ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନି ଟାଟା ଟ୍ରଷ୍ଟ ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶସ୍ତା ଓ ସୁଲଭ ମୂଲ୍ୟରେ ତରଭୁଜ ବିକ୍ରୟ କେନ୍ଦ୍ର ଉଦଘାଟିତ 

ସିନି ଟାଟା ଟ୍ରଷ୍ଟ ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶସ୍ତା ଓ ସୁଲଭ ମୂଲ୍ୟରେ ତରଭୁଜ ବିକ୍ରୟ କେନ୍ଦ୍ର ଉଦଘାଟିତ 

 ମୟୂରଭଞ୍ଜ – ୧୦/୦୪  // ସିନି ଟାଟା ଟ୍ରଷ୍ଟର ପ୍ରୋତ୍ସାହନରେ ସେୟାନ ମାର୍ଶାଲ ଫାର୍ମର ପ୍ରଡ୍ଯୁସର ତରଫରୁ ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକ ଏବଂ ଜାମଦା ବ୍ଳକର ବିଭିନ୍ନ ସ୍ଥାନରେ ୨୦୦ ରୁ ଉର୍ଦ୍ଧ୍ବ ଚାଷୀଙ୍କ ଏକର ଏକରରୁ ଅଧିକ ଚାଷ ଜମିରେ ତରଭୁଜ ଚାଷ କରାଯାଇଛି ।ଏହାର ଉଦେଶ୍ୟ କ୍ଷୁଦ୍ର ଓ ମଧ୍ୟମ ଚାଷିମାନଙ୍କୁ ଲକ୍ଷ ପତି କିଷାନ ଯୋଜନାରେ ଖୁବ ଶିଘ୍ର ଲକ୍ଷ ପତି କରିବା ସହ କୃଷକଙ୍କୁ ସଶକ୍ତ କରିବା । କୃଷକମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବନଶୀଳ କରାଇ ଆର୍ଥିକ ବିକାଶ କରାଇବା । ଏଥିପାଇଁ ସିନି ଟାଟା ଟ୍ରଷ୍ଟ ଏବଂ ସେୟାନ୍‌ ମାର୍ସାଲ ଫାର୍ମର ପ୍ରଡ୍ଯୁସର କୁସୁମି ବ୍ଳକ ଏବଂ ଯାମଦା ଵ୍ଳକର‌ କ୍ଷୁଦ୍ର ଚାଷୀମାନଙ୍କୁ ସହଯୋଗର‌ ହାତ ବଢ଼ାଇଛି । ସେମାନଙ୍କୁ ବିହନ,ସାର ,ପାଣି ଯୋଗାଣ ବ୍ୟବସ୍ଥା ଓ ଅମଳ ହେଲେ ବିକ୍ରୟ କରିବା ଦାୟିତ୍ବ ନେଇଛି । ଚଳିତ ବର୍ଷ ଚାଷୀମାନେ ଖୁବ ଭଲ ଚାଷ କରିଛନ୍ତି ।ଭୂବନେଶ୍ବର,ଟାଟା ନଗର,କୋଲକତା ଵାହାର‌ସ୍ଥାନକୁ ଚାଷୀମାନେ ନିଜର ଉତ୍ପାଦିତ ଶସ୍ୟ ବିକ୍ରୟ କରି ଦୁଇ ପଇସା ଲାଭ କରିବା ଆରମ୍ଭ କରି ଦେଇଛନ୍ତି । ବେପାରୀମାନେ ସିଧା ଚାଷୀଙ୍କ ପାଖକୁ ଆସି ସେମାନଙ୍କ ଉତ୍ପାଦିତ ତରଭୁଜ କ୍ଵିଣ୍ଟାଲ କ୍ଵିଣ୍ଟାଲ ନଗଦ ଟଙ୍କା ଦେଇ ନେଇ ଯାଉଛନ୍ତି।

 ସିନିଟ୍ରଷ୍ଟ ଆନୁକୁଲ୍ୟରେ ରାଇରଙ୍ଗପୁର ସହର ବାସୀଙ୍କୁ ପ୍ରବଳ ଗ୍ରୀଷ୍ମ ଦାଉରୁ ଭୋକ ଏବଂ ଶୋଷ ମେଣ୍ଟାଇବା ପାଇଁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟସମ୍ମୁଖରେ ତରଭୁଜ ଷ୍ଟଲ ଆଜିଠାରୁ ଖୋଲାଯାଇଛି । ରାଇରଙ୍ଗପୁର ସହରବାସୀ ଏବଂ ସହରକୁ ଆସୁଥିବା ଲୋକମାନେ ସୁଲଭ ମୂଲ୍ୟରେ ତରଭୁଜ ମାତ୍ର ୧୨ ଟଙ୍କା କିଲୋରେ କିଣି ପ୍ରବଳ ଦାଉ ଦାଉ ଖରାରୁ ନିଜର ତୃଷାର୍ତ୍ତ ଓ ଭୋକ ମେଣ୍ଟାଇ ପାରିବେ ସେଥିପାଇଁ ବ୍ୟବସ୍ଥା କରିଛନ୍ତି ।ଏହି ସୁଲଭ ଦୋକାନ ଖୋଲିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ କ୍ଷେତ୍ର ପରିଦର୍ଶନ ସମୟରେ ସେମାନଙ୍କୁ କହିଥିଲେ । ଉପଜିଲ୍ଲାପାଳ ଏହି ଷ୍ଟଲ ଖୋଲିବାରେ ସହଯୋଗର ହାତ ବଢ଼ାଇଥିବାରୁ ସିନି ଟାଟା ଟ୍ରଷ୍ଟ ‌ତରଫରୁ ତାଙ୍କୁ କୃତଜ୍ଞତା ଜଣାଯାଇଛି । ଗ୍ରାହକମାନେ ଆଜି ଶସ୍ତାରେ ତରଭୁଜ କିଣି ଭାରି ଖୁସି ମନରେ ଘରକୁ ଯାଉ ଥିବାର ଲକ୍ଷ୍ୟ କରାଯାଉଥିଲା ।ତରଭୁଜ ରେ ଭିଟାମିନ ଏ ପ୍ରବଳ ଅଛି ।ମଣିଷର ଶରୀରକୁ ଥଣ୍ଡା ରଖିଥାଏ । ଅଂଶୁଘାତ ରୁ ରକ୍ଷା କରିଥାଏ ।ସିନି ଟ୍ରଷ୍ଟର କର୍ମଚାରୀ ଦେବାଶିଷ ବିଶ୍ବାସ, ସୁବ୍ରତ ରାଉତ,ପଲ୍ଲବୀ ଘୋଷ,ସୌଗତ ନନ୍ଦୀ ଏବଂ ସାଗର ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ଗ୍ରାହକମାନଙ୍କୁ ତରଭୁଜ ବିକ୍ରୟ ରେ ସହଯୋଗ କରୁଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

 

Related posts

ବାଇକ ଧକ୍କାରେ ବୃଦ୍ଧ ଜଣକ ମୃତ 

Sunil Chandra Nayak

ୱାଇ ଏମ୍ ସାଇନ୍ସ ଏକାଡେମୀ ଉଦଘାଟିତ 

Sunil Chandra Nayak

Eminent Social Worker Er.Gopal Krushna Das.

masiha

Leave a Comment

error: Content is protected !!