ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଡେଲିଭରୀ ବୟ” ଙ୍କ କହାଣୀକୁ ନେଇ ନିର୍ମାଣ ହେଲା ଚଳଚ୍ଚିତ୍ର

ଆଜି ଭୁବନେଶ୍ବର କେଶରୀ ଟକିଜ୍ ରେ ଚଳଚ୍ଚିତ୍ର ର ଫାଷ୍ଟ ଲୁକ୍ ପ୍ରଦର୍ଶିତ ହୋଇଥିଲା। ଦର୍ଶକମାନଙ୍କ ଦ୍ବାରା ଫାଷ୍ଟଲୁକ୍ ବେଶ୍ ଆଦୃତ ହୋଇଥିଲା।

ଏହି ଫାଷ୍ଟଲୁକ୍ ପ୍ରଦର୍ଶନ ସମୟରେ ବିଧାୟକ ଅନନ୍ତ ନାରାୟଣ ଜେନା, କାଉନସିଲର ରଞ୍ଜୁଲତା ରାୟ, ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି, ନିର୍ଦ୍ଦେଶକ ଅଶ୍ବିନ ତ୍ରିପାଠୀ, ଅଭିନେତା ଶୈଳେନ୍ଦ୍ର, ଶକ୍ତି ବରାଳ, ସୂର୍ଯ୍ୟମୟୀ, ପ୍ରିୟମ୍ବଦା, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ, ପ୍ରଯୋଜକ ଟୁଟୁ ନାୟକ ଓ ରମେଶ ବାରିକ ପ୍ରମୁଖ ଯୋଗ ଦେଇଥିଲେ।ସିନେମା ହଲ ବାହାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଟ୍ରେଲର ଦେଖିବା ପରେ ଟ୍ରେଲର କିପରି ଲାଗିଲା ତାହା ଜାଣିବା ପାଇଁ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ ବୁମ୍ ଧରିଥିଲେ । ମୋବାଇଲ କ୍ୟାମେରାରେ ରେକର୍ଡ କରୁଥିଲେ ନାୟକ ଶୈଳେନ୍ଦ୍ର । ଶୈଳେନ୍ଦ୍ର କହିଛନ୍ତି ଗଣମାଧ୍ୟମ ବନ୍ଧୁମାନେ ସମସ୍ତଙ୍କର ସାକ୍ଷାତକାର ନିଅନ୍ତି । କିନ୍ତୁ ଆଜି ଆମେ ସେମାନଙ୍କର ସାକ୍ଷାତକାର ନେଇଛୁ । ଗଣମାଧ୍ୟମ ବ୍ୟକ୍ତିବିଶେଷମାନେ ଟ୍ରେଲରକୁ ପ୍ରଶଂସା କରିଥିଲେ ।

