ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବନ୍ଧାଗାଁରେ ହରିବଂଶ ପୁରାଣ ପାରାୟଣ ଓ ଅଷ୍ଟ ପ୍ରହର ନାମ ଯଜ୍ଞ ସମାପନ

ଟେମରୀ( ମ ନି ସ):- ୭/୨:-ଭଗବାନଙ୍କ ସୃଷ୍ଟିରେ ମାନବ ଶ୍ରେଷ୍ଠ ଜୀବ । ପ୍ରକୃତିର ଅନୁକୂଳ ପରିବେଶ ବିନା ଜୀବ ସୃଷ୍ଟି ଅସମ୍ଭବ । ବିଚିତ୍ର ସୃଷ୍ଟିରେ ସ୍ବୟଂ ଭଗବାନ ହେଉଛନ୍ତି ମୂଲଧାର । ଜୀବ ଜଗତ ବଞ୍ଚାଇବା ପାଇଁ ଭଗବାନ ପ୍ରକୃତି, ଜଳ, ସ୍ଥଳ, ସୂର୍ଯ୍ୟ, ବାୟୁ ଆଦି ଉତ୍ତମ ପରିବେଶ ତିଆରି କରିଛନ୍ତି। ପ୍ରାଣୀଙ୍କ ଦେହରେ ଆତ୍ମା ଓ ପ୍ରାକୃତିକ ସ୍ଥଳରେ ପରମାତ୍ମା ଅଛନ୍ତି । ମାନବ ସଦାବେଳେ ତପସ୍ୟା, ସାଧନା, ଉପାସନା, ପୂଜା ଆରାଧନା କରି ଭଗବାନଙ୍କୁ ସନ୍ତୋଷ କରି ଆସୁଅଛି । ପାରମ୍ପରିକ ରୀତି ନୀତି ଅନୁଯାୟୀ ପୁରାଣ ପାରାୟଣ, ପ୍ରହର ନାମ ଯଜ୍ଞ, ଧ୍ଵନୀ ଯଜ୍ଞ, ମନ୍ଦିର ପୂଜା, ପର୍ବପର୍ବାଣୀ ଆଦି କରି ଈଶ୍ୱରଙ୍କ ଡାକିବା ପୁରାତନ ବିଧି ରହିଛି। ସେହିପରି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବନ୍ଧାଗାଁଠାରେ ରାତ୍ର ସାହୁ, ତାଙ୍କ ଧର୍ମପତ୍ନୀ ମୁକ୍ତା ସାହୁ ଓ ସୁଦର୍ଶନ ସାହୁ, ତାଙ୍କ ଧର୍ମପତ୍ନୀ ରମଣୀ ସାହୁ ମାନସିକ ପୂରଣ ଯୋଗୁଁ ଗତ ଜାନୁୟାରୀ୨୧ ତାରିଖ ଠାରୁ ହରିବଂଶ ପୁରାଣ ପାରାୟଣ କରାଯାଇ ଫେବୃଆରୀ ୫ ତାରିଖରେ ପାରାୟଣ ସମ୍ପୂର୍ଣ୍ଣ ହୋଇଛି । ଫେବୃଆରୀ ୬ ତାରିଖ ଦିନ ଅଷ୍ଟ ପ୍ରହର ନାମ ଯଜ୍ଞ ଅୟୋଜନ କରାଯାଇ ୭ ତାରିଖରେ ଦାଧିହାଣ୍ଡି ଭଗ୍ନ କରି ନାମ ଯଜ୍ଞ ସମାପନ କରାଯାଇଛି । ଏଥିରେ ଦୁଇ ଭାଇ ଓ ତାଙ୍କ ଦୁଇ ଧର୍ମ ପତ୍ନୀ କର୍ତ୍ତା ଭାବରେ ସମସ୍ତ ପୂଜା ବିଧି କାର୍ଯ୍ୟ ତୁଲାଇ ଥିଲେ । ଏହି କାର୍ଯ୍ୟକ୍ରମରେ ଦୂର ଦୁରାନ୍ତର ସଂକୀର୍ତ୍ତନ ଦଳ ଓ ଝିଅ ସଂକୀର୍ତ୍ତନ ଦଳ ହରେ କୃଷ୍ଣ ହରେ ରାମ ମହାମନ୍ତ୍ର ମଧୁର ସ୍ଵରରେ ଗାନ କରିବା ଦର୍ଶକ ଦର୍ଶିକାଙ୍କୁ ମନ ମୁଗ୍ଧ କରିଥିଲା । ଏଥିରେ ବିଭିନ୍ନ କାର୍ଯ୍ୟରେ ଗ୍ରାମବାସୀ ସହଯୋଗ କରିଥିଲେ ।

ଜଗଜ୍ଜୀବନ ସା ଙ୍କ ରିପୋର୍ଟ

Related posts

ଜୁନାଗଡ଼ ରେ ହନୁମାନ ଜୟନ୍ତୀ ସମାରୋହରେ ପାଳିତ

Sunil Chandra Nayak

ହିଞ୍ଜିଳି ଗ୍ରାମର ଶ୍ରୀ ଶ୍ରୀ ଶ୍ରୀ ଗୋପୀନାଥ ମହାପ୍ରଭୁଙ୍କ ଜିର୍ଣ୍ଣୋଦ୍ଧାର ଓ ପ୍ରତିଷ୍ଠା ଉତ୍ସବ 

Sunil Chandra Nayak

ବିମାନରେ ରାଧାକୃଷ୍ଣଙ୍କ ନଗର ପରିକ୍ରମା 

masiha

Leave a Comment

error: Content is protected !!