ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ରେଡକ୍ରସ ର ନବରଙ୍ଗପୁର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୫ ଅନୁଷ୍ଠିତ

ଯୁବ ରେଡକ୍ରସ ର ନବରଙ୍ଗପୁର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୫ ଅନୁଷ୍ଠିତ

ନବରଙ୍ଗପୁର:(୩୦|୭)(ରବି ନାରାୟଣ ମହାନ୍ତି) ରେଡକ୍ରସ ଓଡ଼ିଶା ରାଜ୍ୟ ଶାଖା, ଭୁବନେଶ୍ୱର ଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ ବୈଠକ ଆୟୋଜିତ ହୋଇ ଯାଇଛି। ଜିଲ୍ଲା ର ୫୨ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ୧୯ ଗୋଟି ସ୍ନାତକ ମହାବିଦ୍ୟାଳୟ ରୁ ପ୍ରାୟ ସତୁରି ଜଣ ଅଧ୍ୟକ୍ଷ ଓ କାଉନସିଲର ମାନେ ଯୋଗ ଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ଯୁବ ରେଡକ୍ରସ ର ଜିଲ୍ଲା ଚେୟାରମେନ ଶ୍ରୀ ଡି. ଗୋବିନ୍ଦା ରାଓ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ ଯୋଗଦେଇ କାଉନସିଲର ମାନଙ୍କୁ ଯୁବ ରେଡକ୍ରସ ନିଶ୍ଚିତ ସମାଜ ସେବା ଆଡ଼କୁ ନେବା ସହ ଜିଲ୍ଲା ରେ ରକ୍ତଦାନ , ବୃକ୍ଷ ରୋପଣ କୁ ପ୍ରୋତ୍ସାହନ ଦେବାସହ ସମାଜ ସେବାରେ ଯୁବ ସମାଜ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ସେ ପଚିଶି ପ୍ରକାର ବରଗଛ କୁ ବୋନସାଇ ମାଧ୍ୟମରେ ଚାରା କରିଥିବା ପ୍ରକାଶ କରିଥିଲେ। ରେଡକ୍ରସ୍ ର ଆଜୀବନ ସଦସ୍ୟ ତଥା ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ କଲେଜ ସ୍ତରରେ ସମାଜ ସେବାରେ ରେଡ଼କ୍ରସ ର ଭୂମିକା ଉପରେ ଦିଗଦର୍ଶନ ଦେବା ସହ ସମାଜ ସେବା ପାଇଁ ସମସ୍ତ ପ୍ରକାର ସହଯୋଗ ସବୁବେଳେ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଦ୍ୟାର୍ଥୀ କଲେଜ ର ପରିଚାଳକ ଶ୍ରୀ ସତ୍ୟ ନାୟକ ଅତିଥି ଭାବେ ଯୋଗ ଦେଇ ରେଡକ୍ରସ ପାଇଁ ସମସ୍ତ ପ୍ରକାର ସହଯୋଗ ଦେବାର ପ୍ରତିଶ୍ରୁତି ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ଡି. ଗୋବିନ୍ଦା ରାଓ ପାଠପଢ଼ା ସହ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ ବିକାଶ କରିବାରେ କାଉନସିଲର ମାନଙ୍କର ଭୂମିକା କୁ ପ୍ରଶଂସା କରିବା ସହ ରେଡ଼କ୍ରସ ଏକ ଉଚିତ୍ ମାଧ୍ୟମ ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଅବସର ପ୍ରାପ୍ତ ଅଧ୍ୟାପକ ଶ୍ରୀ ରଞ୍ଜନ ସ୍ୱାଇଁ ଅବସର ପରେ ମଧ୍ୟ ଆହୁରି କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ସମାଜ ସେବା କରିବାର ପ୍ରତିଶୃତି ଦେଇଥିଲେ।