ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବସନ୍ତ ବିଶ୍ଵାଳ ପୁରସ୍କାରରେ ପୁରସ୍କୃତ ଡାବୁଗାଁ କ୍ରୀଡା ଶିକ୍ଷକ ହେମନ୍ତ କୁମାର ସାମଲ

ବସନ୍ତ ବିଶ୍ଵାଳ ପୁରସ୍କାରରେ ପୁରସ୍କୃତ ଡାବୁଗାଁ କ୍ରୀଡା ଶିକ୍ଷକ ହେମନ୍ତ କୁମାର ସାମଲ 

ନବରଙ୍ଗପୁର(ମସିହା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରକାରୀ (ନୂତନ) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ହେମନ୍ତ କୁମାର ସାମଲ ବସନ୍ତ ବିଶ୍ଵାଳ ପୁରସ୍କାର ରେ ପୁରସ୍କୃତ ଆଜି ଭୁବନେଶ୍ଵର ସ୍କାଉଟ୍ ଭବନରେ ହୋଇଛନ୍ତି l ସେ ଡାବୁଗାଁ ବ୍ଳକ ସହ ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି l ଉକ୍ତ ଖବର ପ୍ରସାରିତ ହେବା ପରେ ତାଙ୍କ ପାଖକୁ ପ୍ରସଂଶା ର ସୁଅ ଛୁଟିବାରେ ଲାଗିଛି l ଫେସ୍ ବୁକରେ ଦେଖି କେତେଯେ ଲାଇକ, କମେଟ ଦେଇଛନ୍ତି ତାର ଇୟତ୍ତା ନାହିଁ l ସେ କ୍ରୀଡା କ୍ଷେତ୍ରରେ ବେଶ୍ କୃତିତ୍ଵ ହାସଲ କରିଛନ୍ତି ଓ କ୍ରୀଡ଼ା ଜଗତରେ ବେଶ୍ ଜଣାଶୁଣା l ସେ ରାଜ୍ୟ ଓ ଭାରତ ସ୍କାଉଟସ୍ ଓ ଗାଇଡ୍ସ ତରଫରୁ ତା ୦୭.୦୯.୨୦୨୩ ଆଜିର ପବିତ୍ର ନନ୍ଦୋତ୍ସବ ଦିନରେ ଭୁବନେଶ୍ବର ଠାରେ ପୁରସ୍କୃତ ହୋଇଛନ୍ତି l ତାଙ୍କର ସୁଦୀର୍ଘ ଆୟୁଷ ଓ କର୍ମ କ୍ଷେତ୍ରରେ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ତାଙ୍କର ଶୁଭେଚ୍ଛୁ ମାନଙ୍କ ସହ ତାଙ୍କ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ ଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନବରଙ୍ଗପୁର ରେ ମହେଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ବାର୍ଷିକ କ୍ରୀଡାଉତ୍ସବ’ର ଶୁଭାରମ୍ଭ

masiha

ରୁଙ୍ଗଟା ମାଇନ୍ସ ଲିମିଟେଡ଼ ଙ୍କ ନିଗମ ସାମାଜିକ ଦାୟିତ୍ୱରେ ଟି-୧୦ କ୍ରିକେଟ୍ ପ୍ରତିଯୋଗିତା: ବଡ଼ବିଲ ପୋଲିସ ଦଳ ଚ୍ୟାମ୍ପିୟନ୍

Sunil Chandra Nayak

Leave a Comment

error: Content is protected !!