ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ପ୍ରାଙ୍ଗଣରେ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ 

ଗୋଲାମୁଣ୍ଡା ବ୍ଲକ ପ୍ରାଙ୍ଗଣରେ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ 

ଟେମରୀ (ମନିସ):୫/୧୨:କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦିନକୁ ଦିନ ପ୍ରଗତି ପଥରେ ଅଗ୍ରସର ହେବାରେ ଲାଗିଛି। ବୁଦ୍ଧିଜୀବୀଙ୍କ ମତାନୁସାରେ ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ଗମନାଗମନ ଅସୁବିଧା ଏବେ ଦୂର ହୋଇଛି। ଗ୍ରାମ ପଞ୍ଚାୟତ ରୁ ଗ୍ରାମ ପଞ୍ଚାୟତ ଲକ୍ଷ୍ମୀ ବସ ଚାଲୁଛି। ଏଥିରେ ମିଶନ ଶକ୍ତି ଓ ଓ.ଏଲ.ଏମ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି ବୋଲି ଚର୍ଚ୍ଚା ହେଉଛି। ନାରୀ ସଶକ୍ତିକରଣର ସ୍ବରୋଜଗାର ପନ୍ଥା ଓ ଜୀବନ ଜୀବିକା ପନ୍ଥା ସୁଗମ ହୋଇଥିବା ବେଳେ ଋଣ ପ୍ରଦାନ କରିବା ଅନ୍ୟତମ ଆର୍ଥିକ ସୁଦୃଢ଼ କରିବା ସହାୟକ ହେଉଛି। ବେକାର ସମସ୍ୟା ଦୂରୀକରଣ ସକାଶେ ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଆଗକୁ ନିଆଯାଉଛି। ଯୁବତୀମାନଙ୍କ ପାଇଁ ଦୀର୍ଘମିଆଦି ଆଇଟିଆଇ ପାଠ୍ୟକ୍ରମ, ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମର ବିଭିନ୍ନ ସୁବିଧା ସକାଶେ ବ୍ଲକସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ କରାଯାଉଛି। ଶିକ୍ଷିତ ଯୁବକ,ଯୁବତୀ ଓ ମହିଳାମାନଙ୍କ ପାଇଁ ମିଶନ ଶକ୍ତି ଓ ଓଏଲଏମ ସିଆର୍ପି, ଏମ୍ବିକେ, ବ୍ୟାଙ୍କ ମିତ୍ର ତଥା ଅନ୍ୟାନ୍ୟ ନିଯୁକ୍ତି ପ୍ରଦାନ କରି ଠିକ ଭାବେ ପରିଚାଳନା କରି ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବା ଓ ସ୍ଵରୋଜଗାର କ୍ଷମ ଜୀବିକା ନିର୍ବାହ କରିବାରେ ସହାୟକ ହେଉଛି। ଗତକାଲି ଗୋଲାମୁଣ୍ଡା ବ୍ଲକ ପ୍ରାଙ୍ଗଣରେ ଓ ଏଲ ଏମ ଜରିଆରେ ନିଯୁକ୍ତି ମେଳା ପରାମର୍ଶ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଚେୟାରମ୍ୟାନ ପଞ୍ଚମୀ ଦୀପ,ଜିଲ୍ଲା ଶ୍ରମ ନିଯୁକ୍ତିଅଧିକାରୀ ଅମ୍ବିଜା ତିୱାରୀ, ବିପିଏମ୍ ହିମାଂଶୁ ବିଶ୍ବାଳ,ଆର ସି ଡି ସି ର ପ୍ରଦୀପ ପାତ୍ର, ରଥୁରାମ ବାଗ,ବିଏମ ଏସ୍ ସି ଯଶୋବନ୍ତି ନାଏକ, ବିଏଲସି ଅଜୟ ମାଝୀ ଓ ଜଦୁନନ୍ଦନ ମେହେର, ସମାଜସେବୀ ଶ୍ୟାସୁନ୍ଦର ଅଗ୍ରୱାଲ, ତଥା ଏମବିକେ , ସିଆର୍ପି, ଏସଏସଜି ସଭ୍ୟମାନେ ଉପସ୍ଥିତ ଥିଲେ। ଏଥିରେ ଅଂଶ ଗ୍ରହଣ କରି ଥିବା ୧୦୫ଜଣ ଯୁବକ, ଯୁବତୀଙ୍କୁ ନିଯୁକ୍ତି ଶିବିରରେ ନାମ ପଞ୍ଜିକରଣ କରାଯାଇଅଛି।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ମହାତ୍ମା ଗାନ୍ଧୀଙ୍କ ଙ୍କ ଶହୀଦ ଦିବସ ଅବସର ରେ   ସି ପି ଆଇ ଏମ୍ ପକ୍ଷରୁ ସଦଭାବନା ଦିବସ ରୂପେ ପାଳନ

masiha

ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘରର ମାସିକ ଆସର “ଫୁଲ ସାବାରିରେ ଆସିଛି ଫଗୁଣ”

masiha

ନୂତନ ବିଇଓଙ୍କୁ ଲାଞ୍ଜିଗଡ ପ୍ରାଥମିକ ଶିକ୍ଷକ ସଂଘର ସ୍ଵାଗତ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!