ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିରାଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

କାମାକ୍ଷାନଗର(ମ ନି ସ)୧୪/୦୧ କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ଜିରାଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ରେ ସପ୍ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏକାଦଶୀ ପତି ଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟ ପୂର୍ତ୍ତ ବିଭାଗ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥି ଭାବେ ଭୁବନ ପଞ୍ଚାୟତ ସମିତି ଅଧ୍ୟକ୍ଷା ସିପ୍ରା ବରାଳ, ଭୁବନ ବ୍ଳକ ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ,ଅରଖପାଳ ସମିତି ସଭ୍ୟ ଗତିକୃଷ୍ଣ ମିଶ୍ର ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇ ଥିବ ବେକେ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ବିବରଣୀ ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ଦିଲ୍ଲୀପ କୁମାର ରାଉତ,ପ୍ରଭାସ କୁମାର ଦାଶ, ସଭ୍ୟ ସୁରେଶ କୁମାର ମଲ୍ଲିକ, ସଭ୍ୟା ପ୍ରଣତୀ ନାୟକ, ପ୍ରସାଦ ବେହେରା, ନିରୁପମା ଦାଶ ଉପସ୍ଥିତ ଥିଲେ। ବିଭିନ୍ନ ପ୍ରତିଯୋଗିତା ପରୀକ୍ଷା ର କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। 

ଶିକ୍ଷାକେନ୍ଦ୍ର ତରଫରୁ ହରିହର ଦାଶ ଙ୍କୁ ଆଞ୍ଚଳିକ ଶ୍ରେଷ୍ଠ ଗୀତା ଗବେଷକ ସମ୍ମାନ ପ୍ରଦାନ କରାଯାଇଛି। ଶେଷରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଜ୍ଞାନ ମଞ୍ଜରୀ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଆଚାର୍ଯ୍ୟ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ସନ୍ୟାସୀ କୁମାର ବରାଳ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ପ୍ରଦାନ ସହିତ ବାର୍ଷିକୋତ୍ସବ ପରିଚାଳନା କରିଥିଲେ। ଶିକ୍ଷା କେନ୍ଦ୍ର ର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମାନେ ପରିଚାଳନା ରେ ସହଯୋଗ କରିଥିଲେ।

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ନିୟମିତ ସବରେଜିଷ୍ଟ୍ରାର ଓ ବିଭିନ୍ନ ସମସ୍ୟା ନେଇ ଓକିଲ ସଙ୍ଘ ପକ୍ଷରୁ ଜିଲ୍ଲାପାଙ୍କ ଠାରେ ଦାବୀ

Sunil Chandra Nayak

ଆମପାଣି ଠାରେ ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜର ସାଙ୍ଗଠନିକ ସମାବେଶ ଅନୁଷ୍ଠିତ

ଝାଡୁ କରି ପ୍ରତିବାଦ କଲେ କୋକସରା ବ୍ଲକ ଆନ୍ଦୋଳନ ରତ ଅମଲା କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!