ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଡାବୁଗାଁ ବ୍ଲକକୁ ସ୍ୱର୍ଣ୍ଣ ପଦକ 

ରାଜ୍ୟ ସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଡାବୁଗାଁ ବ୍ଲକକୁ ସ୍ୱର୍ଣ୍ଣ ପଦକ 

ଡାବୁଗାଁ, ୩୦/୭ (ମ.ନି.ସ.)- ମଙ୍ଗଳବାର ଭୁବନେଶ୍ୱର ଲୋକସେବା ଭବନ ଠାରେ ରାଜ୍ୟସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନରେ ସଫଳତା ହାସଲ କରିଥିବା ଆକାଂକ୍ଷା ଜିଲ୍ଲା ଓ ବ୍ଲକ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କୃତ କରିଛନ୍ତି । ଦୁର୍ଗମ ଓ ସ୍ଥାନୀୟ ଅଞ୍ଚଳର ବିକାଶ କୁ ପ୍ରୋତ୍ସାହିତ କରିବା, ସ୍ଵାସ୍ଥ୍ୟ ଓ ପୋଷଣ, ଶିକ୍ଷା, କୃଷି ସମ୍ବନ୍ଧୀୟ ସୁଚାଙ୍କ କୁ ପରିପୂର୍ଣ୍ଣତା ହାସଲ କରିଥିବା ଆକାଂକ୍ଷା ଜିଲ୍ଲା ଓ ବ୍ଲକ କୁ ସମ୍ମାନୀତ କରିବା ସମ୍ପୂର୍ଣ୍ଣତା ଅଭିଯାନ ର ଅଂଶ ବିଶେଷ । ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ତ୍ରୈମାସିକ ଗର୍ଭବତୀ ଓ ଶିଶୁଙ୍କ ଟୀକାକରଣ, ପୋଷଣ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ବିଦ୍ୟାଳୟରେ ପୁସ୍ତକ ବଣ୍ଟନ, ସ୍କୁଲରେ ବିଦ୍ୟୁତକରଣ, ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗର ସ୍କ୍ରିନିଂ, ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ପାଥେୟ କରି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ୬ ଟି ସୂଚାକାଙ୍କ ପରିପୂର୍ଣ୍ଣତା ଲାଭ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ | ୬ ସୁଚାକାଙ୍କ ପୂର୍ଣ୍ଣତା ହାସଲ କରି ଡ଼ାବୁଗାଁ ବି ଡି ଓ ଶରତ କୁମାର ମାଝୀ ସ୍ୱର୍ଣ୍ଣ ପଦକ ଗ୍ରହଣ କରିଥିଲେ । ଏନେଇ ବିଡିଓ ଶ୍ରୀ ମାଝି ବ୍ଲକ ଅଧୀନରେ କାର୍ଯ୍ୟରତ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି | ବ୍ଲକ ର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ବିଡିଓ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଆମପାଣି ଥାନାରେ ଯୋଗଦେଲେ ନୂତନ ଆଇ.ଆଇ.ସି 

masiha

ବନ୍ଧୁଗାଁରେ ନୂତନ ବିଡ଼ିଓଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!