ଅତିଥି ମାନେ ସମଗ୍ର ଜିଲ୍ଲା ପାଇଁ “ପ୍ରତି ଅନୁଷ୍ଠାନ ରେ ଗୋଟିଏ ବରଗଛ ଅଭିଯାନ” ପ୍ରକଳ୍ପର ଉଦଘାଟନ କରିବା ସହିତ ସାଙ୍କେତିକ ଭାବରେ ବାର ଗୋଟି ବରଗଛ ଜିଲ୍ଲା ର ୧୦ ଗୋଟି ବ୍ଲକ ଓ ଦୁଇଟି ପୌର ପାଳିକା ର ବଛା ବଛା ଅନୁଷ୍ଠାନ କୁ ବରଗଛ ଉପହାର ଦିଆଯାଇଥିଲା। ଶ୍ରୀ ତପନ ବିଷୋୟୀ ଙ୍କୁ ଜିଲ୍ଲା ରେ ବହୁ ସଂଖ୍ୟକ ବରଗଛ ଲଗାଇଥିବାରୁ ସ୍ଵତନ୍ତ୍ର ଭାବେ ସମ୍ମାନିତ କରାଯିବା ସହିତ ବିଶିଷ୍ଟ ସମାଜ ସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ଙ୍କୁ ରେଡକ୍ରସ ର ଜୀବନ ବ୍ୟାପୀ ସଦସ୍ୟତା ସହ ସମାଜ ସେବା ପାଇଁ ସମର୍ପିତ ମନୋଭାବ ପାଇଁ ସମ୍ମାନିତ କରାଯାଇଥିଲା । ଜିଲ୍ଲା ରେ ରେଡକ୍ରସ ଆନ୍ଦୋଳନ କୁ ଆହୁରି ତୀବ୍ର କରିବା ପାଇଁ ରେଡ଼କ୍ରସ ଜିଲ୍ଲା ଆବାହକ ଦିଲ୍ଲୀପ କୁମାର ହୋତା ଆହ୍ବାନ କରିଥିଲେ। କଲେଜ ସ୍ତରରେ ରେଡକ୍ରସ କୁ ସକ୍ରିୟ କରିବା ସହ ଆଗାମୀ ଦିନରେ ଯୁବ ରେଡକ୍ରସ ର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ରେଡ଼କ୍ରସ ଜିଲ୍ଲା ସଂଯୋଜକ ଅଖିଳ କୁମାର ଭଟ୍ଟ ସୂଚନା ଦେଇଥିଲେ । ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ଆସିଥିବା ଅଧ୍ୟକ୍ଷ ଓ କାଉନସିଲର ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ।ସମଗ୍ର କାର୍ଯକ୍ରମ କୁ ବିଭିନ୍ନ ବିଭାଗ କୁ ସଂଯୋଜନା କରିଥିଲେ ଅଧ୍ୟାପକ ଶ୍ରୀ ଶମ୍ଭୁ ପ୍ରାସାଦ ହୋତ୍ତା । ବିଭିନ୍ନ ବିଭାଗର ପ୍ରମୁଖ ଦାୟିତ୍ବରେ ଥିଲେ ଯୁବ କାଉନସିଲର ଅଧ୍ୟାପିକା ରଜନୀ ମିଞ୍ଜ, ନିର୍ମଳା ହିକିକା । ଶ୍ରୀ ଆଶୋକ ପାତ୍ର ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । କାଉନସିଲର ଅଧ୍ୟାପିକା ରଜନୀ ମିଞ୍ଜ ମାନପତ୍ର ପାଠ କରିବା ସହ ଆଦର୍ଶ ମହାବିଦ୍ୟାଳୟ ନବରଙ୍ଗପୁର ର କାଉନସିଲର ଡଃ ସଂଯୁକ୍ତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସର୍ବୋପରି ପ୍ରାୟ ସତୁରି ସଭ୍ୟ ସଭ୍ୟା ଙ୍କୁ ନେଇ ଅନୁଷ୍ଠିତ ଉତ୍ସବ ରେ ଅନେକ ଗୁଡ଼ିଏ ପ୍ରସ୍ତାବକୁ ବିଚାରକୁ ନିଆଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପଞ୍ଜିକରଣ ଶିବିର

masiha

କୁପାରୀ କପିଳ ମୁନି ମେଳା କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ରାଜ୍ୟସ୍ତରୀୟ 70ତମ ଓଡିଶା ଜୁନିଅର ଆଥଲେଟିସ୍କ ଚମ୍ପିୟାନସିପ ପ୍ରତିଯୋଗିତା ରେ ଏଲ ସ୍ନିଗ୍ଧା ଙ୍କୁ ସ୍ଵର୍ଣ ପଦକ

masiha

Leave a Comment

error: Content is protected !!