ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣା ରେ ଦାଦନ ଶ୍ରମିକ ମୃତ୍ୟୁ ବାପ ଛେଉଣ୍ଡ ଦୁଇ ଶିଶୁକୁ ପ୍ରଶାସନ ଆର୍ଥିକ ସହଯୋଗ ପାଇଁ ଗ୍ରାମବାସୀ ଙ୍କ ଦାବୀ

ଦୁର୍ଘଟଣା ରେ ଦାଦନ ଶ୍ରମିକ ମୃତ୍ୟୁ

ବାପ ଛେଉଣ୍ଡ ଦୁଇ ଶିଶୁକୁ ପ୍ରଶାସନ ଆର୍ଥିକ ସହଯୋଗ ପାଇଁ ଗ୍ରାମବାସୀ ଙ୍କ ଦାବୀ

କଳାହାଣ୍ଡି ଜିଲ୍ଲା ପାଇଁ ଯେମିତି ଦାଦନ ଶବ୍ଦ ଅଭିଶପ୍ତ ପାଲଟିଛି। କିଛି ଦିନ ବ୍ୟବଧାନ ରେ ଜିଲ୍ଲା କୁ ଫେରୁଛି ଦାଦନ ଶ୍ରମିକଙ୍କ ଶବ। କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ନୂଆଗୁଡା ନାଗପଡା ଗ୍ରାମର ରାଜ ମୋହନ ନାଗ ଙ୍କ ବିବାହିତ ଭେଣ୍ଡିଆ ପୁଅ ପିତାମ୍ବର ନାଗ (୩୧) ଗତ ୨ ମାସ ତଳେ ପରିବାର ପ୍ରତିପୋଷଣ ପାଇଁ ସୁଦୂର ବାଙ୍ଗାଲୋର ର କୁ ଯାଇ ସେଠାରେ ଏକ ବେସରକାରୀ ଠିକାସଂସ୍ଥା ରେ ଶ୍ରମିକ ଭାବେ ନିୟୋଜିତ ଥିଲେ। ତେବେ ଗତ ୬ ତାରିଖରେ କୋଠା ନିର୍ମାଣ କାର୍ଯ୍ୟ ରେ ନିୟୋଜିତ ଥିବାବେଳେ କୋଠା ଉପରୁ ତଳେ ପଡି ଅତି ଗୁରୁତର ହେବାରୁ ଠିକାସଂସ୍ଥା ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରି ପରବର୍ତ୍ତୀ ସମୟରେ ସାଥି ୨ ଜଣ ଶ୍ରମିକ ଙ୍କ ସହ ପିତାମ୍ବର କୁ ଗାଁ କୁ ପଠାଇ ନିଜ ଉପରୁ ଦୋଷ ହଟାଇ ଥିଲା। ତେବେ ଗୁରୁତର ପିତାମ୍ବର କୁ ଧର୍ମଗଡ଼ ବ୍ଲକ ପଦ୍ମପୁର ଗାଁ ସୁଧୀର ଗୋପାଳ, ଟୁନା ଗୋପାଳ ଏକ ଯାତ୍ରୀବାହୀ ବସ ରେ ନେଇ ବେହେରା ପହଞ୍ଚି ପିତାମ୍ବର ର ପରିବାର ଲୋକ ଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ପିତାମ୍ବର ର ଅବସ୍ଥା ଗୁରୁତର ଦେଖି ଭବାନୀପାଟଣା ଡାକ୍ତରଖାନା କୁ ନେଇ ଭର୍ତ୍ତି କରିବା ପରେ ପିତାମ୍ବର ର ଅବସ୍ଥା ଅତି ଜଟିଳ ଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ମେଡ଼ିକାଲ କୁ ରେଫର କରିଥିଲେ।ତେବେ ଚିକିତ୍ସିତ ଅବସ୍ଥାରେ ସୋମବାର ବୁର୍ଲା ମେଡ଼ିକାଲ ରେ ପିତାମ୍ବର ଆଖି ବୁଜିଥିଲେ। ପରେ ଏକ ବେସରକାରୀ ଆମ୍ବୁଲାନ୍ସ ରେ ପରିବାର ଲୋକେ ନିଜ ଗାଁ କୁ ଆଣି ମୋଟେର ଫାଣ୍ଡି କୁ ଖବର ଦେଇ ଗାଁ ମଶାଣି ରେ ଅନ୍ତିମ ସଂସ୍କାର କରିଥିଲେ।ତେବେ ମୃତ ଦାଦନ ପିତାମ୍ବର ଙ୍କ ବିଧବା ପତ୍ନୀ ଓ ୯ ବର୍ଷ ଓ ୪ ବର୍ଷ ର ନାବାଳକ ପୁଅଝିଅ ବାପ ଛେଉଣ୍ଡ ହେବାସହ ଗରିବ ପରିବାର ହୋଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ଆର୍ଥିକ ସହାୟତା ଓ ଆବାସ ଯୋଜନାରେ ଏକ ଘର ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କୋମନା ଡିଗ୍ରୀ କଲେଜରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ

Sunil Chandra Nayak

ଖଣିଅଞ୍ଚଳ ଗରିବ ଲୋକଙ୍କୁ ଟାଟାଷ୍ଟିଲ କମ୍ପାନୀର ଅଣଦେଖା

masiha

ଦଶହରା ଲାଗି ଚଳଚଞ୍ଚଳ ପାପଡାହାଣ୍ଡି, ରାଜସ୍ଥାନର ଜୈନ ଭଵନକୁ ଥାଇଲାଣ୍ଡର ଡ୍ରାଗନ ଟେମ୍ପୁଲ ତୋରଣ 

masiha

Leave a Comment

error: Content is protected !!