ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବୋଚ୍ଚ ନମ୍ବର ରଖି ଶ୍ରୁତୀ ପାଇଲେ ପ୍ରମିଳା ପଟ୍ଟନାୟକ ସ୍ମୁତି ସମ୍ମାନ 

ସର୍ବୋଚ୍ଚ ନମ୍ବର ରଖି ଶ୍ରୁତୀ ପାଇଲେ ପ୍ରମିଳା ପଟ୍ଟନାୟକ ସ୍ମୁତି ସମ୍ମାନ 

 ନବରଙ୍ଗପୁର:(୧|୬)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ସହର ର ସର୍ବ ପୁରାତନ ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ମଠ ତଥା ମାତା ମଠ ରେ ଆୟୋଜନ ହୋଇ ଯାଇଛି ସ୍ମୁତି ସମ୍ମାନ କାର୍ଯ୍ୟକ୍ରମ। ସକାଳୁ ସକାଳୁ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ନାମ ଯଜ୍ଞ ଆରମ୍ଭ ହୋଇଥିଲା। ନାରୀ କବୀ ,ଅଭିନେତ୍ରୀ , କୃଷ୍ଣ ପ୍ରେମୀ ସ୍ବର୍ଗତ ପ୍ରମିଳା ପଟ୍ଟନାୟକ ସ୍ମୁତି ଉଦ୍ଧେଶ୍ୟରେ ପ୍ରତି ମାସ ପ୍ରଥମ ରବିବାର ରେ ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୋଇଥାଏ। ଆଜି ମହାମନ୍ତ୍ର ଉଚ୍ଚାରଣ ଏବଂ ମୃଦଙ୍ଗ ଗିନି ଝାଞ୍ଜ ଶବ୍ଦ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ସମଗ୍ର ମଠ ପରିସର। ଏହି ପରି ପ୍ରେକ୍ଷିରେ ରାଜା ଚୈତନ୍ୟ ଦେବ ନୋଡାଲ ଉଛ ପ୍ରାଥମିକ ବିଦ୍ୟାଳୟ ନବରଙ୍ଗପୁର ରେ ସୁଶ୍ରୀ ଶ୍ରୁତୀ ସାହୁ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି କୃତକାର୍ଯ୍ୟ ହୋଇ ଥିବାରୁ କୁଞ୍ଜ ବିହାରୀ ମଠ ର ସର୍ବୋଚ୍ଚ ସମ୍ମାନ “ନାରୀ କବୀ ପ୍ରମିଳା ପଟ୍ଟନାୟକ ସ୍ମୁତି ସମ୍ମାନ – ୨୦୨୫”ରେ ସମ୍ମାନିତ କରା ଯାଇଥିଲା। ତାଙ୍କୁ କିଛି ଆର୍ଥିକ ରାଶି ପ୍ରଦାନ ସହ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ କରା ଯାଇଥିଲା। ତାଙ୍କର ଏହି ସଫଳତାରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସହିତ ସହର ବାସି ଖୁସି ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ଏପରି କାର୍ଯ୍ୟକ୍ରମ ପ୍ରତି ବର୍ଷ ହେଇ ଆସୁଛି । ସୁଶ୍ରୀ ଶ୍ରୁତି ସାହୁ ହେଉଛନ୍ତି ଗାଧବା ଗୁଡ଼ା ମେନ ରୋଡ ନିବାସୀ ପ୍ରଶାନ୍ତ ସାହୁ ଓ ମାତା ଅରୁଣା ସାହୁ ଙ୍କ କନ୍ୟା। ଏହି କାର୍ଯ୍ୟକ୍ରମ ରେ ଶିକ୍ଷାବିତ୍ ତଥା ପ୍ରାକ୍ତନ ଅଧ୍ୟକ୍ଷ ଡ ରାଧାନାଥ ବେହେରା ,ବିଶିଷ୍ଟ ସମାଜସେବୀ ଗୋପବନ୍ଧୁ ବିଷୋୟୀ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ମାନପତ୍ର ସହିତ ଉତ୍ତରୀୟ ପ୍ରଦାନ କରିଥିଲେ। ଡ ବେହେରା, ମଠ ର ଇତିହାସ ଏବଂ ମଠ ପ୍ରତି ପ୍ରମିଳା ପଟ୍ଟନାୟକ ଙ୍କ ଅବଦାନ ବିଷୟରେ ତାଙ୍କ ବକ୍ତବ୍ୟ ରେ ରଖିଥିଲେ । ନାଟ୍ୟକାର ଜଗନ୍ନାଥ ବେହେରା ସଂଯୋଜନା କରିଥିଲେ।ଏଥିରେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଭ୍ୟା ଜେମାମଣି ବିଷୋୟୀ, ସଙ୍ଗୀତଜ୍ଞ ଭାନୁ ମହାପାତ୍ର , ବିକ୍ରମ ନନ୍ଦ,କୃଷ୍ଣ ଦାସ, ବୈଦେହି ପଣ୍ଡା , ପ୍ରବଚକ ଦାଶରଥି ପଟ୍ଟନାୟକ , ସମେତ ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର ମୁଖ୍ୟଡାକ ଘର ପରିସରରେ ଆଡଭାନ୍ସ ଟେକ୍ନୋଲଜି ପୋଷ୍ଟାଲ ୨. ୨ ଶୁଭାରମ୍ଭ

Sunil Chandra Nayak

ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ-୨୦୨୬ର ଶୁଭାରମ୍ଭ

Sunil Chandra Nayak

ମହିଳା ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!