ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟର ସାଥି ସ୍ବେଛାସେବୀ ସଂଗଠନ ତରଫରୁ ସ୍ବେଛାକୃତ ରକ୍ତଦାନ ଶିବିର 

ଅସହାୟର ସାଥି ସ୍ବେଛାସେବୀ ସଂଗଠନ ତରଫରୁ ସ୍ବେଛାକୃତ ରକ୍ତଦାନ ଶିବିର 

ଯାଜପୁର-.୩୦.୦୬.୨୪-: ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ” ଅସହାୟର ସାଥି ” ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ବଡ଼ଚଣା ବ୍ଲକ ଅନ୍ତର୍ଗତ ରଇପୁର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ହୋଇ ଯାଇଛି |ଉକ୍ତ ଶିବିରଟିକୁ ଆନ୍ତର୍ଜାତିକ ଶିକ୍ଷା ନିଯୁକ୍ତି ଓ ଶସକ୍ତିକରଣ ପରିଷଦର ପ୍ରକଳ୍ପ ନିର୍ଦେଶକ ପ୍ରଦୀପ ତ୍ରିପାଠୀ ଉଦଘାଟନ କରିଥିଲେ |ଆଗାମୀ ଦିନରେ ରକ୍ତଦାନର ଅବିରତ ଧାରାକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବାରେ ତାଙ୍କ ଅନୁଷ୍ଠାନ ନିଜର ପ୍ରୟାସ ଜାରି ରଖିବା ପାଇଁ ପ୍ରତିଶୃତି ବଦ୍ଧ ବୋଲି ଶ୍ରୀ ତ୍ରିପାଠୀ ନିଜର ବକ୍ତବ୍ୟ ରଖିଥିଲେ | କାର୍ଯ୍ୟକ୍ରମଟିରେ ମୁଖ୍ୟ ଅତିଥି ଭାବେ ଡା.ରଶ୍ମି ରଞ୍ଜନ ପଶାୟତ ,ବିଶିଷ୍ଠ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଲଳିତ ମୋହନ ନନ୍ଦ ଓ ସଂମ୍ମାନିତ ଅତିଥି ଭାବେ ଥାନା ଅଧିକାରୀ ସୁରଜ ଚନ୍ଦ୍ର ସାହୁ ,ଶିକ୍ଷୟତ୍ରୀ ଡଃ. ମାନସୀ ମିଶ୍ର ,ସମାଜସେବୀ ପଦ୍ମ ଲୋଚନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ | ରାଜ୍ୟ ରେଡ଼କ୍ରସ, କଟକ ଶାଖାର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରଟିକୁ ଡ଼ାଃ.କିଶୋର ଚନ୍ଦ୍ର ବେହେରା ,ବିଜୟ କୁମାର ସ୍ୱାଇଁ ,ପ୍ରକାଶ ଚନ୍ଦ୍ର ଜେନା ଓ ସରୋଜ କୁମାର ମହାନ୍ତି ସଫଳତାର ସହ ପରିଚାଳନା କରିଥିଲେ |ଉକ୍ତ ଶିବିରରେ ସର୍ବମୋଟ ୮୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା |ବିଶିଷ୍ଠ ଶିକ୍ଷାବିତ ତଥା ଖ୍ୟାତି ସମ୍ପର୍ଣ୍ଣ କବି ହିମାଂଶୁ ଭୂଷଣ ଜେନା ରକ୍ତଦାନ କରିବା ସହିତ ଉଦଘାଟନୀ ଓ ଉଦଯାପନୀ ସଭାରେ ଅଧକ୍ଷତା କରିଥିଲେ |ସଂଗଠନର ସଭାପତି ପ୍ରଦୀପ କୁମାର ଦାଶ ସ୍ୱାଗତ ଅଭିଭାଷଣ ରଖିଥିଲେ | ସମ୍ପାଦକ ଅଭିନାଶ ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ବିଶ୍ୱଜିତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ |ସ୍ବେଛାସେବୀ ରମାକାନ୍ତ ପ୍ରଧାନ ,ମଳୟ ରଞ୍ଜନ ଦାଶ ,ଭକ୍ତ ପ୍ରିୟା ଦାଶ ,ଶୁଭଲକ୍ଷ୍ମୀ ଜେନା ,ଆକିବ ଜାଭେଦ ପ୍ରମୁଖ ରକ୍ତଦାନ କରିବା ସହ ରକ୍ତଦାତା ମାନଙ୍କର ସ୍ୱାସ୍ଥ୍ୟରେ ଯତ୍ନ ନେବାରେ ସାହାଯ୍ୟ କରିଥିଲେ |

ମସିହା ନିୟୁଜ୍ ସର୍ଭିସ୍ 

Related posts

  ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ (କଳାହାଣ୍ଡି ବିଶ୍ୱବିଦ୍ୟାଳୟ) ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶିତ

masiha

ପ୍ରଧାନମନ୍ତ୍ରୀ ବିଶ୍ୱ କର୍ମା ତାଲିମ କେନ୍ଦ୍ର ଉଦଘାଟିତ 

masiha

ଜିଲା ସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଡାବୁଗାଁ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା 

masiha

Leave a Comment

error: Content is protected !!