ଡାବୁଗାଁ, ୭/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗ ଚୋରା କାଠ ଜବତ କରି ମଙ୍ଗଳବାର ୨ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ସୋମବାର ରାତ୍ରିରେ ଡାବୁଗାଁ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ରାତ୍ର ପେଟ୍ରୋଲିଂ କରୁଥିବା ବେକେ ବନାଞ୍ଚଳ ଅଧୀନ ଚାରଗାଁ ଗ୍ରାମ ନିକଟରେ ୨ ଜଣ ଯୁବକ ଏକ ମୋଟର ସାଇକେଲ ନଂ ଯୋଗେ ୬ ଟି ଶାଳ ସାଇଜ କାଠ ବିକ୍ରି କରିବାକୁ ଯାଉଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ଗଡିକୁ ଅଟକାଇଥିଲେ | ତାଙ୍କୁ ପଚରାଉଚରା କରିବାରୁ ୨ ଯୁବକ କୌଣସି ସଠିକ ତଥ୍ୟ ଦେଇପାରିନଥିଲେ | ପରେ ୨ ଯୁବକ ଙ୍କୁ ଗିରଫ କରିବା ସହ ୬ ଫୁଟ ଲମ୍ବା ର ୬ ଟି ଶାଳ ସାଇଜ କାଠ, ୧ ଟି ମୋଟରସାଇକେଲ ଓ ୧ ଟି ମୋବାଇଲ ଜବତ କରାଯାଇଛି | ଗିରଫ ଅଭିଯୁକ୍ତ ମାନେ ହେଲେ – ଧାମନାଗୁଡା ଗ୍ରାମର ଲକ୍ଷ୍ମଣ ପନକା (୩୨) ଓ ନଗଯୋଡି ଗ୍ରାମର ମନୁ ହରିଜନ (୧୯) | ମଙ୍ଗଳବାର ଉଭୟ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ବନାଞ୍ଚଳ କାର୍ଯ୍ୟ|ଳୟ କେସ ନଂ ୧୮୪ / ୨୦୨୨-୨୩ ଏକ ମାମଲା ରୁଜୁ କରାଯାଇଛି | ଜବତ ହୋଇଥିବା କାଠ ର ଆନୁମାନିକ ସରକାରୀ ମୂଲ୍ୟ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ଵ ହେବ ବୋଲି ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗ ସୂଚନା ଦେଇଛନ୍ତି | ଏହି ଚଢାଉରେ ଡାବୁଗାଁ ବନପାଳ ମଧୁସୂଦନ ପାତ୍ର, ବନରକ୍ଷୀ ପ୍ରକାଶ ସରକାର, ମନୋରଞ୍ଜନ ନାୟକ, ଉମାଶଙ୍କର ମିଶ୍ର, କାର୍ତ୍ତିକ ମାଝି, ରିତାରାଣୀ ବିଶ୍ଵାସରାୟ, ଇତିଶ୍ରୀ ମହାନ୍ତି, ପୂଜା ସ୍ଵାଇଁ ଓ ପାରା ଫରେଷ୍ଟ୍ରୀ ଷ୍ଟାପ ପ୍ରମୁଖ ସାମିଲ ଥିଲେ |
ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