ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

ଲାଞ୍ଜିଗଡ଼, ୦୩/୦୯(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ମଧୁପୁରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି, ନୂଆପଡା, ନବରଙ୍ଗପୁର ଜୋନ ଶିକ୍ଷା ଜିଲ୍ଲା ନିରୀକ୍ଷକ କମଳାକାନ୍ତ ପ୍ରହରାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ମେଳାଟିକୁ ଉଦଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ବେଦବ୍ୟାସ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ମେଳାରେ ସମ୍ମାନିତ ଅତିଥି ଭାବେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ସଂଘ, କଳାହାଣ୍ଡି ଜିଲ୍ଲା ଶାଖାର ସାଧାରଣ ସଂପାଦକ ସନ୍ଦୀପ ମିଶ୍ର, ବିଚାରକ ଭାବେ ଜୁନାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ବୀଣାପାଣି ସାମନ୍ତ, କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ତୋଷ ମେହେର, ସୁଶୀଲ କୁମାର ନାଗ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ନମିତା ମାଝୀ ଓ ସସ୍ମିତା ସାହୁଙ୍କ ତଦାରଖରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ଛାତ୍ରୀମାନେ ମୋଟ ୨୩ଟି ପ୍ରକଳ୍ପ ପ୍ରସ୍ତୁତ କରିଥିଲେ। ସେଥିମଧ୍ୟରୁ ତିନିଜଣ ବିଚାରକଙ୍କ ନିର୍ଣ୍ଣୟ ପରେ ବରିଷ୍ଠ ବର୍ଗରେ ନିହାରୀକା ବିଶ୍ଵାଳ, ଜାନକୀ ବିଭାର ଓ ସଂଯୁକ୍ତା ପାତ୍ର ପ୍ରଥମ, କସ୍ତୁରୀ ପାତ୍ର ଓ ପିଙ୍କି ନାଗ ଦ୍ଵିତୀୟ, ପଙ୍କଜିନୀ ପାତ୍ର ଓ ପଦ୍ମିନୀ ପାତ୍ରଙ୍କ ବିଜ୍ଞାନ ପ୍ରକଳ୍ପ ତୃତୀୟ ସ୍ଥାନ ଅଧିକାର କରିଥିଲା। ବିଜ୍ଞାନ ମେଳା ପରିଚାଳନାରେ ଶିକ୍ଷକ ସତ୍ୟବାଦୀ ନାଏକ, କାମସେନ ଭୋଇ, ସାରିକା ପଣ୍ଡା, ସୋନାଲିକା ପାଢୀ, ବସନ୍ତ କୁମାର ପାଣ୍ଡେ, ବୈଜୟନ୍ତୀ ବେହେରା ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ରେ ଗ୍ରନ୍ଥାବଳୀ ଲୋକାର୍ପଣ ସମାରୋହରେ ସରକାରୀ ନୀତି ନିୟମକୁ ଜଳାଞ୍ଜଳି

Sunil Chandra Nayak

ଆସିକା ରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ 

masiha

ଗୋଳାମୁଣ୍ଡା ଓ କେଗାଁରେ ଚାଲିଛି ଯାନବାହାନ ର କଡ଼ା କଡ଼ି ଚେକିଙ୍ଗ

Sunil Chandra Nayak

Leave a Comment

error: Content is protected !!