ବଲାଙ୍ଗିର ତା ୨୩. ୭ // ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ବ୍ରଜ କିଶୋର ସିଂଭୋଇ ଙ୍କ ଦେହାନ୍ତ ପରେ ସଂଘର ଜିଲ୍ଲା ଉପ ସଭାପତି ଶ୍ୟାମ ସୁନ୍ଦର ଭୋଇ ଜିଲ୍ଲା ସଭାପତିଙ୍କ ସମସ୍ତ ଦାୟିତ୍ୱ ଓ କର୍ତବ୍ୟ ସୁଚାରୁ ଭାବରେ ସମ୍ପାଦନ କରିଆସୁଥିଲେ । ଜିଲ୍ଲା ସଭାପତିଙ୍କ ଅନୁପସ୍ଥିତିରେ ମଧ୍ୟ ଉପ ସଭାପତି ଶ୍ୟାମ ସୁନ୍ଦର ଭୋଇ ସବୁ କାର୍ଯ୍ୟ ସମ୍ପାଦନ କରୁଥିଲେ lସଂଘର ନିୟମ ଅନୁସାରେ କାର୍ଯ୍ୟକାରିଣୀ ବୈଠକରେ ସର୍ବ ସମ୍ମତିକ୍ରମେ ଗତ ୯. ୭. ୨୩ ରେ ଉପ ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କୁ ଜିଲ୍ଲା ସଭାପତି ଭାବରେ ତା.୩୦.୦୬.୨୦୨୫ ପର୍ଯ୍ୟନ୍ତ ସର୍ବ ସମ୍ମତିକ୍ରମେ ଚୟନ କରାଯାଇଥିଲା । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଜିଲ୍ଲାର ୩,୪୭ ,୧୬୪ ଆଦିବାସୀ ଲୋକଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା ପାଇଁ ନିସ୍ୱାର୍ଥପର ଏବଂ ସ୍ୱେଚ୍ଛାକୃତ ଭାବରେ ସମର୍ପଣ ମନୋଭାବ ନେଇ କାର୍ଯ୍ୟ କରି ଆସୁଅଛି । ପ୍ରତ୍ୟେକ ପଂଚାୟତ ରେ ଏବଂ ପ୍ରତ୍ୟେକ ବ୍ଲକରେ ସଂଘର ଶାଖା ସଂଗଠନ ଅଛି । ସଂଘର ପଂଚାୟତ ସ୍ତରୀୟ, ବ୍ଲକ ସ୍ତରୀୟ, ଜିଲ୍ଲା ସ୍ତରୀୟ କର୍ମକର୍ତା ଅଛନ୍ତି । ଆଦିବାସୀ ମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ତଥା ଜମି, ଜଳ, ଜଙ୍ଗଳ ଓ ଜିବନ ଜିବିକାର ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ସାଂସ୍କୃତିକ, ସାମାଜିକ ଅର୍ଥନୈତିକ ବିକାଶ, ନୃତ୍ୟ, ବାଦ୍ୟ, ସଙ୍ଗୀତ, ଭାଷା, ଐତିହ୍ୟ ରୁଢି ପ୍ରଥାଗତ ଆଇନ, ପ୍ରଥା ପରମ୍ପରା, ରିତୀନିତି, ଦେବାଦେବୀ ପୂଜା ପଦ୍ଧତି ର ସଂରକ୍ଷଣ ପାଇଁ ଆଦିବାସୀ ଭାଇ ଭଉଣୀମାନେ ନିଜ ନିଜ ନେତୃତ୍ୱରେ ନିଜ ଗ୍ରାମ ପଞ୍ଚାୟତ ଓ ବ୍ଲକ ସ୍ତରରେ କାର୍ଯ୍ୟକ୍ରମ ୨୦୦୬ ମସିହାରୁ ଆଜି ପର୍ଯ୍ୟନ୍ତ ଜାରି ରଖିଛନ୍ତି । ଆଦିବାସୀ ସଂଘ ହେଉଛି ଏକ ସାମୁହିକ ସାମାଜିକ ଅନୁଷ୍ଠାନ । ସମ୍ବିଧାନ ପ୍ରଦତ୍ତ ଅଧିକାର ହାସଲ ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଆଦିବାସୀ ସଂଘ ଦିର୍ଘ ୧୭ ବର୍ଷ ହେଲା ଲଢେଇ କରି ଆସୁଅଛି । ଆଗାମୀ ଦିନରେ ମଧ୍ୟ ଆଦିବାସୀ ସଂଘ ଗ୍ରାମ୍ୟ ସ୍ତରୀୟ, ପଂଚାୟତ ସ୍ତରୀୟ, ବ୍ଲକ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଆଦିବାସୀ ସମାଜର ଭାଇ ଭଉଣୀ ଙ୍କ ସହଯୋଗ ରେ ସାମୁହିକ ସ୍ୱାର୍ଥ ସୁରକ୍ଷା ପାଇଁ ଆନ୍ଦୋଳନ, ଲଢେଇ, ଧାରଣ, ଧର୍ମଘଟ, ପ୍ରତିବାଦ ଆଦି, ଶାନ୍ତିପୂର୍ଣ୍ଣ ଭାବରେ ପୂର୍ବପରି ଜାରି ରଖିବ । ଅଧିକ ବୟସ୍କ, ଶାରିରୀକ ଅକ୍ଷମତା ଏବଂ ଦିର୍ଘ ବର୍ଷ ଧରି ସଂଘ କାର୍ଯ୍ୟକ୍ରମରେ ଅନୁପସ୍ଥିତ ହେବାରୁ ଘିମାନନ୍ଦ ଭୋଇ, ଶରତ ଚନ୍ଦ୍ର ସିଂଭୋଇ, ଦୁଃଖିଶ୍ୟାମ ଭୋଇ, ବସନ୍ତ ମାଝି, ଅଷ୍ଟରତ୍ନ ବରିହା, କାହ୍ନୁ ଚରଣ ପ୍ରଧାନ, ସତ୍ୟନାରାୟଣ ଭୋଇ, ଘନଶ୍ୟାମ ପ୍ରଧାନୀ ଙ୍କୁ ସଂଘ ରୁ ଅବ୍ୟାହତି ଦିଆଯାଇଛି ।
ଏହି ବ୍ୟକ୍ତିମାନେ ଆଦିବାସୀ ସଂଘ ବ୍ଲକ ଶାଖାର ସଭାପତି ପଦବୀ ରେ ଥିବା ବେଳେ ବାର୍ଷିକ ଆୟ ବ୍ୟୟ ର ହିସାବ ଜିଲ୍ଲା କୋଷାଧ୍ୟକ୍ଷଙ୍କ ଠାରେ ଦେଇ ନାହାନ୍ତି ଏବଂ ବ୍ଲକ ସ୍ତରୀୟ ବୈଠକ ସଭା ସମିତି କାର୍ଯ୍ୟକ୍ରମ ରେ ଅନୁପସ୍ଥିତ ରହିଥିବାରୁ ବାର୍ଷିକ ବିବରଣୀ ଜିଲ୍ଲା କମିଟି ଠାରେ ଦାଖଲ କରି ନାହାନ୍ତି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତା ବିରୁଦ୍ଧରେ ପୂର୍ବରୁ ସତ୍ୟନାରାୟଣ ଭୋଇ ମୁଖ୍ୟ ଉପଦେଷ୍ଟା କେତେ ଜଣ ବ୍ୟକ୍ତି ଙ୍କ ଜରିଆରେ ଏଭଳିଆ ଅଭିଯୋଗ ବଲାଙ୍ଗିର ଏଡିଏମ୍ ମହୋଦୟ ଙ୍କ ଠାରେ କରିଥିଲେ । ମାନ୍ୟବର ଏସ୍ଡିଜିଏମ୍ ବଲାଙ୍ଗିର ଅଦାଳତର ମଧ୍ୟ ମାମଳା ଦାୟର କରିଥିଲେ । କିନ୍ତୁ ଉକ୍ତ ମାମଳାରେ ସେ ପରାସ୍ତ ହୋଇଥିଲେ । ଗତ ତା.୧୬.୦୭.