ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଜୀ-ସାର୍ଥକ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତିଶୋଧ’ ର ଶୁଭ ମହୁରତ

ଭୁବନେଶ୍ବର (୦୯/୦୧) : ଓଲିଉଡରେ ଓଡ଼ିଆ ସିନେମାର ବଜାର ଏବେ ସରଗରମ। ଏହି ଗରମାଗରମ ମାହୋଲରେ ମନୋରଞ୍ଜନର ତଡ଼କା ଲଗେଇ ଜୀ-ସାର୍ଥକ ଫିଲ୍ମସ ନିବେଦିତ ଏବଂ ଅଜୟ ରାଉତ ପ୍ରଯୋଜିତ ଆଉ ଏକ ନୂଆ ସିନେମା ‘ପ୍ରତିଶୋଧ’ ର ଶୁଭ ମହୁରତ ଜୀ-ସାର୍ଥକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଅନେକ ସଫଳ ନନ୍ ଫିକ୍ସନ ମନୋରଞ୍ଜନ କାର୍ଯ୍ୟକ୍ରମ ର ନିର୍ଦ୍ଦେଶନା ସହିତ ଅନେକ ଚଳଚ୍ଚିତ୍ର ରେ ମୁଖ୍ୟ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଥିବା ନିର୍ଦ୍ଦେଶକ ସାଇ ସ୍ଵରାଜ ମଙ୍ଗରାଜ (ପୁଚୁ) ଙ୍କ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର “ପ୍ରତିଶୋଧ” ନିର୍ମାଣ ହେବାକୁ ଯାଉଛି l ଓଡ଼ିଆ ଚଳଚ୍ଚିତ୍ର ଜଗତର ଆଗଧାଡିର ନାୟିକା ତଥା ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟର ପାରଦର୍ଶିତା ଯୋଗୁଁ ବହୁ ପୁରସ୍କାର ସାଉଁଟିଥିବା ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏଲିନା ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି କୁ ଅନେକ ସଫଳ ଚଳଚ୍ଚିତ୍ର ଦେଇଥିବା ବେଳେ ପ୍ରତିଶୋଧ ଚଳଚ୍ଚିତ୍ର ମାଧ୍ୟମରେ ଚଳଚ୍ଚିତ୍ର ଇତିହାସ ରେ ଏକ ମାଇଲ ଖୁଣ୍ଟ ନିଶ୍ଚୟ ସ୍ଥାପନ କରିବ l ଚଳଚ୍ଚିତ୍ର ର ଚିତ୍ରନାଟ୍ୟ ତଥା ସଂଳାପ ଭରଦ୍ବାଜ ପଣ୍ଡା ଲେଖିଛନ୍ତି l ସଙ୍ଗୀତ ନିର୍ଦ୍ଦେଶନା ଗୁଡଲି ରଥ ଦେଇଛନ୍ତି l 

 ଜୀବନରେ ଅନେକ ଦୁଃଖଦ ପରିସ୍ଥିତିକୁ ସାମନା କରିଥିବା ଗୋଟିଏ ସାଧାରଣ ଝିଅ ସମୟ ଅନୁସାରେ କିପରି ପ୍ରତିଶୋଧ ନେଉଛି ତା’ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଜବରଦସ୍ତ ଆକ୍ସନ ଓ ଡ୍ରାମା ସହ ଦର୍ଶକଙ୍କୁ ଏକ ଭିନ୍ନ କାହାଣୀରେ ବାନ୍ଧି ରଖିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଏଲିନା ସାମନ୍ତରାୟଙ୍କ ସମେତ ବରିଷ୍ଠ ଅଭିନେତା କୁନା ତ୍ରିପାଠୀ, ସମରେଶ ରାଉତରାୟ, ବବି ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି l ପ୍ରତିଶୋଧ ଖୁବ ଶୀଘ୍ର ସୁଟିଂ ଫ୍ଲୋର କୁ ଯିବ ବୋଲି ଜୀସାର୍ଥକ ତରଫରୁ ସୂଚନା ମିଳିଛି l

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ନାଟ୍ୟଧାରାରେ ନାଟକ “ଜୟଯାତ୍ରା” 

masiha

କଞ୍ଚା ଲଙ୍କା ସିନେମା ହଲ୍ ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ପ୍ରୟାସ ଆଜି ରିଲିଜ ହେଉଛି ‘ ଟି’, ଖୁବ ଶୀଘ୍ର ‘ଡେଲିଭରି ବଏ’

Sunil Chandra Nayak

“କାନ୍ଦ ମାଷ୍ଟ୍ରେ” ଓଡ଼ିଆ ଚଳଚ୍ଚିତ୍ରର ଅଡିଓ ଓ ଟ୍ରେଲର ରିଲିଜ୍ 

Sunil Chandra Nayak

Leave a Comment

error: Content is protected !!