ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳବନ୍ଦୀ ଟାଙ୍ଗନୀ କୋଟ ରେ ବିକାଶ ପହଂଚାଇବା ଲକ୍ଷ୍ୟରେ ବ୍ଲକ ପ୍ରଶାସନ

ଜଳବନ୍ଦୀ ଟାଙ୍ଗନୀ କୋଟ ରେ ବିକାଶ ପହଂଚାଇବା ଲକ୍ଷ୍ୟରେ ବ୍ଲକ ପ୍ରଶାସନ

ତେନ୍ତୁଳିଖୁଣ୍ଟି ୦୫/୧୨/୨୩ //ନବରଙ୍ଗପୁର ଜିଲ୍କା ତେନ୍ତୁଳିଖୁଣ୍ଟି ବ୍ଲକ ର ଜଳବନ୍ଦୀ ଅଞ୍ଚଳ ବାସୀ ଙ୍କ ସମସ୍ୟା ସମାଧାନ ପାଇଁ ସମସ୍ତ ବିଭାଗ ଦୃଷ୍ଟି ଦେବା କୁ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ନିର୍ଦ୍ଦେଶ ଦେବା ପରେ ବ୍ଲକ ପ୍ରଶାସନ ସକ୍ରିୟତା ଦେଖାଉଛି। ଏହି କ୍ରମରେ ବ୍ଲକ ର ସହକାରୀ ଯନ୍ତ୍ରୀ ଭଗବାନ ବେହେରା କନିଷ୍ଠ ଯନ୍ତ୍ରୀ ବିକାଶ ବାରା 4 ଡିସେମ୍ବର ଦିନ ଟାଙ୍ଗନୀ କୋଟ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରିଥିଲେ। ବିଦ୍ୟାଳୟ ପାଇଁ ନୂତନ କୋଠା ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିବା କହିଥିଲେ,ବର୍ତ୍ତମାନ ଯେଉଁ ଠାରେବିଦ୍ୟାଳୟଚାଲିଛି ତାର ମରାମତି ପାଇଁ ପ୍ରକଳ୍ପ ଥିବା କହିଥିଲେ। ବିଦ୍ୟାଳୟ ପରିସରରେ ଖୁବ ଶୀଘ୍ର ଟଏ ଲେଟନିର୍ମାଣ କରାଯିବ ବୋଲି କହିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସହ କଥା ବାର୍ତ୍ତା ବେଳେ ଏସ ଏମ ସି ସଭ୍ୟ ମାନେ ଏହି ଗ୍ରାମରେ ଛାତ୍ରା ବାସ ବ୍ୟବସ୍ଥା କଲେ ଆଖ ପାଖ ଝଲଗୁଡା,ତଲଙ୍ଗ, ବାଗ୍ରା, ଗୁରୁମାଇ ଗୁଡା ଆଦି 9 ଖଣ୍ଡ ଗ୍ରାମର ପିଲା ଉପକୃତ ହୋଇ ପାରିବେ ବୋଲି କହିଥିଲେ। ଏହି ସମୟରେ ମଞ୍ଚଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ସଦା ସାନ୍ତା ଉପସ୍ଥିତ ଥାଇ ଉକ୍ତ ପ୍ରସ୍ତାବ କୁ ସମର୍ଥନ କରିଥିଲେ। ନିକଟରେ ଗ୍ରାମ ର ତିନି ଅନାଥ ଆଦିବାସୀ ପିଲା ଙ୍କୁ ତେନ୍ତୁଳିଖୁଣ୍ଟି ଵ୍ଳକର କୁଯାଜାନୀ ଗୁଡା ଛାତ୍ରା ବାସ କୁ ନିଆଯାଇଥିଲା ଏହି ପରିପ୍ରେକ୍ଷୀରେ ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଳକା ଙ୍କୁ ମଧ୍ୟ ଏହି ପ୍ରସ୍ତାବ ଗ୍ରାମବାସୀ ଦେଇଥିବା କହିଥିଲେ। ସରପଞ୍ଚ ସମେତ ସଭିଏଁ ପିଲାମାନଙ୍କର ମଧ୍ୟାହ୍ନ ଭୋଜନ ତଦାରଖ କରିଥିଲେ । ଛାତ୍ର ଓ ଛାତ୍ରୀ ମାନଙ୍କ ସହିତ ପାଠପଢ଼ା ଓ ମଧ୍ୟାହ୍ନ ଭୋଜନ ଖାଦ୍ୟ କିପରି ଦିଆଯାଉଛି ସେ ବିଷୟରେ ଆଲୋଚନା କରିଥିଲେ । ବର୍ତ୍ତମାନ ବିଦ୍ୟାଳୟ ପର୍ଯ୍ୟନ୍ତ ଦସମନ୍ତପୁର ଆଡ଼କୁ ରାସ୍ତା ପିଚୁ ହୋଇ ଯାଇଥିବାରୁ ଏହି ବିଦ୍ୟାଳୟ ର ନୂତନ ବିଦ୍ୟାଳୟ ଗୃହ ଓ ଛାତ୍ରାବାସ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ଯଦି ପ୍ରସ୍ତାବିତ ବ୍ରିଜ ଓ ରାସ୍ତା ହୋଇ ଯିବ ବିକାଶଧାରା ରେ ଜଳବନ୍ଦୀ ଅଞ୍ଚଳ ସମିଲହୋଇ ପାରିବ ବୋଲି ଉପସ୍ଥିତ ଶିକ୍ଷକ ସମେତ ଅନ୍ୟମାନେ ମତରଖି ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ନାକା ପଏଣ୍ଟରେ ଟଙ୍କା ନେଉଥିବା ସନ୍ଦେହରେ କାର ଅଟକ

masiha

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ, ନର୍ଲା ବ୍ଲକ ରେ ଏ – 1 ଗ୍ରେଡ଼ ରେ ମାତ୍ର 3ଜଣ 

ବନ ମହୋସବ ପାଳିତ

masiha

Leave a Comment

error: Content is protected !!