୨୦୨୩ ରେ ପୁଣି ସେଭଳିଆ ଘଟଣାର ପୁନରାବୃତି କରିଛନ୍ତି । ଆଦିବାସୀ ସମାଜ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ହରିଶଙ୍କର ଠାରେ ୭/୮ ଜଣ ବ୍ୟକ୍ତିଙ୍କ ଠାରୁ ସାଧା କାଗଜରେ ଦସ୍ତଖତ କରାଇଥିଲେ ସତ୍ୟ ଭୋଇ । ଆରମ୍ଭରୁ ଶ୍ରୀ ଭୋଇ ନିଜର ସ୍ୱାର୍ଥ ସାଧନ ପାଇଁ ମିଥ୍ୟା, ମନଗଢା, ଭିତିହୀନ ଅଭିଯୋଗ କରିବାରେ ଅଭ୍ୟସ୍ତ । ତେଣୁ ତା.୧୬.୦୭.୨୩ ରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ନାମରେ କରିଥିବା ସମସ୍ତ ଅଭିଯୋଗ ଗୁଡିକୁ ଆଜି କାର୍ଯ୍ୟକାରିଣୀ ବୈଠକ ଖଣ୍ଡନ କରୁଅଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ର କୌଣସି ଦ୍ୱିତୀୟ ସଂଗଠନ ନାହିଁ କିମ୍ବା ଆତ୍ମ ଘୋଷିତ ଦ୍ୱିତୀୟ ଜିଲ୍ଲା ସଭାପତି କୁ ମାନ୍ୟତା ଦିଆଯିବ ନାହିଁ ବୋଲି ସର୍ବ ସମ୍ମତିକ୍ରମେ ପ୍ରସ୍ତାବ ଗୃହିତ କରାଯାଇଛି । ସଭାରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘର ସାଧାରଣ ସଂପାଦକ ବାଳକୃଷ୍ଣ ଶବର, ସ୍ୱତନ୍ତ୍ର ଅତିଥି ଭାବରେ ସୋନପୁର ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ସଭାପତି ଯୋଗେନ୍ଦ୍ର ଭୋଇ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ, ବନଲତା ମାଝି, ବିଶି କେଶନ ଯାନୀ , ହେମେନ୍ଦ୍ର ନାଥ ହାଁସଦା, ପ୍ରଫୁଲ୍ଲ ତୁମନିଆ, ବଳଦେବ ଭୋଇ, ପଦ୍ମନ ପ୍ରଧାନୀ, ସୁଦାମ ଚରଣ ଭୋଇ, ନିମାଇଁ ଝାଙ୍କର, ସନ୍ତୋଷ ପୁଟା, ରାଜୀବ କୁଅଁର, ଦଶରଥ ଛତ୍ରିଆ, ଚଉବନ ମାଝି, ରସିକ ଧରୁଆ, ଚନ୍ଦ୍ର ବରିହା, ଦିବାକର ଭୋଇ, ମନୋରଂଜନ ଭୋଇ, ସମ୍ପତ୍ତି ମାଝି, ନିତ୍ୟାନନ୍ଦ ମାଝି, ମଧୁ ବିଶ୍ୱାଳ, ଚୁମନ ମାଝି, ପାଲା ଭୋଇ, ଅଚ୍ୟୁତ ଧରୁଆ, ସୁରଥ ଧରୁଆ, ଭୁବନେଶ୍ୱର ଧରୁଆ, ଧରମ ସିଂ ଧରୁଆ, ଗୋପାଳ ପ୍ରଧାନ, ନରୋତ୍ତମ ମାଝି, ଖେଳନ୍ତି ସମରଥ, ଟଙ୍କଧର ଧରୁଆ, ଚୈତନ୍ୟ ମାଝି ଥବିର ପୁଝାରି, ଗାସିରାମ ମାଝି, ଭୁବନ ମାଝି, ଇନ୍ଦ୍ରମଣି ମାଝି ପ୍ରମୁଖ ୧୪ଟି ବ୍ଲକର କର୍ମକର୍ତ୍ତ ସହିତ ସମସ୍ତ ପଂଚାୟତ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ


