ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାଠ ଜବତ , ୨ ଗିରଫ

ଡାବୁଗାଁ, ୭/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗ ଚୋରା କାଠ ଜବତ କରି ମଙ୍ଗଳବାର ୨ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ସୋମବାର ରାତ୍ରିରେ ଡାବୁଗାଁ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ରାତ୍ର ପେଟ୍ରୋଲିଂ କରୁଥିବା ବେକେ ବନାଞ୍ଚଳ ଅଧୀନ ଚାରଗାଁ ଗ୍ରାମ ନିକଟରେ ୨ ଜଣ ଯୁବକ ଏକ ମୋଟର ସାଇକେଲ ନଂ ଯୋଗେ ୬ ଟି ଶାଳ ସାଇଜ କାଠ ବିକ୍ରି କରିବାକୁ ଯାଉଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ଗଡିକୁ ଅଟକାଇଥିଲେ | ତାଙ୍କୁ ପଚରାଉଚରା କରିବାରୁ ୨ ଯୁବକ କୌଣସି ସଠିକ ତଥ୍ୟ ଦେଇପାରିନଥିଲେ | ପରେ ୨ ଯୁବକ ଙ୍କୁ ଗିରଫ କରିବା ସହ ୬ ଫୁଟ ଲମ୍ବା ର ୬ ଟି ଶାଳ ସାଇଜ କାଠ, ୧ ଟି ମୋଟରସାଇକେଲ ଓ ୧ ଟି ମୋବାଇଲ ଜବତ କରାଯାଇଛି | ଗିରଫ ଅଭିଯୁକ୍ତ ମାନେ ହେଲେ – ଧାମନାଗୁଡା ଗ୍ରାମର ଲକ୍ଷ୍ମଣ ପନକା (୩୨) ଓ ନଗଯୋଡି ଗ୍ରାମର ମନୁ ହରିଜନ (୧୯) | ମଙ୍ଗଳବାର ଉଭୟ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ବନାଞ୍ଚଳ କାର୍ଯ୍ୟ|ଳୟ କେସ ନଂ ୧୮୪ / ୨୦୨୨-୨୩ ଏକ ମାମଲା ରୁଜୁ କରାଯାଇଛି | ଜବତ ହୋଇଥିବା କାଠ ର ଆନୁମାନିକ ସରକାରୀ ମୂଲ୍ୟ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ଵ ହେବ ବୋଲି ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗ ସୂଚନା ଦେଇଛନ୍ତି | ଏହି ଚଢାଉରେ ଡାବୁଗାଁ ବନପାଳ ମଧୁସୂଦନ ପାତ୍ର, ବନରକ୍ଷୀ ପ୍ରକାଶ ସରକାର, ମନୋରଞ୍ଜନ ନାୟକ, ଉମାଶଙ୍କର ମିଶ୍ର, କାର୍ତ୍ତିକ ମାଝି, ରିତାରାଣୀ ବିଶ୍ଵାସରାୟ, ଇତିଶ୍ରୀ ମହାନ୍ତି, ପୂଜା ସ୍ଵାଇଁ ଓ ପାରା ଫରେଷ୍ଟ୍ରୀ ଷ୍ଟାପ ପ୍ରମୁଖ ସାମିଲ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୫୦ରୁ ଉର୍ଦ୍ଧ୍ୱ ବିଦେଶୀ ମୃତ ପକ୍ଷୀ ବନବିଭାଗ ଦ୍ୱାରା ଜବତ

Sunil Chandra Nayak

ମରୁଆଁ ସରପଞ୍ଚ ଙ୍କ ସ୍ୱାମୀ ତଥା ଯୋଗିମୁଣ୍ଡା ମଣ୍ଡଳ ବିଜେପି ସଭାପତି ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

masiha

ବେକରେ ଦଉଡି ଲଗାଇ ମହିଳାଙ୍କ ଆତ୍ମହତ୍ୟା

Leave a Comment

error: Content is protected !!