ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ ନଗରୀରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଜୟନ୍ତୀ ପାଳିତ

ରାଉରକେଲା/ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲାର ପ୍ରାକ୍ତନ ବିଧାୟକ ଦିଲ୍ଲୀପ ରାୟଙ୍କ ୭୦ତମ ଜନ୍ମ ଜୟନ୍ତୀ ଇସ୍ପାତ ନଗରୀ ରାଉରକେଲାରେ ଧୂମଧାମରେ ପାଳିତ ହୋଇଯାଇଛି । ସହରର ବିଭିନ୍ନ ଅନୁଷ୍ଠାନ ତଥା ରାଉରକେଲା ଡେଭଲପମେଣ୍ଟ୍ ଫ୍ରଣ୍ଟ ର ମୁଖ୍ୟ ଆବାହକ ହରିହର ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଯିବି, ସମାଜସେବୀ, ସଂଗଠକ ପ୍ରମୁଖ ଯୋଗଦେଇ କେକ୍ କାଟିବା ସହ ଶ୍ରୀରାୟ ଙ୍କ ଦୀର୍ଘଜୀବନ ଓ ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ । ଶ୍ରୀରାୟ ଙ୍କ ପାଇଁ କୋଏଲନଗର ମଧୁସୂଦନ ପାର୍କଠାରେ ବରିଷ୍ଠ ନାଗରିକ, ସେକ୍ଟର ୧୯ ସ୍ଥିତ ମୁଣ୍ଡା ମାର୍କେଟ, ମାଲଗୋଦାମ ଛକ, ସେକ୍ଟର ୧୫ ର ସାଗରିକା ୱେଲଫେୟାର ଟ୍ରଷ୍ଟ, ସେକ୍ଟର ୮ ସାଇ ମନ୍ଦିର, ସେକ୍ଟର ୬ ଶାରଳା ମନ୍ଦିର, ସେକ୍ଟର ୬ ଜଗନ୍ନାଥପାଲ୍ଲୀ, ରହମତ ନଗର, ବାସନ୍ତୀ କଲୋନୀ ସ୍ଥିତ ଆଖଣ୍ଡଳମଣି ପୂଜା କମିଟି ତରଫରୁ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ଦ୍ବୀପ ପ୍ରଜ୍ଜଳନ ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସେହିପରି ବିଭିନ୍ନ ବସ୍ତି ମାନଙ୍କରେ କମ୍ବଳ ବଣ୍ଟନ କରାଯିବା ସହ ଛେଣ୍ଡ ଠାରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ସ୍ବତଃପ୍ରବୃତ ଭାବେ ବହୁବ୍ୟକ୍ତି ରକ୍ତଦାନ କରିଥିଲେ । ଅନ୍ୟପକ୍ଷେ ଦ୍ୱିତୀୟ ଦିନ ହନୁମାନ ବାଟିକାରେ ରୂଦ୍ରାଭିଷେକ, ସୁନ୍ଦରକାଣ୍ଡ ପରାୟଣ, ରାଉରକେଲା ସରକାରୀ ଡାକ୍ତରଖାନାରେ ଫଳ ବଣ୍ଟନ, ଗଙ୍ଗାଧରପାଲ୍ଲୀ, କୋଏଲନଗର, ଶାନ୍ତି ଭବନଠାରେ ଅନ୍ତେବାସୀଙ୍କୁ ଖାଦ୍ୟ ବଣ୍ଟନ, ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ, ଜି ଟି ଲେନ୍, ସେକ୍ଟର ୧ ର ମୁକ୍ତିକାନ୍ତ ବେହେରା, ସେକ୍ଟର ୧୮ମାର୍କେଟ ସ୍ଥିତ ରାଧାକୃଷ୍ଣ ମନ୍ଦିର, ଗାନ୍ଧୀ ରୋଡ, ନୟାବଜାର, ଡେଲି ମାର୍କେଟ, ସିଭିଲ୍ ଟାଉନସିପ ସ୍ଥିତ ସଞ୍ଜୟ ମାର୍କେଟ, ବନ୍ଧମୁଣ୍ଡା ସି ସେକ୍ଟର, ନାଲା ରୋଡର ହସନପୁର, ସେକ୍ଟର ୬ ଟେଲିଫୋନ ଭବନ ପଡିଆ, ମଧୁସୂଦନ ଛକସ୍ଥିତ ଟେମ୍ପୋ ଷ୍ଟାଣ୍ଡ, ଆନନ୍ଦ ଭବନ ଲେନ୍, ଛେଣ୍ଡ ସ୍ଥିତ ବ୍ରାଇଟ୍ ୱେଲଫେୟାର କମିଟି ତରଫରୁ ଶ୍ରୀରାୟଙ୍କ ୭୦ତମ ଜୟନ୍ତୀ ପାଳନ ସହ କେକ୍ କଟାଯାଇଥିଲା। କାର୍ଯ୍ୟକ୍ରମର ସଫଳ ରୂପାୟନ ତଥା ଦିଲ୍ଲୀପ ପ୍ରେମୀଙ୍କୁ ଫ୍ରଣ୍ଟର ଆବାହକ ଶ୍ରୀ ରାଉତରାୟ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ବ୍ୟତୀତ ସହରର ଅନ୍ୟ ବହୁ ଅନୁଷ୍ଠାନ ମଧ୍ୟ ଶ୍ରୀରାୟ ଙ୍କ ଜୟନ୍ତୀ ପାଳନ କରିଥିବା ଖବର ହସ୍ତଗତ ହୋଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମୋଟର ସାଇକେଲ ଦୁର୍ଘଟଣା ଯୁବକ ମୃତ 

masiha

ହୃଷିକେଶ ରାୟ ମହାବିଦ୍ୟାଳୟ ରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ବଜ୍ରାଘାତରେ ବଳଦର ମୃତ୍ୟୁ

masiha

Leave a Comment

error: Content is protected !!