ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣଠାରେ ହିନ୍ଦୁ ଏକତା ମଞ୍ଚ,ଭାରତ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣଠାରେ ହିନ୍ଦୁ ଏକତା ମଞ୍ଚ,ଭାରତ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କାମାକ୍ଷାନଗର (ମନିସ )15/12/24 // ରିଵିଵାର ଆଜି ଦିଵା ୧୦ ଘଟିକା ସମୟରେ କାମାକ୍ଷାନଗର ମ‌ହିଳା ମହାବିଦ୍ୟାଳୟ ପ୍ରାଙ୍ଗଣ ଠାରେ ହିନ୍ଦୁ ଏକତା ମଞ୍ଚ, ଭାରତ ତରଫରୁ ଢେଙ୍କାନାଳ ଜିଲ୍ଲାର କାର୍ଯ୍ୟକାରେଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି।

ଉକ୍ତ ବୈଠକରେ ମୂଖ୍ୟ ଅତିଥି ଭାବରେ ହିନ୍ଦୁ ଏକତା ମଞ୍ଚ,ଭାରତ ର ରାଜ୍ୟ ସଭାପତି ତଥା ଆଦର୍ଶ IPS ଆଦରଣୀୟ ଶ୍ରୀ ପ୍ରଦୀପ୍ତ କୁମାର ଜେନା , ସମ୍ମାନିତ ଅତିଥି ଭାବରେ ରାଜ୍ୟ ସମ୍ପାଦକ ଶ୍ରୀ ସୁରେନ୍ଦ୍ର ମହାନ୍ତି, ଯାଜପୁର ଜିଲ୍ଲା ସଭାପତି ଶ୍ରୀ ନରେନ ମହାନ୍ତି, କଟକ ଜିଲ୍ଲା ସଭାପତି ଶ୍ରୀ ସୁଶାନ୍ତ ପାତ୍ର, ପ୍ରଫେସର ଶ୍ରୀ ବନମାଳୀ ରଥ ଏଵଂ ମୂଖ୍ୟ ବକ୍ତା ଭାବରେ ଡଃ ପ୍ରେମକୃଷ୍ଣ ନନ୍ଦ ସରସ୍ବତୀ ଯୋଗ ଦେଇ ଶୋଭାବର୍ଦ୍ଧନ କରିଥିଲେ ।ବୈଠକକୁ ସଞ୍ଚାଳନ‌ କରିଥିଲେ ଜିଲ୍ଲା ସଂଯୋଜକ ଶ୍ରୀ ରବିନାରାୟଣ ସାହୁ ଏଵଂ ପୂଜା ଵିଧି ସହ ଶ୍ଲୋକ ପାଠ କରିଥିଲେ ପଣ୍ଡିତ ସତୀଶ ପ୍ରସାଦ ଆଚାର୍ଯ୍ୟ।ବୈଠକରେ କାମାକ୍ଷାନଗର ଅଞ୍ଚଳର ଶତାଧିକ ହିନ୍ଦୁ ଯୋଗ ଦେଇଥିଲେ । ରାଷ୍ଟ୍ରର ସୁରକ୍ଷା ନିମନ୍ତେ ଆଲୋଚନା ହୋଇଥିଲା ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

BIKAS PADHI ENTERS ETERNITY 

Sunil Chandra Nayak

ରାଜ୍ୟ ସମ୍ମିଳନୀ ପାଇଁ ପ୍ରସ୍ତୁତ ବୈଠକ 

masiha

ପାହାଡେଶ୍ୱର ମହାଦେବ ମନ୍ଦିର ରତ୍ନମୁଦ ଉତ୍ସଵ ପାଇଁ ଭକ୍ତିମୟ ପରିବେଶ

masiha

Leave a Comment

error: Content is protected !!