ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଚନ୍ଦୁ ସାହାଣୀ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ, ଭବାନୀପାଟଣା କୁ ହରାଇ ସମ୍ବଲପୁର ସେମି ଫାଇନାଲ ରେ

ଚନ୍ଦୁ ସାହାଣୀ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ,

ଭବାନୀପାଟଣା କୁ ହରାଇ ସମ୍ବଲପୁର ସେମି ଫାଇନାଲ ରେ

ଜୁନାଗଡ଼୨୫/୧୨(ମ ନି ସ) -ଜୁନାଗଡ଼ ଠାରେ ଚାଲି ଥିବା ଚନ୍ଦୁ ସାହାଣୀ ମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ ରେ ଭବାନୀପାଟଣା କୁ ହରାଇ ସମ୍ବଲପୁର ସେମିଫାଇନାଲ ରେ ପ୍ରବେଶ କରିଛି। ଆସନ୍ତା କାଲି ନବରଙ୍ଗପୁର ସହ ଖେଳିବ l ଆଜିର ଖେଳ ରେ ଭବାନୀପାଟଣା ପ୍ରଥମେ ଟସ ଜିତି ନିର୍ଦ୍ଧାରିତ ୩୦ ଓଭର ରେ ୮ଉଇକେଟ ହରାଇ ୧୮୪ ରନ କରିଥିଲେ l ଜବାବ ରେ ସମ୍ବଲପୁର ଟିମ ଏକ ସଂଘର୍ଷ ମୟ ଖେଳପ୍ରଦର୍ଶନ କରି ୨୯.୧ ବଲ ରେ ୮ ଉଇକେଟ ବଦଳ ରେ ବିଜୟ ଲକ୍ଷ୍ୟ ହାସଲ କରି ଥିଲେ l ଭବାନୀପାଟଣା ର କେଶବ ଶର୍ମା ୫୮ ରନ କରିଥିଲେ l ପ୍ରିୟରଂଜନ ନାଥ ୫୧ ରନ ସହ ୨ ଉଇକେଟ ନେଇ ମେନ ଅଫ ଦି ମ୍ୟାଚ ହୋଇଥିଲେ l ଆଜିର ଖେଳ ରେ ସନ୍ତୋଷ କୁମାର ସିଂଦେଓ ସମ୍ପାଦକ ଓ ୟୁ ଜେ, ବିଭୁ ପ୍ରସାଦ ପାଢ଼ୀ ସାମ୍ବାଦିକ ସମ୍ବାଦ, ସନ୍ଧ୍ୟା ରେ ଅତିଥି ଭାବେ ଡା ଭଗବାନ ପଣ୍ଡା, ପ୍ରଦୀପ ଦାସ, ରତନ ଅଗ୍ରୱାଲ, ଲାଲl ଅଗ୍ରୱାଲ ଯୋଗ ଦେଇ ଖେଳାଳି ଙ୍କୁ ପୁରସ୍କୃତ କରିଥିଲେ l ଏନ ଆର ଏସ ଏସ ସି ସଭାପତି ହିମାଂଶୁ ଶେଖର ବରାଡ଼, ଉପ ସଭାପତି ସରୋଜ ପଣ୍ଡା ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଓ ଆମ୍ପlୟର ଭାବେ ସମୀର ସାହୁ, ଦୀପେନ ସାହୁ ଓ ତୃତୀୟ ଆମ୍ପlୟର ଭାବେ ମାନସ ସାହୁ କାର୍ଯ୍ୟ ତୁଲାଇ ଥିଲେ l କମେଣ୍ଟ୍ରି ରେ ନୀତିସ ମହାପାତ୍ର, ସତୀଶ ପ୍ରଧାନ, ସନ୍ତୋଷ ପୃଷ୍ଟି ଓ ସ୍କୋର ରେ ମୁକେଶ ପୋଡ଼ ଦାୟିତ୍ୱ ତୁଲାଇ ଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ପ୍ରଜ୍ଞା ମେମୋରିଆଲ ରାଜ୍ୟ ‌ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କନ୍ଧମାଳ ବିଜୟୀ

Sunil Chandra Nayak

ଧର୍ମଗଡ ରେ ଅଟଳ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

masiha

ନର୍ଲା କ୍ରିକେଟ କ୍ଳବ ତରଫରୁ ରାଜ୍ୟ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ରେ ଟିଟିଲାଗଡ଼ ଟିମ ଫାଇନାଲ୍ ରେ ପ୍ରବେଶ

Sunil Chandra Nayak

Leave a Comment

error: Content is protected !!