ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ବିଭାଗ ନିକଟରେ ଶିକ୍ଷକ ନାହାନ୍ତି, ଦ୍ଵିତୀୟଥର ପାଇଁ ସ୍କୁଲରେ ତାଲା ପକେଇଲେ ଅଭିଭାବକ 

ତିର୍ତ୍ତୋଲ :-02/03/23:-ପ୍ରତିଶୃତି ଦେଇଥିଲେ ସ୍ଥାୟୀ ଶିକ୍ଷକ ନିଯୁକ୍ତି କରିବେ ! ଡେପୁଟେସନ ରେ ଶିକ୍ଷକ ଦେଇ ପ୍ରତିଶୃତି ରକ୍ଷା କରିଛନ୍ତି ବୋଲି ଅଭିଭାବକଙ୍କୁ ବୁଝେଇ ଦେଲେ ମଣ୍ଡଳ ଶିକ୍ଷାଧିକାରୀ ଅନନ୍ତ କିଶୋର ଭୂୟାଁ ! ଗତ 28/02/23 ରେ ଶ୍ରୀଯୁକ୍ତ ଭୂୟାଁ ଅବସର ନେବାପରେ ଜଣାପଡିଲା ପ୍ରତିଶୃତି ଟା ପ୍ରହସନ ବୋଲି ! ଡେପୁଟେସନରେ ଆସିଥିବା ଶିକ୍ଷକ ପୁଣି ଫେରିଗଲେ ନିଜ ସ୍ଥାନକୁ ! ଏବେ ପିଲାଙ୍କର ପରୀକ୍ଷା ପାଖେଇ ଆସୁଥିବା ବେଳେ, ପାଠ ପଢେଇବାକୁ ଶିକ୍ଷକ ନାହାନ୍ତି ! ସେଥିପାଇଁ ଦ୍ଵିତୀୟ ଥର ପାଇଁ ସରକାରୀ ପ୍ରାଥମିକ ସ୍କୁଲରେ ଅଭିଭାବକ ମାନେ ପୁନଶ୍ଚ ତାଲା ପକାଇ ଦେଇଛନ୍ତି ! 75 ରୁ ଅଧିକ ପିଲାଙ୍କୁ ଜଣେ ଶିକ୍ଷକ ଦୀର୍ଘଦିନ ଧରି ପାଠ ପଢ଼ାଉଛନ୍ତି ! ଏବେ କଣ ହେବ ପିଲାଙ୍କ ଭବିଷ୍ୟତ ? ପିୟ ଦର୍ଶକ ବନ୍ଧୁ, ଆମେ କହୁଛୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀ ଙ୍କ ଅଧୀନରେ ଥିବା କନିମୂଳ ପଞ୍ଚାୟତର ତଥା ଗ୍ରାମର କନିମୂଳ ସରକାରୀ ପ୍ରାଥମିକ ବିଦ୍ୟାଳୟ ବିଷୟରେ ! ଦୀର୍ଘ ଏକ ମାସ ପୂର୍ବରୁ ଏହି ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବୀ ନେଇ ପଡିଥିଲା ତାଲା ! ସ୍ଥାୟୀ ଶିକ୍ଷକ ନିଯୁକ୍ତି ପାଇଁ ପ୍ରତିଶୃତି ମିଳିବା ପରେ ତାଲା ଖୋଲା ଯାଇଥିଲା ! ଏଥିପାଇଁ ଏକ ସପ୍ତାହ ସମୟ ନେଇଥିଲେ ମଣ୍ଡଳ ଶିକ୍ଷାଧିକାରୀ ! କଥା ରଖିଲେ, ହେଲେ ସ୍ଥାୟୀ ଭାବେ ଶିକ୍ଷକ ଯୋଗେଇ ପାରିଲେନି ! ଏବେ ପୁଣି ପଡିଛି ତାଲା ! ଏହି ବିଷୟରେ ଖବର ପାଇ କନିମୂଳ ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଇଂ ବେଦଦ୍ୟୁତି ପୃଷ୍ଟି,ଉପସଭାପତି ସୁଶୀଲ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ବେହେରା, ପୂର୍ବତନ ସଭାପତି ଅଜୟ କୁମାର ସାହୁ,ସାମାଜିକ କର୍ମୀ ରବୀନ୍ଦ୍ର କୁମାର ମଲ୍ଲିକ, ସୋସିଆଲ ମିଡ଼ିଆ କର୍ମୀ ଖିରୋଦ କୁମାର ସାମଲ,ବିପିନ ସାମଲ, ଅମୀୟ ସାମଲ, ଏବଂ ସ୍କୁଲ କମିଟିର ମହିଳା ସଦସ୍ୟଙ୍କ ଉପସ୍ଥିତିରେ ଏହି ବିଷୟକୁ ନେଇ ବିଚାର ବିମର୍ଶ କରି ବାଲାବିହାରୀ କ୍ଲଷ୍ଟର ର ସି. ଆର. ସି. ତାପସ କୁମାର ମହାନ୍ତିଙ୍କୁ ଡକାଇ ସମସ୍ୟା ବିଷୟରେ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାକୁ ମତାମତ ଦେଇଥିଲେ ! ତାପରେ ଉପସ୍ଥିତ ଅଭିଭାବକ ଓ ବିକାଶମଞ୍ଚକର୍ମୀମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଗୋଟିଏ ଦିନ ଭିତରେ ଶିକ୍ଷକ ନିଯୁକ୍ତି କରାଇବେ ! ନଚେତ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିଦ୍ୟାଳୟରେ ପଡିବ ଚେନ ତାଲା !ଦେଖାଯାଉ କଣ ରହୁଛି ଏଥରର ପ୍ରତିଶୃତି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ରାଇରଙ୍ଗପୁର ମହାବିଦ୍ୟାଳୟରେ ୭୫ ବନମହୋତ୍ସବ 

masiha

ଯୋଗ କେନ୍ଦ୍ରର ୨ୟ ବାର୍ଷିକ ଉତ୍ସବ ପାଳିତ

masiha

ଜଗତସିଂହପୁର : ରଘୁନାଥପୁରର ପ୍ରସିଦ୍ଧ ‌ମାଘିମେଳା ଉଦଘାଟନ ହୋଇଯାଇଛି 

masiha

Leave a Comment

error: Content is protected !!