ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୫୦ ଲିଟର ତାଡ଼ି ଜବତ, ଜଣେ ଗିରଫ

୧୫୦ ଲିଟର ତାଡ଼ି ଜବତ, ଜଣେ ଗିରଫ

ସିନାପାଲି, ୨୬/୧୧: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗୁଡ଼ା ଅଞ୍ଚଳରୁ ଜଣେ ତାଡ଼ି ବ୍ୟବସାୟୀଙ୍କୁ ସିନାପାଲି ଅବକାରୀ ବିଭାଗ ଗିରଫ କରିଛି। ତାଙ୍କ ନିକଟରୁ ୧୫୦ ଲିଟର ତାଡ଼ି ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଗିରଫ ତାଡ଼ି ବ୍ୟବସାୟୀ ଜଣକ ତେଲେଙ୍ଗାନା ରାଜ୍ୟର ନାଲଗୋଣ୍ଡା ଜିଲ୍ଲା ଗୁଡ଼ିୱାଡ଼ା ଗ୍ରାମର ଗୁଣ୍ଡାରୀ ଲକ୍ଷ୍ମୀ ତ୍ରିବେଣୀ ବୋଲି ଜଣାପଡ଼ିଛି। ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ତାଙ୍କ ନିକଟରୁ ୧୫୦ ଲିଟର ତାଡ଼ି ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି।

ଏ ସଂକ୍ରାନ୍ତରେ ଅବକାରୀ ମାମଲା ନମ୍ବର ୨୮୬/୨୬-୨୭ ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ସିନାପାଲି ଅବକାରୀ ବିଭାଗର କର୍ମଚାରୀମାନେ ସାମିଲ ଥିଲେ।

Related posts

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର 

Sunil Chandra Nayak

ବିଶ୍ଵ ଏଡ଼ସ୍ ଦିବସ ରେ ଯୁବ ରେଡକ୍ରସ୍, ରାୟଗଡା ସ୍ଵୟଂଶାସିତ ମହାବଦ୍ୟାଳୟ ଦ୍ୱାରା ସଚେତନତା ପଦଯାତ୍ରା ଓ ସଭା

Sunil Chandra Nayak

ରାଜ୍ୟ ସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଡାବୁଗାଁ ବ୍ଲକକୁ ସ୍ୱର୍ଣ୍ଣ ପଦକ 

Sunil Chandra Nayak

Leave a Comment

error: Content is protected !!