ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଯୁଡିଆ ଛକରେ ଗିରି ଗୋବର୍ଦ୍ଧନ ପୂଜା ମହାସମାରୋହରେ ପାଳିତ

ଯୁଡିଆ ଛକରେ ଗିରି ଗୋବର୍ଦ୍ଧନ ପୂଜା ମହାସମାରୋହରେ ପାଳିତ

ମୟୂରଭଂଜ – ୨୪/୧୦ — ମୟୂରଭଃଜ ଜିଲ୍ଲାର ଵିଜାତଳା ବ୍ଳକର ମୁଣ୍ଡିଆ ଛକରେ ମୁଣ୍ଡିଆ,ବଡଝରଣର ଏବଂ ଆମଡିହା ୩ ଟି ଗ୍ରାମର‌ ଯାଦବ ପରିବାର ତରଫରୁ ମିଳିତଭାଵେ ଦିର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ଵ ହେଲା ପ୍ରଭୁ ଗିରି ଗୋବର୍ଦ୍ଧନ ପୂଜା ମହାସମାରୋହରେ ପାଳନ କରାଯାଇ ଆସୁଅଛି ।ବାମନଘାଟୀ ଉପଖଣ୍ଡରେ ଯାଦବ ପରିବାର ତରଫରୁ ଏହା ବହୁ ପୁରାତନ ଧାର୍ମିକ ଅନୁଷ୍ଠାନ । ପବିତ୍ର କାର୍ତ୍ତିକ ଶୁକ୍ଳ ପ୍ରତିପାଦରେ ଆୟୋଜିତ ଏହି ଉତ୍ସବ ଅବସରରେ ଶ୍ରୀକୃଷ୍ଣଙ୍କ ଅଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଠାକୁରଙ୍କ ରୀତିନୀତି ଅନୁସାରେ କଳଶ ଯାତ୍ରା,ଚକ୍ଷୁଦାନ,ଅଦ୍ଯ ସୂର୍ଯ୍ୟପୂଜା,ଅର୍ଶ ପୂଜା,ମଣ୍ଡଳ ପୂଜା,ଷୋଡ଼ଶ ଉପଚାର ପୂଜା,ଅଗ୍ନି ସଂସ୍କାର କରାଯାଇଛି ।ମୁଖ୍ୟ ପୂଜକ ବିନାୟକ ଶରଣ ଏବଂ ତାଙ୍କ ପୁତ୍ର ମନୋଜ ଶରଣ ପୂଜା କର୍ମକାଣ୍ଡ ରୀତିନୀତି ଅନୁସାରେ କରିଥିଲେ ।କର୍ତା ଭାବରେ ସନ୍ତୋଷ ଗିରି ଏବଂ ତାଙ୍କ ସହଧର୍ମିଣୀ କବିତା ଗିରି ନିଷ୍ଠାର ସହ ଦାୟିତ୍ଵ ତୁଲାଉଛନ୍ତି ।ବୁଧବାରଠାରୁ ପୂଜା ଆରମ୍ଭ ହୋଇ ଆଜି ଶୁକ୍ରବାର ଅନ୍ତିମ ଦିନ ସଂନ୍ଧ୍ୟାରେ ପୂର୍ଣ୍ଣାହୁତି କରାଯାଇଥିଲା ।ଶହ ଶହ ଶ୍ରଦ୍ଧାଳୁ ଏବଂ ମାନସିକଧାରୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତି ଏଵଂ‌ଆଲୋକ ସଜ୍ଜା ଦେଖିବା ସହ ପୂଜାର୍ଚ୍ଚନା କରିବା ସହ ପରିବାରର ଜ୍ଵର ସମାଜର ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରିଥିଲେ ।ଗିରି ଗୋବର୍ଦ୍ଧନ ପୂଜା କମିଟି ତରଫରୁ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।କମିଟିର ଉଦ୍ଯୋକ୍ତା ସନ୍ତୋଷ ଗିରି,ଶ୍ରବଣ ଗିରି,ରାଜୁ ଗିରି,କ୍ଷିରୋଦ ଗିରି,ଭବାନୀ ଗିରି,କମଳାକାନ୍ତ ଗିରି,ଚିତ୍ତରଞ୍ଜନ ଗିରି,ଗୌରାଙ୍ଗ ଗିରି,ପ୍ରମୋଦ ଗିରି ସରୋଜ ଗିରି,ପରମାନନ୍ଦ ଗିରି,ମାଧବ ଗିରିଙ୍କ ସମେତ ତିନି ଗ୍ରାମର ସମସ୍ତ କମିଟି ସଦସ୍ୟ ଶୃଙ୍ଖଳାର ସହ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଦେବସ୍ନାନ ପୂର୍ଣ୍ଣିମା : ସ୍ନାନ ମଣ୍ଡପରେ ବିଜେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମେତ ବଡଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ

Sunil Chandra Nayak

ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ,ହନୁମାନ ଓ ଗଣେଶ ମନ୍ଦିରର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ

masiha

ମା ତାରିଣୀଙ୍କ ୮୭ତମ ଚଇତି ପର୍ବ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!