ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଗାପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ 

ଦୁର୍ଗାପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ 

ପାପଡାହାଣ୍ଡି,07/09,ମନିସ —-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବସଷ୍ଟାଣ୍ଡ ସାର୍ବଜନୀକ ଦୁର୍ଗାପୂଜା କମିଟି ପକ୍ଷରୁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି | ଟୁରୀ ନଦୀ ରୁ ମାଟି ଅଣାଯାଇ ପୁରୋହିତ ପୁର୍ଣଚନ୍ଦ୍ର ନାୟକ ବିଧି୍ବିଧାନ ଅନୁଯାୟୀ ପୂଜାର୍ଚନା କରିଥିଲେ | ଏହି ଅବସରେ ଛୋଟୁ ମହାରାଜ ଠାରେ ଦୁର୍ଗାପୂଜା ପାଇଁ ଏକ ପ୍ରସୂତି ବୈଠକ ଅନୁଷ୍ଠିତ ହୋଇଥିଲା | ସାର୍ବଜନୀନ ଦୁର୍ଗାପୂଜା କମିଟି ସଭାପତି ବି. ଜଗନ ମୋହନ ରାଓ ତତ୍ୱାବୋଧନ ରେ ବୈଠକ ରେ ଦୁର୍ଗାପୂଜା କିଭଳି ଶାନ୍ତିଶୃଙ୍ଖଳା ଓ ଆଢମ୍ବର ସହ ପାଳନ କରାଯିବ ସେ ନେଇ ଆଲୋଚନା ହୋଇଥିଲା | ଏହି ଦୁର୍ଗାପୂଜା ପାଇଁ ଲାଇଟ ଓ ଗେଟ କଲକାତା ରୁ ଆଣିବା ପାଇଁ ନିଷ୍ପତି କରାଯାଇଛି | ଦେବୀ ଙ୍କ ମୂର୍ତ୍ତି ପାଇଁ କେନ୍ଦ୍ରାପଡ଼ା କାରିଗର କୁ ନିମନ୍ତ୍ରଣ କରାଯିବ ବୋଲି ଆଲୋଚନା ହୋଇଛି | ଟ୍ରାଫିକ ସମସ୍ୟା କୁ ନେଇ ପୋଲିସ ବିଭାଗ ସହ ପୂର୍ବରୁ ଆଲୋଚନା କରାଯିବ | କାର୍ଯ୍ୟକ୍ରମ ରେ ସରପଞ୍ଚ ଚନ୍ଦ୍ରଶେଖର ମାଝୀ, କୈଳାଶ ଅଗ୍ରୱାଲ, ଦିନଦୟାଲ ଜୈନ, ବି. ସନ୍ତୋଷ ରାଓ, ବି. ସୀମାଦ୍ରୀ ରାଓ, ଟୁନା ସାମନ୍ତ, ମନୋଜ ମୁଦୁଲି, ଭୁବନି ନାୟକ, ଅଲେଖ ସାହୁ, ସନ୍ତୋଷ ସିଂଘ, ଅଶ୍ୱନୀ ପଟ୍ଟନାୟକ, ସିଲୁ ପଟ୍ଟନାୟକ, ପୀତବାଶ ଭତରା,ସନ୍ତୋଷ ସିଂଘ, ମହେଶ୍ୱର ରାଓ, ମହେନ୍ଦ୍ର ବିଶ୍ୱାଳ ଓ କମିଟି ସଭ୍ୟ ଉପସ୍ଥିତ ରହିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅଲ୍ ଓଡ଼ିଶା ପେକ୍ସ୍ ଓ ଲେମ୍ପ୍ସ୍ କର୍ମଚାରୀଙ୍କ ୩ ଦଫା ଦାବୀ ଉପସ୍ଥାପନ କରି କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ

masiha

ରାୟଗଡ଼ା ଜିଲ୍ଲାରେ “ଆସ ଖେଳିବା ଆସ ଶିଖିବା” କାର୍ଯ୍ୟକ୍ରମର ଶୁଭାରମ୍ଭ

Sunil Chandra Nayak

ରାୟଗଡାରେ ପ୍ରଥମ ଜିଲ୍ଳାସ୍ତରୀୟ ଲୋକଅଦାଲତ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!