ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଡ଼ମ୍ବର ସହକାରେ ମକର ସଂକ୍ରାନ୍ତି ପାଳିତ

ନବରଙ୍ଗପୁର,(ମସିହା): ଆଜି ନବରଙ୍ଗପୁର ଜିଲ୍ଲାର ସଦର ମହକୁମାର ମାତ୍ର ଦଶ କିମି ଦୁରରେ ଅବସ୍ଥିତ ବଡମସିଗାଁ ଶ୍ରୀ ଶ୍ରୀ ନୀଳ କଣ୍ଠେଶ୍ୱର ମନ୍ଦିର ଠାରେ ଭକ୍ତଙ୍କ ଅପୂର୍ବ ସମାଗମ ହୋଇଥିଲା । ଦୀର୍ଘ ବର୍ଷ ଧରି ସ୍ୱୟଂ ଆବିର୍ଭୂତ ହେଇଥିବା ଶ୍ରୀ ଶିବ ମହାଦେବ ଏହି ମନ୍ଦରଟିରେ ପୂଜା ପାଇ ଆସୁଥିଲେ। ଚଳିତ ବର୍ଷ ଏହି ଗ୍ରାମର କିଛି ବ୍ୟକ୍ତି ବିଶେଷ ଓ ଭକ୍ତ ମାନଙ୍କ ଉଦ୍ୟମରେ ଭବ୍ୟ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ହୋଇଥିଲା। ଏହି ମନ୍ଦିର ପ୍ରତିଷ୍ଠା ପରେ ପରେ ଏହି ମନ୍ଦିରରେ ଭଗବାନଙ୍କୁ ଦର୍ଶନ ପାଇଁ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ମାନେ ଏକାଠି ହୋଇଥାନ୍ତି । ମନ୍ଦିର ପରିଚାଳନା ସଭାପତି ଶ୍ରୀ ଅର୍ଜୁନ ମାଳି ଏବଂ ସମ୍ପାଦକ ମୋହନ ମାଳି ଓ ସମସ୍ତ ଭକ୍ତ ମାନଙ୍କ ଉଦ୍ୟମରେ ପ୍ରତ୍ୟେକ ସଂକ୍ରାନ୍ତି ଦିନ ଭକ୍ତ ମାନଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥାଏ । ଆଜି ମକର ସଂକ୍ରାନ୍ତି ରେ ଅଦ୍ଭୁଡପୂର୍ବ ଜନ ସମାଗମ ହୋଇଥିଲା। ଆଜିର ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ଶ୍ରୀ ସଦାଶିବ ପ୍ରଧାନି ଓ ତାଙ୍କର ଧର୍ମ ପତ୍ନୀ କୌଶଲ୍ୟା ପ୍ରଧାନୀ ଏବଂ ତେନ୍ତୁଳିଖୁଣ୍ଟି ଜୋନ ୧ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି କୃଷ୍ଣା ମଞ୍ଜରୀ ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ ।ଏହି ମନ୍ଦିରରେ ଏକ ହଜାର ସଂଖ୍ୟାରେ ଭକ୍ତ ମାନେ ଯୋଗ ଦେଇ ମହାଦେବ ଙ୍କ ଦର୍ଶନ ପାଇଁ ପୁଜା ଅର୍ଚ୍ଚନା କରିବା ସହ ଅନ୍ନଭୋଗ ସେବନ କରିଥିଲେ । ଏହି ମନ୍ଦିର ନିର୍ମାଣ ପର ଠାରୁ ଏହି ଅଞ୍ଚଳକୁ ବହୁ ଦୂର ଦୁରାନ୍ତରୁ ଭକ୍ତ ମାନଙ୍କ ସମାବେଶ ଦେଖିବାକୁ ମିଳୁଛି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ରାଇରଙ୍ଗପୁର ରେ ୨୯ ତମ କାର୍ତ୍ତିକେଶ୍ବରଙ୍କ ପୂଜା ଧୂମଧାମରେ ପାଳିତ 

masiha

ବୃନ୍ଦାବନପୁର ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ପୂଜା

Sunil Chandra Nayak

ଶ୍ରୀ ସତ୍ୟ ଶାଇ ଙ୍କ ଶହେ ତମ ଜନ୍ମତିଥି ବାର୍ଷିକ ଉତ୍ସବ ଉପଲକ୍ଷେ ସାଇଙ୍କ ଦିବ୍ୟ ପାଦୁକା କୁ ନେଇ ଗ୍ରାମ ପରିକ୍ରମା 

masiha

Leave a Comment

error: Content is protected !!