ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କାମାକ୍ଷାନଗର ଅଂଚଳ ର ବିଭିନ୍ନ ଜାଗା ରେ ବେଶ୍ ଧୁମ ଧାମ ରେ ମକର ସଂକ୍ରାନ୍ତି ପାଳିତ

କାମାକ୍ଷାନଗର( ମ ନି ସ)୧୫/୦୧// ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ବିଭିନ୍ନ ଜାଗାରେ ବେଶ୍ ଧୁମ ଧାମ ରେ ମକର ସଂକ୍ରାନ୍ତି ପାଳିତ ହୋଇ ଯାଇଛି l ସେଥି ମଧ୍ୟ୍ୟରୁ ମା ଛେଳିଆ ମହାପାଟ ପୀଠ ଅନ୍ୟତମ l ସେଥିରେ ଦୁଇ ଗ୍ରାମ ର ମିଳିତ ପ୍ରୟାସ ରେ ଯାତ୍ରା ଟି ଅନୁଷ୍ଠିତ ହୋଇ ଥିଲା l ସେଥିରେ ପଲି ସାମତାର ପୁର ଓ ବାଇଶିଙ୍ଗା ଗ୍ରାମ ର ଶତାଧିକ ମହିଳା ପୁରୁଷ ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ମା ଙ୍କ ପିଠ ଟି ଏପରି ଜାଗା ରେ ଅବସ୍ଥିତ ପ୍ରାକୃତିକ ସ୍ନୋଦର୍ଯ୍ୟ ରେ ପରିପୂର୍ଣ ଭକ୍ତ ଙ୍କ ମନକୁ ବେଶ୍ ଆକୃଷ୍ଟ କରୁଛି କିନ୍ତୁ ବିଗତ ଦୁଇ ବର୍ଷ କୋଭିଡି କଟକଣା ଲାଗିଥିବାରୁ ମା ଙ୍କ ଯାତ୍ରା ରେ ବ୍ୟାଘାତ ସୃଷ୍ଟି ହୋଇ ଥିଲା ଵିଧି ରକ୍ଷା କାରି ସାଧା ସିଧା ରେ ପୂଜା କରାଯାଉଥିଲା କିନ୍ତୁ ମା ଙ୍କ ଆଶୀର୍ବାଦ ରୁ ଏ ବର୍ଷ କୋଭିଡି କଟକଣା ଉଠି ଯାଇଛି ଫଳରେ ଏ ବର୍ଷ ଧୁମ ଧାମ ରେ ପୂଜା ଚାଲିଛି ଏଠି ଶତାଧିକ ଜନ ସାଧାରଣ ଏକତ୍ରିତ ହୋଇ ମା ଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ ଓ ମନୋରଞ୍ଜନ କରିବା ପାଇଁ ମହିଳା ପାଲା ପାରିବେଷଣ କରା ଯାଇଥିଲା ଓ ମୁଖ୍ୟ ଅତିଥି ବାଇସିଂହା ପଂଚାୟତ ର ନବ ନିର୍ବାଚିତ ସରପଞ୍ଚ ସନ୍ତୋଷ କୁମାର ସାହୁ ଉପସ୍ଥିତ ଥିଲେ ଯାତ୍ରା ଟି ବେଶ୍ ଶାନ୍ତି ଶୃଙ୍ଖଳା ରେ ପାଳିତ ହୋଇ ଥିଲା ଓ ସ୍ଥାନୀୟ ସରପଞ୍ଚ ଙ୍କ ଉଦ୍ୟମ ବଳ ରେ ଏହା ସଫଳ ହୋଇ ପାରିଛି ଓ ସମସ୍ତ ଅଂଚଳ ବାସୀ ଖୁସି ର ସହ ମକର ସଂକ୍ରାନ୍ତି ପର୍ବ ଟିକୁ ପାଳନ କରିଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଟୋକିମରା ପରବ ସହ ଶେଷ ହେଲା ଧାଙ୍ଗଡି ଦୋଳା ପରବ 

Sunil Chandra Nayak

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସ ପାଳିତ 

Sunil Chandra Nayak

ଓଡ଼ିଶା ଡ୍ରାଇଭର ମହାସଂଘ, ଲକ୍ଷ୍ମୀପ୍ରସାଦ ତରଫରୁ ବିଶ୍ୱକର୍ମା ପୂଜା ଅନୁଷ୍ଠିତ 

masiha

Leave a Comment

error: Content is protected !!