ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଚନ୍ଦୁ ସାହାଣୀ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ, ଭବାନୀପାଟଣା କୁ ହରାଇ ସମ୍ବଲପୁର ସେମି ଫାଇନାଲ ରେ

ଚନ୍ଦୁ ସାହାଣୀ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ,

ଭବାନୀପାଟଣା କୁ ହରାଇ ସମ୍ବଲପୁର ସେମି ଫାଇନାଲ ରେ

ଜୁନାଗଡ଼୨୫/୧୨(ମ ନି ସ) -ଜୁନାଗଡ଼ ଠାରେ ଚାଲି ଥିବା ଚନ୍ଦୁ ସାହାଣୀ ମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ ରେ ଭବାନୀପାଟଣା କୁ ହରାଇ ସମ୍ବଲପୁର ସେମିଫାଇନାଲ ରେ ପ୍ରବେଶ କରିଛି। ଆସନ୍ତା କାଲି ନବରଙ୍ଗପୁର ସହ ଖେଳିବ l ଆଜିର ଖେଳ ରେ ଭବାନୀପାଟଣା ପ୍ରଥମେ ଟସ ଜିତି ନିର୍ଦ୍ଧାରିତ ୩୦ ଓଭର ରେ ୮ଉଇକେଟ ହରାଇ ୧୮୪ ରନ କରିଥିଲେ l ଜବାବ ରେ ସମ୍ବଲପୁର ଟିମ ଏକ ସଂଘର୍ଷ ମୟ ଖେଳପ୍ରଦର୍ଶନ କରି ୨୯.୧ ବଲ ରେ ୮ ଉଇକେଟ ବଦଳ ରେ ବିଜୟ ଲକ୍ଷ୍ୟ ହାସଲ କରି ଥିଲେ l ଭବାନୀପାଟଣା ର କେଶବ ଶର୍ମା ୫୮ ରନ କରିଥିଲେ l ପ୍ରିୟରଂଜନ ନାଥ ୫୧ ରନ ସହ ୨ ଉଇକେଟ ନେଇ ମେନ ଅଫ ଦି ମ୍ୟାଚ ହୋଇଥିଲେ l ଆଜିର ଖେଳ ରେ ସନ୍ତୋଷ କୁମାର ସିଂଦେଓ ସମ୍ପାଦକ ଓ ୟୁ ଜେ, ବିଭୁ ପ୍ରସାଦ ପାଢ଼ୀ ସାମ୍ବାଦିକ ସମ୍ବାଦ, ସନ୍ଧ୍ୟା ରେ ଅତିଥି ଭାବେ ଡା ଭଗବାନ ପଣ୍ଡା, ପ୍ରଦୀପ ଦାସ, ରତନ ଅଗ୍ରୱାଲ, ଲାଲl ଅଗ୍ରୱାଲ ଯୋଗ ଦେଇ ଖେଳାଳି ଙ୍କୁ ପୁରସ୍କୃତ କରିଥିଲେ l ଏନ ଆର ଏସ ଏସ ସି ସଭାପତି ହିମାଂଶୁ ଶେଖର ବରାଡ଼, ଉପ ସଭାପତି ସରୋଜ ପଣ୍ଡା ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଓ ଆମ୍ପlୟର ଭାବେ ସମୀର ସାହୁ, ଦୀପେନ ସାହୁ ଓ ତୃତୀୟ ଆମ୍ପlୟର ଭାବେ ମାନସ ସାହୁ କାର୍ଯ୍ୟ ତୁଲାଇ ଥିଲେ l କମେଣ୍ଟ୍ରି ରେ ନୀତିସ ମହାପାତ୍ର, ସତୀଶ ପ୍ରଧାନ, ସନ୍ତୋଷ ପୃଷ୍ଟି ଓ ସ୍କୋର ରେ ମୁକେଶ ପୋଡ଼ ଦାୟିତ୍ୱ ତୁଲାଇ ଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଆଦିବାସୀ ଭଲି ବଲ ଟୁର୍ନାମେନ୍ଟ ଉଦଯାପିତ,ରଙ୍ଗ ମାଟିଆ ଚମ୍ପିୟାନ 

masiha

ଚିଲିଗୁଡ଼ା କଲେଜରେ ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

ରାୟଗଡା ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!