ଏବେ ସବୁକିଛି ଅନ୍‌ଲାଇନ୍‌ରେ ଉପଲବ୍ଧ ହେଉଛି। କୌଣସି ବି ଜିନିଷ ଅନ୍‌ଲାଇନ୍‌ରେ ମଗାଇବା ପରେ କମ୍ପାନିରୁ ଗ୍ରାହକଙ୍କ ପାଖକୁ ପହଞ୍ଚାଇବା ପାଇଁ ଡେଲିଭରି ବୟ ହିଁ ଏକମାତ୍ର ସୂତ୍ରଧର। ହେଲେ ଠିକ୍‌ ସମୟରେ, ଠିକ୍ ବ୍ୟକ୍ତି ପାଖରେ ଏବଂ ଠିକ୍ ଠିକଣାରେ ଜିନିଷ ପହଞ୍ଚାଇବାକୁ ହେଲେ ଡେଲିଭରି ବୟକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଜଣେ ଡେଲିଭରି ବୟ ସାମ୍‌ନା କରୁଥିବା ସେହିସବୁ ଅସୁବିଧାକୁ ନେଇ ଏଇ ଚଳଚ୍ଚିତ୍ର ‘ଡେଲିଭରି ବୟ’ ନିର୍ମାଣ ହୋଇଛି। ଏଇ ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା କରିଛନ୍ତିି ପରିଚିତ ପ୍ରଯୋଜକ ଜେ .ଆର.ଏମ୍‌, ସଂଳାପ ଲେଖିଛନ୍ତି ଦୀପକ ଜେନା ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ସହ ଅଶ୍ୱିନ ତ୍ରିପାଠୀ। ଏହି ଚଳଚ୍ଚିତ୍ରରେ ଅଭିନେତା ବୁଦ୍ଧାଦିତ୍ୟ, ଶୈଳେନ୍ଦ୍ର, ଅଭିନେତ୍ରୀ ସୂର୍ୟମୟୀ, ପ୍ରିୟମ୍ବଦା, ଶକ୍ତି ବରାଳ, ଜୀବନ ପଣ୍ଡା, ସୁଶାନ୍ତ, ଇଲୁ ବାନାର୍ଜୀ, ସରୋଜ ଦାଶ, ଚୌଧୁରୀ ବିକାଶ ଦାସ, ସନ୍ତୁ, ଅମନ୍, ଗୁଡ୍ଡୁ ଓ ପୁପୁଲ ପ୍ରମୁଖ ଅଭିନୟ କରିଛନ୍ତି। ଏଥିରେ ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଉଦିତ ନାରାୟଣ, ହ୍ୟୁମାନ୍‌ ସାଗର, ଅସୀମା ପଣ୍ଡା ଓ ଋତୁରାଜ ମହାନ୍ତି କଣ୍ଠଦାନ କରିଛନ୍ତି।

ଏକ ବାସ୍ତବ ଘଟଣାକୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି। କାହାଣୀରେ ସଡ଼କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବାରୁ ଏହି ଚଳଚ୍ଚିତ୍ର ନିଶ୍ଚିତ ଭାବେ ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ପ୍ରଯୋଜକ ଜ୍ୟୋତିରଞ୍ଜନ‌ ମହାନ୍ତି କହିଛନ୍ତି। ୩୮ ଦିନ ସମୟ ମଧ୍ୟରେ ପ୍ରସ୍ତୁତ ହେଇଥିବା ଏଇ ଚଳଚ୍ଚିତ୍ର ସଙ୍ଗୀତରେ ପ୍ରଥମ ଥର ପାଇଁ ଏହାର ଶୀର୍ଷକ ଗୀତକୁ ରାପ୍ ସଙ୍ଗୀତରେ ସଜାଯାଇଛି। ଏହା ସହ ‘ପାନ ଗୁଆ ଖଇର ଗୁଆକାତି…, ଆମେ ସବୁ ଗଭର୍ଣ୍ଣରଙ୍କ ବଡ଼ ନାତି… ଭଳି ଆଉ ଚାରିଟି ଗୀତ ରହିଛିl। ଭୁବନେଶ୍ବରସ୍ଥିତ ଉତ୍କଳ‌ ଗ୍ୟାଲେରିଆଠାରେ ଏହି ଚଳଚ୍ଚିତ୍ରର ସଙ୍ଗୀତ ଲୋକାର୍ପଣ ହୋଇଯାଇଛି। ଏହାର ସଙ୍ଗୀତ ବିତରଣ ଦାୟିତ୍ବ ନେଇଥିବା ଆମର ମ୍ୟୁଜିକ ୟୁଟୁବ୍ ଚ୍ୟାନେଲ୍‌ରେ ଏହାର ଗୀତ ଦୃଶ୍ୟ ଗୁଡ଼ିକ ଦେଖିବାକୁ ମିଳୁଛି।

ଭୁବନେଶ୍ବର ରୁ ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ସିନେ ଜଗତର ସଫଳ ଅଭିନେତା ମାନଙ୍କ ପାଇଁ ନବରଙ୍ଗପୁର ଜିଲ୍ଲା ଗୌରବାନ୍ୱିତ 

masiha

ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ବୟ’ ର ଅଡିଓ ଲୋକାର୍ପଣ ଉତ୍ସବ

Sunil Chandra Nayak

ଜୀ-ସାର୍ଥକ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତିଶୋଧ’ ର ଶୁଭ ମହୁରତ

Sunil Chandra Nayak

Leave a Comment

error: Content is protected !!