ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋରାପୁଟ ଜିଲ୍ଲା କୋଟିଆ ଗସ୍ତରେ ରାଜ୍ୟ କୃଷି ସଚିବ

ଆଜି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ କୋଟିଆ ପଞ୍ଚାୟତ ଗସ୍ତ କରିଛନ୍ତି ରାଜ୍ୟ କୃଷି ସଚିବ ଡ଼ଃ.ଅରବିନ୍ଦ ପାଢୀ ଏବଂ ଉଦ୍ୟାନ ବିଭାଗ ନିର୍ଦେଶକ ରୋହିତ କୁମାର ଲେଙ୍କା ଓଡିଶା ସରକାରଙ୍କ ଦ୍ଵାରା କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହ ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରି ଫେରିଛନ୍ତି । ସେ ଆଗାମୀ ଦିନରେ ଓଡିଶା ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେବାକୁ ଥିବା କୃଷି ଉତ୍ପାଦନ କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଚାଷୀଙ୍କୁ ଆତ୍ମ ନିଯୁକ୍ତି ଯୋଜନା କିଭଳି କାର୍ଯ୍ୟକ୍ଷମ ହୋଇପାରିବ ସେଥିନେଇ ଗସ୍ତ ରହିଥିଲା। ଉକ୍ତ ଗସ୍ତରେ କୋଟିଆ ର ଆଦର୍ଶ ବିଦ୍ୟାଳୟ, ଜଗନ୍ନାଥ ମନ୍ଦିର,କୋଲ୍ଡ ଷ୍ଟୋରେଜ,ସ୍ଥାନୀୟ ଚାଷୀଙ୍କ ଚାଷ କାର୍ଯ୍ୟ ବିଶେଷ କରି ବର୍ଷା ଦିନିଆ ଆଳୁ ଚାଷ, ଧନିଆ ଚାଷ, ଖମ୍ବ ଆଳୁ ଚାଷ, ବିନ୍ସ ଚାଷ ଗୁଡ଼ିକୁ ଦେଖିଥିଲେ।ଏହାପରେ ସେ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ରେ ସ୍ଥାନୀୟ ଜନପ୍ରତିନିଧି ଏବଂ ଚାଷୀଙ୍କ ସହ ଆଲୋଚନା କରିଥିଲେ। କୋଟିଆ ର ରୂପାନ୍ତରଣ ରେ ଜିଲ୍ଲା ପ୍ରଶାସନ ର ଭୂମିକାକୁ ସେ ପ୍ରସଂଶା କରିଥିଲେ। ଏବଂ ବୈଠକରେ ସ୍ଥାନୀୟ ଜନ ପ୍ରତିନିଧି ଏବଂ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଗୁଡ଼ିକୁ ନେଇ ଅବଗତ ହୋଇ ଏହାର ସମାଧାନ କରାଯିବାକୁ ନେଇ ପ୍ରତିଶ୍ରୁତି ଦେଇଥିଲେ। ପ୍ରକଳ୍ପ ନିର୍ଦେଶକ ଜଳାଭିଜା ବିଭାଗଙ୍କୁ କଫି ଚାଷ ପାଇଁ ଛାୟା ବୃକ୍ଷ ରୋପଣ କରିବାପାଇଁ ନିର୍ଦେଶ ଦେଇଥିଲେ l ଚାଷୀ ମାନଙ୍କୁ ଫସଲ ବୀମାରେ ଅନ୍ତର୍ଭୁକ୍ତ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ କାରଣ ରାଜ୍ୟ ସରକାର 2 ହେକ୍ଟର ପର୍ଯ୍ୟନ୍ତ ମାଗଣା କିସ୍ତି ଯୋଗାଉଛନ୍ତି l କୋଟିଆ ରେ କୃଷି ଉତ୍ପାଦନ କୁଞ୍ଜ ଗଠନ କରିବା ପାଇଁ ନିର୍ଦେଶ ଦେଇଥିଲେ l କୋରାପୁଟରେ ବର୍ଷା ଦିନିଆ ଆଳୁ ଚାଷ ପାଇଁ 4 ହଜାର ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟ କରାହୋଇଛି ସେଥିରେ ରାଜ୍ୟ ସରକାର ହେକ୍ଟର ପ୍ରତି 58000 ଟଙ୍କା ରିହାତି ଦେଉଛନ୍ତି ସେଥିମଧ୍ୟରୁ କୋଟିଆ ପଞ୍ଚାୟତରେ 150 ହେକ୍ଟର ଚାଷ କରାହୋଇଛି l ଚଳିତ ମାସ 31 ଜୁଲାଇ ସୁଦ୍ଧା ସଂପୂଣ୍ଣ 4000 ହେକ୍ଟର ଚାଷ କରାଯାଇପାରିବ l ଏହି ଗସ୍ତ ସମୟରେ କୋରାପୁଟ ଜିଲ୍ଲାପାଳ ଅବ୍ଦାଲ୍ ମୁହମ୍ମଦ ଅଖତର ଏବଂ ବିଭିନ୍ନ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ,ସ୍ଥାନୀୟ ସରପଞ୍ଚ ଲିଉ ଗେମେଲ, ପଟ୍ଟାଙ୍ଗି ଜୋନ ୧ ଜିଲ୍ଲାପରିଷଦ ସଦସ୍ୟା ଟିକାଈ ଗେମେଲ ପ୍ରମୁଖ ଉପସ୍ଥିତ ରହିଥିଲେ।

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଘାଟବାସୁଳୀ ଗ୍ରାମରେ ବର୍ଷାଜନିତ ପରିସ୍ଥିତିର ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ  ଗ୍ରାମବାସୀଙ୍କ ସମସ୍ୟା ଶୁଣି ତ୍ୱରିତ ପଦକ୍ଷେପ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ 

Sunil Chandra Nayak

ଏକ୍ ପେଡ଼ ମା କେ ନାମ 

masiha

ବିଧାୟକଙ୍କ ଉଦ୍ୟମରେ ରାସ୍ତା ପାଇଁ ରହିଥିବା ସମସ୍ୟାର ହେଲା ସମାଧାନ

Leave a Comment

error: Content is protected !!