୍ଗପୁରରେ ଶ୍ରୀ ଶ୍ରୀ ବିଶ୍ବଶାନ୍ତି ବିଷ୍ଣୁ ମହାଯଜ୍ଞ ଓ ପୂର୍ଣ୍ଣାହୁତି ଉଦଯାପିତ

Sunil Chandra Nayak

ଆଜି ସାବିତ୍ରୀ ଓଷା… ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା

Sunil Chandra Nayak

ମହାବିଷ୍ଣୁ ଯଜ୍ଞ ନିମନ୍ତେ ଭୂମିପୂଜନ ଅନୁଷ୍ଠିତ ଯଜ୍ଞ ଦ୍ବାରା ପରିବେଶ ସନ୍ତୁଳିତ ହୋଇଥାଏ…

Sunil Chandra Nayak

Leave a Comment

error: Content is protected !!