ପାପଡାହାଣ୍ଡି 7/2, ମନିସ— ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନାକଟିଗୁଡା ପଂଚାୟତ ମିଞ୍ଜା ଗ୍ରାମ ଠାରେ ମଙ୍ଗଳବାର ମା ଠାକୁରାଣୀ ଭଳିବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି | ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଯୋଗ ଦେଇଥିଲେ | ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ସ୍ଥାନୀୟ ସରପଞ୍ଚ ରତନାବାତି ଭତରା , ସମିତି ସଭ୍ୟ ବିଶ୍ୱନାଥ ଭତରା , ସାଂସଦ ପ୍ରତିନିଧି ଏମ ଆପ୍ପା ରାଓ ପ୍ରମୁଖ ଉପସ୍ଥିତ ଥିଲେ | ଫାଇନାଲ ରେ ପାତ୍ରଗୁଡା ଓ ଝିଟିକୁଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ନିର୍ଧାରିତ ସମୟ ମଧ୍ୟରେ ପାତ୍ରଗୁଡା ଦଳ 26 ପଇଣ୍ଟ ପାଇ ବିଜେତା ଓ ଝିଟୁକୁଗୁଡା ଦଳ 6 ପଇଣ୍ଟରେ ସୀମିତ ରହି ଯାଇ ଉପବିଜେତା ହୋଇଛନ୍ତି | ଅନ୍ୟମାନଙ୍କ ମଧ୍ୟରେ ବୈକୁଣ୍ଠ ମିଶ୍ର , କାମଦେବ ପୂଜାରୀ, ବାମଦେବ ପୂଜାରୀ , ପବିତ୍ର ଯାନୀ, ସାଇବ ବିଶୋଇ ଓ ଗ୍ରାମର ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ | ମଞ୍ଚ ପରିଚାଳନା ପଦମନ ହରିଜନ କରିଥିଲେ |
previous post