ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଭଣ୍ଡାର ଘରଣୀ ଦେବୀଙ୍କ ବିଶାଳ କଳସ ଶୋଭାଯାତ୍ରା ସହ ଆଜି ଧର୍ମଗଡରେ ଆରମ୍ଭ ହେଲା ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୩

ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଦେବୀଙ୍କ ବିଶାଳ କଳସ ଯାତ୍ରା

ଏଥର କଳାହାଣ୍ଡିର ଆରାଧ୍ୟ ଦେବୀ ମାଁ ମାଣିକେଶ୍ଵରୀ ମନ୍ଦିର ଓ ଜାମଚୁଆଁ ଗଦଗଦା ଜଳପ୍ରପାତକୁ ମଞ୍ଚରୂପ ଦିଆଯାଇଛି

ଆଜି ୧୫ ତାରିଖ ମଙ୍ଗଳବାର ଠାରୁ ୧୭ ତାରିଖ ଯାଏଁ ଧର୍ମଗଡ଼ ଠାରେ ସଂପ୍ରସାରିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ମହାଆଡମ୍ବରରେ ଆରମ୍ଭ ହୋଇଛି। ଏନେଇ ଆଜି ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଦେବୀଙ୍କ ବିଶାଳ କଳସ ଯାତ୍ରା ମା ଙ୍କ ମନ୍ଦିରରୁ ପ୍ରବଳ ଜନସମାଗମ ମଧ୍ୟରେ ଉତ୍ସବ ମଞ୍ଚ କୁ ଆସିଥିଲେ। ପୂଜାର୍ଚ୍ଚନା ପରେ ମା ଙ୍କ ସଦୃଶ କଳସ କୁ ମଞ୍ଚ ରେ ସ୍ଥାପନା କରାଯାଇଥିଲା। ଉତ୍ସବ ତିନି ଦିନ ମା ମଞ୍ଚ ଉପରେ ପୂଜା ପାଇବେ। ଆଜି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କରଞ୍ଜିଆ ର ମାଲ ଖମ୍, ବରଗଡ଼ ର ମାଦଲିଆ, ଆସାମ ର ବିହୁ, ଝାଡଖଣ୍ଡ ର ଝୁମର,ରୁକୁ ସୁନା ଏବଂ ସାଥୀଙ୍କ ଦ୍ଵାରା ସଙ୍ଗୀତ କାର୍ଯ୍ୟକ୍ରମ ସହ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି। ସାଜସଜ୍ଜାକୁ ନେଇ ଧର୍ମଗଡ଼ ଉତ୍ସବ ସବୁବେଳେ ଚର୍ଚ୍ଚାରେ ରହିଛି। ଏଥିରେ ଜିଲ୍ଲାର ଐତିହାସିକ/ପୌରାଣିକ ତଥା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ମଞ୍ଚର ରୂପ ଦିଆଯାଇଛି । ଚଳିତ ବର୍ଷ କଳାହାଣ୍ଡିର ଆରାଧ୍ୟ ଦେବୀ ମାଁ ମାଣିକେଶ୍ଵରୀ ମନ୍ଦିର ଓ ଜାମଚୁଆଁ ଗଦଗଦା ଜଳପ୍ରପାତକୁ ମଞ୍ଚାରୂପ ଦିଆଯାଇଛି। ଶିଳ୍ପୀ ହଳଧର ନିଆଲ ଏବଂ ସହଯୋଗୀଙ୍କ ନିଖୁଣ କାରିଗରୀର ଝଲକ ଏହି ମଞ୍ଚରେ ଦେଖିବାକୁ ମିଳିଛି। ଦୁଇ ବର୍ଷ ଅନ୍ତରାଳେ ଉତ୍ସବ ଆୟୋଜିତ ହେଉଥିବାରୁ ଚଳିତ ବର୍ଷ ସ୍ଵାଭାବିକ ଠାରୁ ଅଧିକ ଭିଡ଼ ହେବ । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ପାସ ବ୍ୟବସ୍ଥା ସହ ସର୍ବସାଧାରଣଙ୍କ ଗାଡ଼ି ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। ବିନା ପାସରେ ଗାଡ଼ି ଯେପରି ଭିତରକୁ ନପସିବ ସେଥିପାଇଁ ତିନିଛକ ଏବଂ ଚାରିଛକରେ ପୋଲିସ ଚେକିଂ ବ୍ୟବସ୍ଥା ରହିଛି। ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ଆୟୋଜକ କମିଟି ତରଫରୁ ବିଭିନ୍ନ ଷ୍ଟଲ ସହ ମିନାବଜାର ବ୍ୟବସ୍ଥା କରାଯାଇଛି ।ଏଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଧର୍ମଗଡ ଉପଜିଲ୍ଲାପାଳ ବେଦ ଭୂଷଣ ଆଇଏଏସ,ତହସିଲଦାର ହରେକୃଷ୍ଣ ବରିହା, ସହ ଜିଲ୍ଲାପାଳ ଚିନ୍ମୟ ନାୟକ, ବିଡିଓ ଶରତ କୁମାର ସେଠି,ସୁଚନା ଓ ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ, ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ, କଳସ ଯାତ୍ରା କମିଟି ଅଧ୍ୟକ୍ଷ ଅଜୟ କୁମାର ନାଏକ, ଅର୍ଥ କମିଟି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ମଞ୍ଚ ଓ ସାଂସ୍କୃତିକ ପରିଚାଳନା କମିଟି ଅଧ୍ୟକ୍ଷ ଲିଙ୍ଗରାଜ ପାତ୍ର, ରାଜେନ୍ଦ୍ର ମୁନି,ଘୁମୁରା କମିଟିର ଅଧ୍ୟକ୍ଷ ରମଣୀ ଜାଲ କୋର୍ କମିଟି ସଦସ୍ୟ ସର୍ବଶ୍ରୀ ବିଦ୍ୟାଧର ସାହୁ, ହୃଷିକେଶ ମିଶ୍ର,ସୁଶ୍ରୀ ହୀରା ବାଗ, ନିରଞ୍ଜନ ମହାପାତ୍ର,ସୁବାସ ଚନ୍ଦ୍ର ପାଣଗ୍ରାହୀ, ପ୍ରଦିପ ଦାସ, ବୈଦ୍ୟନାଥ ବେହେରା, ଇଙ୍ଗିତ ପଣ୍ଡା, ଅଂଶୁମାନ ପାତ୍ର,କ୍ଷୀରୋଦ ବାଗ ପ୍ରମୁଖ ଙ୍କ ବଳିଷ୍ଠ ନେତୃତ୍ୱରେ ଏଥର ଉତ୍ସବ କୁ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ପ୍ରୟାସ ଜାରି ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମୋଟେର ଓ ବଡ଼ ପୋଡ଼ାଗୁଡାରେ ନୂତନ କୃଷି ସେବା ସମବାୟ ସମିତି ଉଦଘାଟନ

Sunil Chandra Nayak

କାର୍ଲି ସ୍କୁଲରେ କ୍ଳଷ୍ଟର ସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା 

masiha

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗ୍ରସ୍ତ ନେଇ ରେଳ ଵିଭାଗ ତତ୍ପର

masiha

Leave a Comment

error: Content is protected !!