ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଲୋକ କଳା ପାଇଁ ଦିନଟିଏ ” ନବରଙ୍ଗପୁର ଜିଲ୍ଲା “ବି ମାଲିଗୁଡ଼ା”ଗ୍ରାମରେ କଳାକାରମାନଙ୍କ ସମାବେଶ

“ଲୋକ କଳା ପାଇଁ ଦିନଟିଏ “

ନବରଙ୍ଗପୁର ଜିଲ୍ଲା “ବି ମାଲିଗୁଡ଼ା”ଗ୍ରାମରେ କଳାକାରମାନଙ୍କ ସମାବେଶ

ନବରଙ୍ଗପୁର:( ତା ୧୦.୪.୨୦୨୫)(ରବି ନାରାୟଣ ମହାନ୍ତି)ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ର ବି ମାଲିଗୁଡା ଗ୍ରାମରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଦଶମ ଦିନରେ “ଲୋକକଳା ପାଇଁ ଦିନଟିଏ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ବିଶ୍ଵଜିତ ବର୍ମନ୍ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମଞ୍ଚରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପ୍ରସିଦ୍ଧ ଦେଶିଆ ନାଟଗୁରୁ ସ୍ବର୍ଗତ ଚଇତନ ବିଷୋୟୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଓଡିଆ ପକ୍ଷ ପାଳନ ଅବସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲାର ଲୋକ କଳା,ସଂସ୍କୃତି, ଐତିହ ,ପରମ୍ପରା କୁ ଉଜ୍ଜୀବିତ ଓ ଅଧିକ ସମୃଦ୍ଧ କରିବାରେ କଳାକାରମାନଙ୍କ ନିଷ୍ଠା,ତ୍ୟାଗ,ସମୟ,ଉତ୍ତରପିଢ଼ିକୁ ଶିକ୍ଷା କୁ ସମ୍ମାନ ଜଣାଇବା ଏବଂ ଏ ଦିଗରେ ସମସ୍ତେ ଭାଗୀଦାର ହୋଇ ନିଜଅଞ୍ଚଳ ର ଲୋକକଳାକୁ ଆହୁରି ଲୋକପ୍ରିୟ କରିବାରେ ସହଯୋଗ କରିବା ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ।ମଞ୍ଚରେ ଅତିଥି ରୂପେ ନନ୍ଦାହାଣ୍ଡି ତହସିଲଦାର ଚନ୍ଦ୍ରହାସ ମହାନନ୍ଦିଆ, ନନ୍ଦାହାଣ୍ଡି ବି ଡି ଓ ସୁନିଲ ଖରା, ବରିଷ୍ଠ କଳାକାର ଦେବଦାସ ମହାକୁଡ , କାର୍ତ୍ତିକ ଭତରା,ନରସିଂହ ତ୍ରିପାଠୀ,ମୋହନ ପରିଡ଼ା , ଭଗବାନ ଭତରା ପ୍ରମୁଖ ମଞ୍ଚାସିନ ଥିଲେ। ଲୋକକଳା ,ଲୋକ ସଙ୍ଗୀତ, ଲୋକ ନାଟକ ପ୍ରଦର୍ଶନରେ ଆଜି ଯେଉଁ ଅଶ୍ଳୀଳତା ପଶୁଛି ତାକୁ ନିରୁତ୍ସାହ ଓ ବନ୍ଦ କରିବା,କଳାକୁ ସଂରକ୍ଷଣ ରଖିବା ,ବିଶେଷ ଭାବରେ ଯୁବ ବର୍ଗଙ୍କୁ ଏହି ଲୋକକଳାର ଗାରିମାକୁ ବଞ୍ଚାଇ ରଖିବାକୁ ବିଶେଷ ଗୁରୁତ୍ବ ଦେବାକୁ ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ସାଇଲୁଡ଼ି ନୃତ୍ୟ ବିଦ୍ୟାପୀଠ, ପୁରୁଷୋତ୍ତମ କଳା କେନ୍ଦ୍ର, ଓଡିଶୀ ସଙ୍ଗୀତ ଓ ନୃତ୍ୟ ପ୍ରତିଷ୍ଠାନ, ତ୍ରିଶକ୍ତି ସାଂସ୍କୃତିକ ସଂଘ ଭଳି ସାଂସ୍କୃତିକ ଅନୁଷ୍ଠାନ,୧୦ ଟି ବ୍ଲକ କଳା ସାଂସ୍କୃତିକ ପରିଷଦ ର ଉପ ସଭାପତି ଏବଂ ଜିଲ୍ଲା ର ୧୮ ଜଣ ବିଶିଷ୍ଟ ଓ ବରିଷ୍ଠ କଳାକାର ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସଭାରେ ବିଭିନ୍ନ ବ୍ଲକର କଳାକାର ଭୀମ ଭତରା,ଶ୍ୟାମ ଘନ ଦାସ, ଡମ୍ବରୁ ଧର ନାୟକ, ଟଙ୍କ ମଣ୍ଡଳ ପ୍ରମୁଖ ଙ୍କ ସହ କଳା ପ୍ରେମୀ ମାନେ ଉପସ୍ଥିତ ଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ସଭାଟିକୁ ଆୟୋଜନ ଓ ମଞ୍ଚ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପୁରୁଣାଘାଟି ରାଧେ ରାଧେ ସଂକୀର୍ତ୍ତନ କମିଟି ଆନୁକୂଲ୍ୟରେ ଷୋହଳ ପ୍ରହରୀ ନାମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ

masiha

କ୍ରୀଡା ଦିବସ ଉଦଘାଟିତ( ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଛାତ୍ର ଛାତ୍ରୀଙ୍କ ପାଇଁ ଜରୁରୀ)

Sunil Chandra Nayak

କଳାହାଣ୍ଡିରୁ ଜାତୀୟ ସଫଳତା, ଆଇସିଏସଏସଆର ଫେଲୋଶିପ୍ ପାଇଲେ ନାରାୟଣ ଚୌଧୁରୀ 

Sunil Chandra Nayak

Leave a Comment

error: Content is protected !!