ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛୋରିଆଗଡ ଠାରେ ଲୋକକଳା ପାଇଁ ଦିନଟିଏ ପାଳିତ

ଛୋରିଆଗଡ ଠାରେ ଲୋକକଳା ପାଇଁ ଦିନଟିଏ ପାଳିତ 

ଜୁନାଗଡ ୧୦/୦୪(ମନୀ ସ )ଓଡିଶା ସରକାରଙ୍କ ଦ୍ୱାରା ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଥିଲା ଲୋକ କଳା ପାଇଁ ଦିନଟିଏ କଳାହାଣ୍ଡି ଜିଲ୍ଲାର କଳାଗ୍ରାମ ଛୋରିଆଗଡ ଠାରେ ଜିଲ୍ଲା ସ୍ତରୀୟ ଏକ ସାଂସ୍କୃତିକ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଳାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ସଚିନ ପାୱାରଙ୍କ ସଭାପତିତ୍ଵ କରିଥିଲେ lଅନୁଷ୍ଠିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜୁନାଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ କର, ତହସିଲଦାର ସୁର୍ମି ସୋରେନ, ଛୋରିଆଗଡ ସରପଞ୍ଚ ବବିତା ଗୁରୁ, ପ୍ରତିଭା ଅନୁଷ୍ଠାନ ର ସଭାପତି ଧ୍ୟାନନନ୍ଦ ପଣ୍ଡା, ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି କରୁଣାକର ଦାସ, ଡକ୍ଟର ଅଜୟ କୁମାର ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ। ମଞ୍ଚାସୀନ ଅତିଥି ମାନେ ଲୋକ କଳା ଉପରେ ଆଲୋକ ପାତ କରିଥିଲେl ଏଥିରେ ଲୋକକଳା କୁ ବଞ୍ଚେଇ ରଖିଥିବା ୪ ଜଣ କଳାକାରଙ୍କୁ ସମ୍ମାନିତ କରଯାଇଥିଲା। ଘୁମୁରା ପାଇଁ ରବୀନ୍ଦ୍ର କୁମାର ବେହେରୁକ୍, ବନାବାଡି ପାଇଁ ସୁଗ୍ରୀବ ଖର୍ସେଲ, ସଙ୍କୀର୍ତ୍ତନ ପାଇଁ ଗଣେଶ ନାଏକ ଓ ମାଦଲି ପାଇଁ ରୁବନ୍ ବନ୍ଦିଛୋଡଙ୍କୁ ସମ୍ମାନିତ କରାଯାଇଥିଲା। କଳାଗ୍ରାମ ଛୋରିଆଗଡ଼ ଠାରେ ଏକ ତୋରଣ ସହିତ ଉଦ୍ୟାନ ନିର୍ମାଣ ପାଇଁ ଜିଲ୍ଲାପାଳ ଘୋଷଣା କରିଥିଲେ l ଘୋଷାଣl ପରେ ଉପସ୍ଥିତ ଗ୍ରାମ ବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା lକଳାହାଣ୍ଡି ସଂସ୍କୃତି ପରିଷଦର ସଂଯୋଜକ ତଥା ଛୋରିଆଗଡର ଗ୍ରାମ ର ଅଶୋକ ପଟ୍ଟନାୟକ ସ୍ବାଗତ ଭାଷଣ ଦେବା ସହିତ ସଭା ସଂଯୋଜନା କରିଥିଲେ। ପରିଶେଷର ଶିକ୍ଷକ ସୁଧାଂଶୁ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଜିତେନ୍ଦ୍ର ମେହେର, ଧୋବଲେ ମାଝୀ, ଭୀଷ୍ମ ନାଏକ, ଶ୍ରୀମୁଖ ଗୁରୁ, ଦିବ୍ୟ ବେହେରୁକ, ବିକ୍ରମ ପୁଝାରୀ ପ୍ରମୁଖ ସହଯୋଗ କରିଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଟାଉନ ଥାନା! ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା! ମହୁଲଡିହାରେ ସଡ଼କ ଦୁର୍ଘଟଣାରେ ଯୁବକ ମୃତ 

masiha

ଗାରିଡି ପଞ୍ଚାୟତରେ ଆମ ଓଡ଼ିଶା ନବିନ ଓଡିଶା କାର୍ଯ୍ୟକ୍ରମ, ଲୋକଙ୍କ ନିକଟତର ହେଉଛି ବିକାଶର ବାର୍ତ୍ତା

masiha

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି : ନବରଙ୍ଗପୁର ପୋଲିସ ପଡ଼ିଆ ଠାରେ “ବିକାଶ ର ଧାରା ଓଡ଼ିଶା ସାରା “କାର୍ଯ୍ୟକ୍ରମ ଉଦ୍‌ଘାଟିତ

Sunil Chandra Nayak

Leave a Comment

error: Content is protected !!