ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବ ଉଦଘାଟିତ ,ଚିନ୍ତାମଣି ଜେନାଙ୍କ ନାଟକ ସୂର୍ଯ୍ୟୋଦୟ ପୂର୍ବେ ମଞ୍ଚସ୍ଥ 

ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବ ଉଦଘାଟିତ ,ଚିନ୍ତାମଣି ଜେନାଙ୍କ ନାଟକ ସୂର୍ଯ୍ୟୋଦୟ ପୂର୍ବେ ମଞ୍ଚସ୍ଥ 

ରାଉରକେଲା : “ଚିନ୍ତା- ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବ -୨୦୨୬ ” ସିଭିକ ସେଣ୍ଟର୍ ଠାରେ ଉଦ୍ଘାଟିତ ହୋଇଯାଇଛି। ଉଦଘାଟନ ଦିବସରେ ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟଅତିଥି ଏବଂ ଟେଲି ସିରିୟଲ ଓ ନାଟ୍ୟ ନିର୍ଦେଶକ ଅଛୁ ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ଯାତ୍ରା ଓ ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକଙ୍କୁ “ଚିନ୍ତା- ପ୍ରତିମା ସ୍ମୃତି ସମ୍ମାନ” ପ୍ରଦାନ କରାଯାଇଥିଲା । ଏହାସହ “ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ନାଟ୍ୟସମ୍ଭାର, ଭାଗ ୨” ଶୀର୍ଷକ ଗ୍ରନ୍ଥାବଳୀ ଅତିଥିମାନଙ୍କଦ୍ଵାରା ଲୋକାର୍ପିତ ହୋଇଥିଲା | ଡ ନିବେଦିତା ଜେନାଙ୍କ ସମ୍ପାଦିତ ଏହି ଗ୍ରନ୍ଥାବଳି ରେ ପାଞ୍ଚୋଟି ନାଟକ – “ସୂର୍ଯ୍ୟତୃଷ୍ଣା” (୧୯୬୯), “ସ୍ଵପ୍ନ ଓ ସତ୍ୟ ସମ୍ବନ୍ଧରେ”(୧୯୭୪), “ଚାଲ ଆଲୋକ ଖୋଜିବା”(୧୯୭୫), “ଏବଂ ପ୍ରତିଦ୍ବନ୍ଦ୍ବୀମାନେ”(୧୯୭୮) ଓ ଅମୃତ ( ୧୯୮୦) ରହିଛି | ତନ୍ମଧ୍ୟରୁ ସୂର୍ଯ୍ୟତୃଷ୍ଣାକୁ ଛାଡିଦେଲେ ଅନ୍ୟ ଚାରୋଟି ପରୀକ୍ଷାମୂଳକ ନାଟକ, ପାଠକ ଓ ଦର୍ଶକଙ୍କ ଚିନ୍ତାଜଗତକୁ ଉଦବେଳିତ କରିବାର କ୍ଷମତା ରଖେ ବୋଲି କୁହାଯାଉଛି । ଏହି ନାଟକ ଗୁଡିକ ରଚନା ହେବାର ଅର୍ଦ୍ଧ ଶତାବ୍ଦୀ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏଗୁଡିକ ସମକାଳୀନ ସମସ୍ୟାର ସମାଧାନ ସହ ଉପସ୍ଥିତ | ତେଣୁ ଏହି ନାଟକାବଳୀ ସମାଜର ଅଶେଷ ଉପକାର ସାଧନ କରିବ, ଏଥିରେ ଅତ୍ୟୁକ୍ତି ନାହିଁ ବୋଲି ଅତିଥି ମାନେ କହିଥିଲେ। ନାଟ୍ୟାଚାର୍ଯ୍ୟର ସମ୍ପାଦକ ଡଃ ରମେଶ ଚନ୍ଦ୍ର ମଲ୍ଲିକ ଚିନ୍ତାମଣି ଜେନାଙ୍କ ନାଟ୍ୟ ସମ୍ଭାର, ଭାଗ ୨ – ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ପ୍ରୟାସ ର ସଭାପତି ଡ଼ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

     ନାଟ୍ୟକାର ଚିନ୍ତାମଣି ଜେନାଙ୍କ ନାଟକ “ସୂର୍ଯୋଦୟ ପୂର୍ବେ” ମଞ୍ଚନ କରାଗଲା | ଏହି ନାଟକରେ କିପରି ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତା ଯୁବ ପିଢିକୁ ଗର୍ବାନ୍ଧ କରିଦେଇଛି ଓ ସେମାନଙ୍କ ମାନବିକତା ଛଡାଇ ନେଉଛି ଏବଂ ମଣିଷ କ୍ରମଶଃ ସ୍ଵାର୍ଥସର୍ବସ୍ଵ ଯନ୍ତ୍ରରେ ପରିଣତ ହେଉଛି ତାହା ପ୍ରଦର୍ଶିତ ହୋଇଥିଲା । ଏହି ନାଟକରେ ସର୍ବଶ୍ରୀ ବିଶ୍ୱଜିତ୍ ଦାସ, ଅଭିଳାଷ ସାହୁ, ରାଜେଶ ରାୟ, ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, ଶୁଭେନ୍ଦୁ ସାମଲ, ବିଶ୍ୱଜିତ୍ ମହାପାତ୍ର, ରମେଶ ଚନ୍ଦ୍ର ସାହୁ, ସୌମ୍ୟରଞ୍ଜନ ବାରିକ, ରାମ ଚନ୍ଦ୍ର ଗୌଡ, ନିବେଦିତା ଜେନା ଓ ସନ୍ତୋଷିନୀ ବାରିକ ପ୍ରମୁଖ ଅଭିନୟ କରିଥିଲେ । ଗଙ୍ଗାଧର ରାଉତ ଓ ଅକ୍ଷୟ ନାୟକ ମଞ୍ଚ ପରିଚାଳନା,ସଙ୍ଗୀତରେ ସୁଶାନ୍ତ କୁମାର ଦଳାଇ ଓ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ନାଟକର ନିର୍ଦ୍ଦେଶନା ଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂତନ ଚିନ୍ତାଧାରାର ନାଟକ  ଧର୍ମରାଜ ମଞ୍ଚସ୍ଥ 

Sunil Chandra Nayak

ରାଜ୍ୟରୁ ଜାତୀୟ ସ୍ତରରେ ଖଡ଼ିଆଳ ଅଞ୍ଚଳର ଡ୍ୟାନ୍ସ ଶିକ୍ଷକ ଧର୍ମେଶଙ୍କ କମାଲ, ଡ୍ୟାନ୍ସରେ ଅନେକ ସଫଳତା

Sunil Chandra Nayak

ଶାୟରୀ ଶାୟରୀ ଚଳଚ୍ଚିତ୍ରର ମୁକ୍ତିଲାଭ ଆସନ୍ତା ଏପ୍ରିଲ୍ ୧୪ରେ

Sunil Chandra Nayak

Leave a Comment

error: Content is protected !!