ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତା ଫଳାଫଳ

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତା ଫଳାଫଳ

ବାଲେଶ୍ଵର, ୦୫/୧୨/୨୩- ମୋ ଅନୁଷ୍ଠାନ ତରଫରୁ ପ୍ରତ୍ୟେକ ରବିବାର, ପର୍ବପର୍ବାଣି ଏବଂ ଶୁଭ ଦିନ ମାନଙ୍କରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଯଥା – କବିତା, ଗଳ୍ପ, ପ୍ରବନ୍ଧ ଇତ୍ୟାଦି । ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନକୁ ପ୍ରମାଣ ପତ୍ର ଦିଆଯାଏ । ବେଳେ ବେଳେ ଅର୍ଥରାଶି ମଧ୍ୟ ଦିଆଯାଏ । ଏହି ପରିପ୍ରେକ୍ଷୀରେ ୦୧/୧୨/୨୩ ରିଖ ଚଳିତ ବର୍ଷର ଶେଷ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ବିଭନ୍ନ ଜିଲ୍ଲାରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥଲେ । ସେମାନଙ୍କ ମଧ୍ୟରେ ୧) ଅର୍ପିତା ମଲ୍ଲିକ, ଜଗତସିଂହପୁର, ବାଙ୍ଗାଲୋର (୨) ରଶ୍ମିରେଖା ସାହୁ, ଭୁବନେଶ୍ୱର (୩) ଋତପର୍ଣ୍ଣା ମହାପାତ୍ର, ତରଭା, ସୁବର୍ଣ୍ଣପୁର (୪) ଭାରତୀ ହୋତା, ନୂଆପଡା (୫) ଅନସୂୟା ଦେବତା, ଅତାବିରା, ବରଗଡ଼ (୬) ପୁଷ୍ପଲତା ମିଶ୍ର, ଭୁବନେଶ୍ୱର (୭) ଯାଜ୍ଞସେନୀ ପଣ୍ଡା, ବାଙ୍ଗାଲୋର (୮) ସ୍ବର୍ଣ୍ଣଲତା ଦାଶ, ଇନ୍ଦିପଟ୍ଟା, ଗଣିଆ, ନୟାଗଡ଼ (୯) ମାମି ପାତ୍ର, ତିହିଡି, ଭଦ୍ରକ (୧୦) ରେଖାରାଣୀ ବାରିକ୍, ଭୋଗପୁର, ଖଇରା, ବାଲେଶ୍ଵର (୧୧) ଗୀତା ମଞ୍ଜରୀ ଦାସ, ମୁଣ୍ଡିମରା, ବରପଦା, ଭଦ୍ରକ (୧୨) ସନ୍ଧ୍ୟାରାଣୀ ଦାଶ, ଜଗତସିଂହପୁର (୧୩) ସ୍ବାଗତିକା ସାହୁ, କନ୍ଧମାଳ (୧୪) ସୁଚିତ୍ରା ନାୟକ, ଭୁବନେଶ୍ୱର, ଖୋର୍ଦ୍ଧା (୧୫) ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା (୧୬) ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

  ସମସ୍ତଙ୍କ ଫଟୋଚିତ୍ର ଗୁଡିକୁ ସମୀକ୍ଷା କରିଥିଲେ ଯାଜପୁର ଜିଲ୍ଳାର ସୁ- ସାହିତ୍ୟିକା ସରସ୍ଵତୀ ପଣ୍ଡା । ତାଙ୍କ ସମୀକ୍ଷାରୁ ମାମି ପାତ୍ର ପ୍ରଥମ ସ୍ଥାନ, ଯାଜ୍ଞସେନୀ ପଣ୍ଡା ଦ୍ବିତୀୟ ସ୍ଥାନ ଓ ସୁଚିତ୍ରା ନାୟକ ତୃତୀୟ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛନ୍ତି । ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଷ୍ଟ୍ରବେରୀ ଗାଁ ବାରବୁଲୀ : ଆତ୍ମ ନିର୍ଭର ପଥେ ନିୟମଗିରିର ଆଦିମ ଜନଜାତି ମହିଳା

Sunil Chandra Nayak

ଆସନ୍ତା ୧୪ରୁ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଆଜି ରାହାଗିରିରେ ଝୁମିଲା କଳାହାଣ୍ଡି ….

masiha

ଅଗଷ୍ଟ 9 ବିଶ୍ବ ଆଦିବାସୀ ଦିବସ ରେ ଗୁଣପୁର ରେ ଆଦିବାସୀ ମେଳି

Sunil Chandra Nayak

Leave a Comment

error: Content is protected !!